ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଦ୍ବାରା ବିଭିନ୍ନ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ

ବିଧାୟକଙ୍କ ଦ୍ବାରା ବିଭିନ୍ନ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ

ବାଲେଶ୍ଵର,୧୫/୯/୨୩- ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ଜନପ୍ରିୟ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ତା ୧୪/୯/୨୩ ରିଖ ଗୁରୁବାର ଦିନ ଖଇରା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ । ଏହି ସମୟରେ ବ୍ଲକର ବିଭିନ୍ନ ଗ୍ରାମରେ ନବନିର୍ମିତ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ମାଧ୍ୟମରେ ବିଭିନ୍ନ ସ୍ଥାନରେ ଅନୁମୋଦନ ହୋଇଥିବା କୋଠଘର ନିର୍ମାଣ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଥିଲେ । ପ୍ରତିକୂଳ ପାଗ କାରଣରୁ କେତେକ କାର୍ଯ୍ୟକ୍ରମ ବାତିଲ୍ କରିଥିଲେ ବିଧାୟକ । ପ୍ରଥମେ ରପେୟା ପଞ୍ଚାୟତର ନଛିପୁର ଅଙ୍ଗନବାଡି କେନ୍ଦ୍ର ଉଦଘାଟନ କରିବା ପରେ ବରଦା, ବର୍ତ୍ତନା, ବଡ଼ନୂଆଗାଁ, ରଟିଣା, ଗଡ଼ପୋଖରି, ଅମରିଆ-ଅଗ୍ନିପୁର, ନହଙ୍ଗ, ନୟାଖଣ୍ଡି, ଗଗନଧୁଳି ଓ ଡଗରପଡା ପ୍ରଭୃତି ପଞ୍ଚାୟତରେ ନୂତନ ଭାବେ ନିର୍ମିତ ହୋଇଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକର ଶୁଭ ଉଦଘାଟନ କରିବା ସଙ୍ଗେ ସଙ୍ଗେ ଶିଳାନ୍ୟାସ କାର୍ଯ୍ୟକ୍ରମ ମଧ୍ୟ ଜାରି ରଖିଥିଲେ । ଏହି ଅବସରରେ ଶିଶୁ ମାନେ ହେଉଛନ୍ତି ମାଟି ପେଣ୍ଡୁଳା ସଦୃଶ, ତାଙ୍କୁ ଆମେ ଯେମିତି ଗଢିବା ସେମାନେ ସେମିତି ରୂପରେଖ ନେବେ, ଶିଶୁର ଉନ୍ନତି ସମାଜର ବିକାଶ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି ଓ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ, ଯାହା ଖବର ସଂଗ୍ରହରୁ ଜାଣିବାକୁ ମିଳିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ସଂଘର ନବରଙ୍ଗପୁର ଜିଲ୍ଲା କମିଟି ଗଠନ 

masiha

ନିଖିଳ ଓଡିଶା 662 ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ ରେ ଗୁଣପୁର ରେ ଆଦିବାସୀ ମେଳି

Sunil Chandra Nayak

Leave a Comment

error: Content is protected !!