ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବଡ଼ଗୁଣ୍ଡୁରୀ ପଞ୍ଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ

ବଡ଼ଗୁଣ୍ଡୁରୀ ପଞ୍ଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ

ଜେଇ କୁ ଠିକାଦାର ସଜେଇ ଦଳୀୟ ପାଣ୍ଠି ସଂଗ୍ରହ କରୁଛି ବିଜେଡି-କାଳନ୍ଦି ସାମଲ

ତାଳଚେର/କଣିହାଁ: ତାଳଚେର ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକର ବଡ଼ଗୁଣ୍ଡୁରୀ ପଞ୍ଚାୟତ ଅଫିସ୍ ସମ୍ମୁଖରେ କଣିହାଁ ମଣ୍ଡଳ ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା,। ଦୁର୍ନୀତି ଭଷ୍ଟାଚାର ବଂଶବାଦ,ପିସି କାରବାର ବିରୋଧରେ କଣିହାଁ ବିଜେପି ତରଫରୁ ତାଳଚେରର ବିଶ୍ଵସ୍ତ ସେବକ ,ବିଜେପି ନେତା ତଥା ଭାରତ ସରକାରଙ୍କର କ୍ଷୁଦ୍ର ଶିଳ୍ପ ନିଗମର ନିର୍ଦ୍ଦେଶକ କାଳନ୍ଦି ସାମଲଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାରଙ୍କର ଓଡ଼ିଶାକୁ ବିପୁଳ ଅର୍ଥ ବିଭିନ୍ନ ଜନ କଲ୍ୟାଣ ଯୋଜନରେ ହଜାର ହଜାର କୋଟି ଟଙ୍କା ଦେଉଥିବା ବେଳେ ତାହା ଲୋକଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚି ପାରୁନଥିବା କହିବା ସହିତ କଣିହାଁ ବ୍ଲକ ଦୃର୍ଣିତିର ପ୍ରୟୋଗ ସାଳା ପାଲଟିଛି, ବ୍ଲକ୍ ଓ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ପିସିରେ ପିସିରେ ସାଧାରଣ ଲୋକ ପେଶି ହୋଇ ଗଲେଣି ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ। ରାଜ୍ୟରେ ସାମନ୍ତ ବାଦି ଶାସନ ଚାଲିଛି ,ପ୍ରଚୁର ଅର୍ଥ ନରେନ୍ଦ୍ର ମୋଦୀ ସରକାର ଗରୀବ ଲୋକଙ୍କ ପାଇଁ ଗାଆଁର ବିକାଶ ପାଇଁ ସିଧା ସଳଖ ପଞ୍ଚାୟତ କୁ ପଠାଉଛନ୍ତି, ସରପଞ୍ଚ ମାନଙ୍କ ମାଧ୍ୟମରେ ଖର୍ଚ୍ଚ ହବ କିନ୍ତୁ ରାଜ୍ୟ ସରକାର ସରପଞ୍ଚ ମାନଙ୍କର କ୍ଷମତାକୁ ଛଡେଇ ନେଇଛନ୍ତି, ପଲ୍ଲି ସଭା ହେଉ ନାହିଁ ,ଗ୍ରାମ ସଭା ହେଉ ନାହିଁ, ଜେଇ ଓ ପିଓ କୁ ଠିକାଦାର ସଜାଇ ,ଅଧିକ ପିସି ଦେଉଥିବା ଦଳୀୟ କର୍ମୀ ଙ୍କୁ ଠିକା କାର୍ଯ୍ୟ ଦିଆଯାଉଛି ବୋଲି ଶ୍ରୀ ସାମଲ କହିଛନ୍ତି।ତେଣୁ କାମ ନିମ୍ନ ମାନର ହେଉଛି,ଓ 40 %ରୁ 50 % ରୁ ଅଧିକ ପିସି କାରବାର ହେଉଛି, ଗରୀବ ଲୋକଙ୍କ ପାଇଁ ଆସୁଥିବା ଟଙ୍କା, ଗାଆଁର ବିକାଶ ପାଇଁ ଆସୁଥିବା ଟଙ୍କାକୁ ରାଜ୍ୟ ସରକାର ଅନ୍ୟାୟ ଉପାୟରେ ବିଜେଡି ର ପାଣ୍ଠି ସଂଗ୍ରହ କରୁଛନ୍ତି ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁଗୋଳ ଜିଲ୍ଲା ତଥା ତାଳଚେରର ବିକାଶ ପାଇଁ 60 ହଜାର କୋଟି ଟଙ୍କା କେନ୍ଦ୍ର ମୋଦି ସରକାରଙ୍କ ଠାରୁ ମଞ୍ଜୁର କରି ଆଣିଛନ୍ତି, କିନ୍ତୁ ବିଜେଡି ସରକାର ଓ ବିଧାୟକ ୧୪ ବର୍ଷ ମଧ୍ୟରେ ତାଳଚେର ପାଇଁ କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।ଏହି କାର୍ଯ୍ଯ କ୍ରମରେ ବିଜେପି ଅନୁଗୁଳ ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ତଥା କଣିହାଁ ମଣ୍ଡଳ ପ୍ରଭାରୀ ପର୍ଶୁରାମ ବାରିକ ଯୋଗଦେଇ ତାଳଚେରର ବିକାଶ ରେ ବିଜେଡି ଓ ବିଧାୟକ ବାଧକ ସାଜିଛନ୍ତି ବୋଲି କହିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରାକ୍ତନ ବଡ଼ଗୁଣ୍ଡୁରୀ ସରପଞ୍ଚ ଲୋକନାଥ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ସୁଶାନ୍ତ କୁମାର ସାମଲ, ବରିଷ୍ଠ ବିଜେପି ନେତା ବିରଞ୍ଚି ସାହୁ , ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ, ବଡ଼ ଗୁଣ୍ଡୁରୀ ସରପଞ୍ଚ ସସ୍ମିତା ଦଳେଈ ,ବଡ଼ଗୁଣ୍ଡୁରୀ ସମିତି ସଦସ୍ୟା ଦୀପ୍ତିମୟି ସେଠି , ଅବିନ ପ୍ରଧାନ ,କର୍ଣ୍ଣ କୁମାର ଭୁତିଆ ,ରମେଶ ସାମଲ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଆର୍ତ୍ତ ତ୍ରାଣ ପାଣି ଙ୍କ ରିପୋର୍ଟ 

Related posts

ଶୈଖିକ ବାତାବରଣକୁ ନଷ୍ଟ କରୁଛି ଏଭିବିପି 

masiha

ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ 

Sunil Chandra Nayak

ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ 

masiha

Leave a Comment

error: Content is protected !!