ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଚର୍ଚ୍ଚାରେ ସଦର ନିର୍ବାଚନ ମଣ୍ଡଳୀ ସଭାପତି ନୀଳାମ୍ବର ସାହୁ

ଭବାନୀପାଟଣା, : ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଛାତ୍ର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡିର ନୂତନ କର୍ମକର୍ତ୍ତାଙ୍କ ନାମ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ କୁମାର ସାହୁ ଘୋଷଣା କରିଛନ୍ତି । ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଛାତ୍ର ନେତା ମାନଙ୍କୁ ସାମିଲ କରାଯାଇଛି। ଏହି ନୂତନ ଜିଲ୍ଲା କମିଟିରେ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୫ଜଣଙ୍କୁ ସଭାପତି ଭାବେ ଦାୟିତ୍ଵ ଦେଇଥିବା ବେଳେ, ଚର୍ଚ୍ଚାରେ ଅଛନ୍ତି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ନୀଳାମ୍ବର ସାହୁ| ଶ୍ରୀଯୁକ୍ତ ସାହୁ ଏକ ଦଶନ୍ଧି ଧରି ସଂଘର୍ଷ ମୟ ଛାତ୍ର ଜୀବନରୁ ବିଧାନସଭା ନିର୍ବାଚନ ମଣ୍ଡଳୀ ପରି ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ର ପଥ ଅତ୍ୟନ୍ତ ଜଟିଳ, ସାଧାରଣ ମଧ୍ୟବିତ୍ତ ଗରିବ ଘରରୁ ଆସି ୨୦୧୪ ରେ +୩ ମହାବିଦ୍ୟାଳୟ କର୍ଲାପଡ଼ା ର ସଭାପତି ରହି ଛାତ୍ର ଛାତ୍ରୀ ଙ୍କ ହକ ପାଇଁ ପଦଯାତ୍ରା ଧାରଣା ଦେବା ୨୦୧୬ ରେ ଛାତ୍ର ବି.ଜେ.ଡି ସଦର ବ୍ଲକ ସଭାପତି ରହି “ହକ ମାଗୁଛି ଓଡିଶା, କାର୍ଯ୍ୟକ୍ରମ ରେ କେନ୍ଦ୍ରସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ବ୍ଲକ ର ସମସ୍ତ ପଞ୍ଚାୟତ ସ୍ତରରେ ସଭାପତିତ୍ୱ କରି ଛାତ୍ର ସଂଗଠନ କୁ ସକ୍ରିୟ କରିବା ୨୦୧୮ ରେ ଜିଲ୍ଲା ଉପ-ସଭାପତି ରହି ଜିଲ୍ଲା ଛାତ୍ର ବିଜେଡି ନେତୃତ୍ୱ କୁ ଆଗେଇବା , ଦଳମତ ନରଖି ‘ଗରିବ ନିରହି ଲୋକଙ୍କୁ ଦୁଃଖ ସୁଖ ରେ ଜଡିତ ରହି “ବିଜୁ ସ୍ୱାସ୍ଥ୍ୟ କାର୍ଡ, ଯୋଜନା ରେ ହସ୍ପିଟାଲ ରେ ରୋଗୀ ଙ୍କ ସେବା, ସରକାର ଙ୍କ ଜନକଲ୍ୟାଣ କାରି ଯୋଜନା ଗ୍ରାଉଣ୍ଡ ଜ଼ିରୋ କୁ ପହଞ୍ଚାଇବା ରେ ସକ୍ରିୟ ଭୂମିକା, ଆଜି ନିର୍ବାଚନ ମଣ୍ଡଳୀ ପରି ଗୁରୁ ଦାୟିତ୍ୱ ପାଇ, ଭୁରି ଭୁରି ପ୍ରଶଂସାର ପାତ୍ର ସାଉଁଟି ଛନ୍ତି । ସେହିପରି ଜିଲ୍ଲା ରେ ୧୦ଜଣ ଉପସଭାପତି, ୨୦ ଜଣ ସାଧାରଣ ସମ୍ପାଦକ, ୨୦ ଜଣ ସମ୍ପାଦକ,୪ଟି ଟାଉନ ସଭାପତି ଏବଂ ଜଣେ ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ଜୟପୁର ମାଉଣ୍ଟ ଭେଲି ହୋଟେଲ ରେ ବିଜେପି ସେଲ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ବସ୍ତା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ

masiha

ରାଜ୍ୟପାଳଙ୍କ ଉଦ୍ୟେଶ୍ୟରେ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!