ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭୋଟ ପାଇଁ ସଚେତନତା ରାଲି

ଭୋଟ ପାଇଁ ସଚେତନତା ରାଲି 

ରାଉରକେଲା: ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସଙ୍ଗୀତ ତରଙ୍ଗ” ତରଫରୁ ଏକ ଭୋଟ୍ ଜନ ସଚେତନତା ରାଲି ଆୟୋଜନ କରାଯାଇଥିଲା | ଏଥିରେ ଅନୁଷ୍ଠାନର ପ୍ରତିଭା ସମ୍ପନ୍ନ କଳାକାର ତଥା ସଦସ୍ୟମାନେ ସେକ୍ଟର ୧୯ ଆମ୍ବାଗାନ୍ ଛକ ଠାରୁ ରିଂ ରୋଡ଼ ଦେଇ ସେକ୍ଟର ୭/୧୭ ଛକ ଓ ସେକ୍ଟର୍ ୯ ଛକ, ସେକ୍ଟର ୮ ଏବଂ ୭ ମାର୍କେଟ୍ ଇତ୍ୟାଦି ଜନଗହଳି ସ୍ଥାନରେ ଠିଆ ହୋଇ ବିଭିନ୍ନ ଆକର୍ଷକ ପ୍ଲାକାର୍ଡ ଓ ସ୍ଲୋଗାନ ଯୋଗେ ଦେଶ ତଥା ରାଜ୍ୟର ପ୍ରଗତିରେ ଭୋଟର ଗୁରୁତ୍ଵ, ଆବଶ୍ୟକତା ଦର୍ଶାଇ ସମସ୍ତ ନାଗରିକଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରିଥିଲେ | ପ୍ରତିକୁଳ ପାଣିପାଗ ସତ୍ତ୍ୱେ ଉଭୟ ପୁରୁଷ ଓ ନାରୀ ସଦସ୍ୟ ମାନେ ଉତ୍ସାହର ସହ ଭାରତର ଏଇ ମହାନ ଗଣତାନ୍ତ୍ରିକ ପ୍ରକ୍ରିୟା – ନିର୍ବାଚନ ର ସଫଳତା ପାଇଁ ଅଂଶ ଗ୍ରହଣ କରିଥିଲେ | ବିଶେଷତଃ ଏକ ସଙ୍ଗୀତ ଅନୁଷ୍ଠାନ ହୋଇ ମଧ୍ୟ ସାମାଜିକ ସାଂସ୍କୃତିକ ଟ୍ରଷ୍ଟ୍ ଭାବେ ସାମାଜିକ ଦାୟୀତ୍ୱ ଯଥା ସମ୍ଭବ କରିବାକୁ ସୁଯୋଗ – ଅନୁମତି ଦେଇଥିବାରୁ ଅନୁଷ୍ଠାନର ଅଧ୍ୟକ୍ଷ ଲିଓନ ବିନୋଦ ମାହୁନ୍ତ ଅଂଶଗ୍ରହଣକାରୀଙ୍କୁ ସାଧୁବାଦ ତଥା ସ୍ଥାନୀୟ ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ | ଜାତି, ଧର୍ମ, ଅଞ୍ଚଳ, ଅନୁଷ୍ଠାନ, ଜୀବିକା ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ନାଗରିକ ଓ ବିନ୍ଦୁରୁ ସିନ୍ଧୁ ପରି ଭୋଟର ସଚେତନତା ନେଇ ଯାହାବି କିଛିଟା ସାମାଜିକ କାର୍ଯ୍ୟ କରିଥିବାରୁ ଅନୁଷ୍ଠାନର ସଭାପତି ତପନ ନାୟକ ଅଂଶଗ୍ରହଣକାରୀ ତଥା ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ | ଶେଷରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସନ୍ତୋଷ ଦାସ ସମ୍ମାନୀୟ ଅଧ୍ୟକ୍ଷ, ପ୍ରତ୍ୟେକ ଉପଦେଷ୍ଟା ଓ ଏକ୍ଜିକ୍ୟୁଟିଭ୍ ସଭ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ | ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ ପଣ୍ଡା, ଲିପି ମହାନ୍ତି, ସ୍ଵାତୀ ଦାସ, ତପସ୍ଵିନୀ ନାୟକ, ସ୍ୱାଗତିକା ସାହୁ, ମିନତି ତ୍ରିପାଠୀ, ଝୁନୁ ନାୟକ, ରୀନା,ସତ୍ୟବ୍ରତ ମହାନ୍ତି, ଅଜୟ ଖଟୁଆ,ପ୍ରଦୀପ ମହନ୍ତ, ଅଶ୍ଵିନୀ ସିଂହ, ଲକ୍ଷ୍ମଣ ମହନ୍ତ, ନରେନ୍ଦ୍ର ପାତ୍ର,ବନୋଜ ଦାସ, ଗଦାଧର ସାହୁ, ସନ୍ତୋଷ ଦାସ, ତପନ ନାୟକ ପ୍ରମୁଖ ଯୋଗ ଦେଇଥିଲେ |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୁଲିସ ଡିଜି, କମିଶନର ଓ ଡିସିପିଙ୍କ ନାଁରେ ଏତଲା ଦେଲେ ବିଜେପି କର୍ମକର୍ତ୍ତା 

Sunil Chandra Nayak

ଗୋଲାମୁଣ୍ଡା ଗ୍ରାମର ୧୧ ଜଣ ଯୁବକ ବିଜେପିରେ ସାମିଲ: ସଙ୍ଗଠନ ହେଲା ମଜବୁତ

ବିଜେଡିରେ ସାମିଲ ହେଲେ ବିଜେପି ମଣ୍ଡଳ ସଭାପତି

masiha

Leave a Comment

error: Content is protected !!