ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଵହଳଦାରେ ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

ଵହଳଦାରେ ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

ରାଇରଙ୍ଗପୁର – ୩୦/୦୮ ସନ୍ଥ ଶିରୋମଣୀ ଶ୍ରୀ ଗୁରୁ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ଅବସରରେ ଵହଳଦା ମା’ କିଚକେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ‘ ସମରସତା ସଙ୍କଳ୍ପ ଅଭିଯାନ” ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ମୁଖ୍ୟ ବକ୍ତା କବି ବିଷ୍ଣୁ ଶତପଥି, ଵିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବିନ ରାମ, ବିଜେପି ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ,ଏସି ସେଲ ଜିଲ୍ଲା ସଭାପତି ସୁବାସ ଵେହେରା ,ବରିଷ୍ଠ ବିଜେପି ନେତା ଜୟନ୍ତ ମହାପାତ୍ର, ମାଧବ ମହାପାତ୍ର,ଵହଳଦା ମଣ୍ଡଳ ସଭାପତି ସୁନିଲ ମହାନ୍ତ,ଝରାଡିହି ମଣ୍ଡଳ ସଭାପତି ସନ୍ତୋଷ ମହାପାତ୍ର, ମିଥିଳା ଟୁଡୁ,ରାଣି ମଣ୍ଡଳ,ଯଜ୍ଞସିନୀ ବେହେରା, ରାଣି ମଣ୍ଡଳ,ରଞ୍ଜିତା ମହାନ୍ତ,ମଂଜୁଲତା ଗିରି,ନିରୁପମା ଟୁଡୁ, ଯୁବମୋର୍ଚ୍ଚା ସଭାପତି ଲିଟୁ ମହାନ୍ତ,ରାଜେଶ ପାଲ,ଘାସିରାମ ପାତ୍ର , ଶୁଭଜିତ୍‌ ପାଲ, ଗୋଲାରାମ ହେମ୍ଵ୍ରମ୍, ଶୁଭଂ ସାହୁ,ସାଜନ,ନଳିନୀ,ଜଗନ୍ନାଥ ଧନୁ ହେମ୍ବ୍ରମ୍, ଜ୍ଞାନ ରଞ୍ଜନ ଦିକ୍ଷିତ,ପ୍ରତ୍ଯୁଷ ଦାସଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଓ କର୍ମୀ ସାମିଲ ହୋଇଥିଲେ । ରାଜେଶ ପାଲ ମଞ୍ଚ ପରିଚାଳନା କରିଥିଲେ ।ଏହି ଅବସରରେ କାଶୀରୁ ଅଣାଯାଇଥିବା ପବିତ୍ର ମାଟିକୁ କଳଶରେ ଧାରଣ କରି ଭଜନ ଓ ସଙ୍କୀର୍ତ୍ତନ ସହ ଏକ ସୁସଜ୍ଜିତ ରଥରେ ସନ୍ଥ ଶିରୋମଣି ରବି ଦାସଙ୍କ ଫଟୋକୁ ରଖାଯାଇ ସାଧାରଣଙ୍କ ଦର୍ଶାନାର୍ଥେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା ‌ ।ପରେ ଆୟୋଜିତ ସଭାରେ ସନ୍ଥ ଶିରୋମଣି ରଵିଦାସଙ୍କ ଜୀବନୀ, ଆଦର୍ଶ ଓ ମାନବ ସମାଜ କଲ୍ୟାଣ ପାଇଁ ତାଙ୍କର ଅବଦାନ ଉପରେ ଆଲୋକପାତ କରାଯାଇଥିଲା ।ସମାଜରେ ସମାନତା,, ଭାଇଚାରା, ସାମାଜିକ ସମରସତା ଓ ମାନବୀୟ ମୂଲ୍ୟବୋଧ ପ୍ରତିଷ୍ଠା କରିବା ଦିଗରେ ଗୁରୁ ରବି ଦାସଙ୍କଦର୍ଶନ ଆଜି ପାଇଁ ପ୍ରେରଣା ଦାୟୀ ବୋଲି ମତ ପ୍ରକାଶ ପାଇଥିଲା ।କାର୍ଯ୍ୟକ୍ରମରେ ସମସ୍ତ ଅଞ୍ଚଳରୁ ଆସିଥିବା ସାଧୁ, ସନ୍ଥ,, ଧାର୍ମିକ, ଓ ସାମାଜିକ କାର୍ଯ୍ଯକର୍ତାଙ୍କ ସମେତ ବହୁ ସଂଖ୍ୟକ ଲୋକେ ଯୋଗ ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ/ସର୍କିଟ ବେଞ୍ଚ ଦାବି ନେଇ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଭେଟିଲେ ଡ଼ଃ ସସ୍ମିତ ପାତ୍ର

ମୋଦି ସରକାର ଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ୫ ଏପ୍ରିଲ ଦିଲ୍ଲୀ ଅଭିଯାନ କୁ ସଫଳ କରିବା ପାଇଁ ମିଳିତ କନଭେନସନ

Sunil Chandra Nayak

୫ ଟି ସଚିବ ଙ୍କ ନବରଙ୍ଗପୁର ଗସ୍ତକୁ ନେଇ ଡାବୁଗାଁ ବ୍ଲକ କଂଗ୍ରେସ ର ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!