ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରଘୁନାଥପଲ୍ଲୀ ବିଧାନ ସଭା କ୍ଷେତ୍ର ବୈଠକ ରେ ମନମୋହନ ସାମଲଙ୍କ କର୍ଣ୍ଣ ମନ୍ତ୍ର

ଭାରତୀୟ ଜନତା ପାର୍ଟି, ପାନପୋଷ ସଂଗଠନିକ ଜିଲ୍ଲା, ରାଉରକେଲା   

ରଘୁନାଥପଲ୍ଲୀ ବିଧାନ ସଭା କ୍ଷେତ୍ର ବୈଠକ ରେ ମନମୋହନ ସାମଲଙ୍କ କର୍ଣ୍ଣ ମନ୍ତ୍ର

ରାଉରକେଲା/ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରର ବୈଠକ ସେକ୍ଟର -୨ ସ୍ଥିତ ସେହନାଇ ମଣ୍ଡପ ଠାରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ବୈଠକ ର ଶୁଭାରମ୍ଭ କରିଥିଲେ । ଜିଲ୍ଲା ସଭା ନେତ୍ରୀ ଲତିକା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ତାଙ୍କ ବକ୍ତବ୍ୟରେ ରଜ୍ୟ ସରକାରଙ୍କ ଅପାରଗତା ପାଇଁ ରାଜ୍ୟ ସରକାର ଙ୍କୁ କଡା ସମାଲୋଚନା କରିଥିଲେ। ରାଜ୍ୟ ସାଧାରଣ ସଂପାଦିକା ପୂର୍ଣ୍ଣିମା କେରକେଟା ତାଙ୍କ ଭାଷଣରେ ସଂଗଠନକୁ ସୁଦୃଢ଼ କରି ଆସନ୍ତା ନିର୍ବଚନରେ ଆମ ବିଧାୟକ ପ୍ରଥୀଙ୍କୁ ଜିତାଇବା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ପ୍ରତି ବୁଥକୁ ମଜବୁତ୍ କରିବା ଓ ସବୁ ବୁଥରେ ଆଗରେ ରହିବା ପାଇଁ ପରିଶ୍ରମ କରିବାକୁ କହିଥିଲେ। ରାଜ୍ୟ ସଂପାଦକ ସରୋଜ କର ତାଙ୍କ ବକ୍ତବ୍ୟରେ ସମସ୍ତ କାର୍ଯ୍ୟକ୍ରମକୁ ସଠିକ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ । ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ତାଙ୍କ ବକ୍ତବ୍ୟରେ ଆସନ୍ତା ନିର୍ବାଚନରେ ଜିତିବା ପାଇଁ ବଦ୍ଧ ପରିକର ବୋଲି ପ୍ରକାଶ କରିଥିଲେ। ରାଜ୍ୟ ସଭାପତି ଶ୍ରୀ ସାମଲ ତାଙ୍କ ମାର୍ଗ ଦର୍ଶନରେ ଆଗାମୀ ନିର୍ବାଚନରେ ବିଜେପିକୁ ଜିତାଇବାକୁ ସଂକଳ୍ପ କରିବା ସହ ଅଗ୍ରେସିଭ ହେବା ପାଇଁ ପରାମର୍ଶ ଦେଇଥିଲେ । ସେ ମୋଦିଜୀଙ୍କ ସଫଳ କାର୍ଯ୍ୟକୁ ଭୁୟସି ପ୍ରଶଂସା କରିଥିଲେ। କାର୍ଯ୍ୟକର୍ତ୍ତା ମୋଦିଜୀଙ୍କ ଜନହିତ ଯୋଜନାକୁ ଜନତାଙ୍କ ଘରେ ଘରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ବିକ୍ଷୋଭ, ଆନ୍ଦୋଳନ ଆଦି କରି କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାକୁ କର୍ଣ୍ଣ ମନ୍ତ୍ର ଦେଇଥିଲେ । ରାଜ୍ୟ ସରକାର ଦେଇଥିବା ପ୍ରତିଶୃତିକୁ ପାଳନ କରିନଥିବାରୁ ଉଦବେଗ ପ୍ରକାଶ କରିଥଲେ। ବଟକୃଷ୍ଣ ମିଶ୍ର ସୁନ୍ଦରଗଡ଼ ଜିଲ୍ଲା ସାଂସଦ କ୍ଷେତ୍ର ନିର୍ବାଚନର ସଂଚାଳକ ଓ ଆଶିଷ ଠାକୁର ସୁନ୍ଦରଗଡ ଜିଲ୍ଲା ର ବିସ୍ତାରକ ମଧ୍ୟ ମଞ୍ଚାସିନ ଥିଲେ । ଜିଲ୍ଲା ସଂପାଦକ ପରେଶ୍ ମିଶ୍ର ମଞ୍ଚ ସଂଚାଳନ କରିଥିଲେ। ରାଜ୍ୟ , ଜିଲ୍ଲା, ମଣ୍ଡଳ, ଶକ୍ତିକେନ୍ଦ୍ର, ବୁଥ କମିଟି ଆଦିର କାର୍ଯ୍ୟକର୍ତ୍ତା , ବି. ଏଲ୍ -୨ ଏଜେଣ୍ଟ ଆଦି ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନାରୀଶକ୍ତି ବନ୍ଦ ଅଧିନିୟମ ସଂସଦରେ ପାରିତ ନ ହେବାରୁ କଂଗ୍ରେସ ଓ ବିରୋଧୀଙ୍କ ବିରୋଧରେ ପ୍ରତିବାଦ ଆସନ୍ତା କାଲି ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବିଶାଳ “ମହିଳା ଜନ ଆକ୍ରୋଶ ସମାବେଶ”: ଡା.ଐଶ୍ଚର୍ଯ୍ୟା ବିଶ୍ୱାଳ

Sunil Chandra Nayak

ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମତିଥି ପାଳନ କଲେ ପୂର୍ବତନ ବିଧାୟକ ସରୋଜ କୁମାର ମେହେର

masiha

ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ କମଲ ଚରଣ ତାଣ୍ଡି ନାମାଙ୍କନ ପାତ୍ର ଦାଖଲ 

masiha

Leave a Comment

error: Content is protected !!