ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମାର୍କ୍ସବାଦ ଦର୍ଶନର ମୂଳତତ୍ତ୍ଵ ଶୋଷଣ ମୁକ୍ତ ସମାଜ

ମାର୍କ୍ସବାଦ ଦର୍ଶନର ମୂଳତତ୍ତ୍ଵ ଶୋଷଣ ମୁକ୍ତ ସମାଜ

ରାଉରକେଲା: ବିଶ୍ବ ବିଖ୍ୟାତ ସମାଜ ବିଜ୍ଞାନୀ ଦାର୍ଶନିକ କାର୍ଲ ମାର୍କ୍ସଙ୍କ ଜୟନ୍ତୀ ଉତ୍ସବ ସହରର ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। କବି ବଳରାମ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ପ୍ରାବନ୍ଧିକ ଗଗନ ବିହାରୀ ଧଳ ଯୋଗଦେଇଥିଲେ। ସର୍ବପ୍ରଥମେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ନିହତ ଭ୍ରମଣକାରୀ,ପ୍ରୟାତ କମ୍ରେଡ ଦିବାକର ନାୟକ ଓ ଅଶୋକ ବଳଙ୍କ ଅପ୍ରତ୍ୟାଶିତ ନିଧନରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ଅନୁଷ୍ଠାନର ସାଧାରଣ ସମ୍ପାଦକ ନାଟ୍ୟକାର ଆର୍ତ୍ତତ୍ରାଣ ମହାପାତ୍ର ମାର୍କ୍ସଙ୍କ ବାଲ୍ୟଜୀବନ, ଶିକ୍ଷା, ପାରିବାରିକ ସ୍ଥିତି, ବୈବାହିକ ଜୀବନ, ସାମ୍ୟବାଦୀ ଚିନ୍ତା ଚେତନା, ସୃଜନ ପରାକାଷ୍ଠାର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ । ମୁଖ୍ୟବକ୍ତା ଶ୍ରୀ ଧଳ ମାର୍କ୍ସଙ୍କ ଦର୍ଶନରେ ସାମାଜିକ , ରାଜନୈତିକ ଓ ଆର୍ଥିକ ଦିଗ ଗୁଡ଼ିକର ପ୍ରାସଙ୍ଗିକତା , ଉପାଦେୟତା ଆଦିର ଗଭୀର ବିଶ୍ଳେଷଣ କରିବା ସଙ୍ଗେ ସଙ୍ଗେ ରୁଷ ବିପ୍ଳବ , ଶ୍ରେଣୀ ସଂଘର୍ଷ,ଦ୍ବାନ୍ଦିକ ବସ୍ତୁବାଦ,ସାମ୍ରାଜ୍ୟବାଦ,ଫାସିବାଦ, ଧର୍ମୀୟ ମୌଳବାଦ, ସମ୍ପର୍କରେ ତାତ୍ତ୍ବିକ ଆଲୋଚନା କରିଥିଲେ। ସଭାପତି ଶ୍ରୀ ରାଉଳ ମାର୍କ୍ସଙ୍କର ସମାଜବାଦ ପ୍ରତିଷ୍ଠା ଦିଗରେ ପ୍ରେମ ଓ ଜୀବନକୁ ନେଇ ମାର୍କ୍ସଙ୍କ ତାତ୍ତ୍ବିକ ଅବଧାରଣା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ।

 ଦ୍ବିତୀୟ ପର୍ଯ୍ୟାୟରେ କବି ତ୍ରିଲୋଚନ ସ୍ବାଇଁଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରତାପ କୁମାର ପଣ୍ଡା, ଅକ୍ଷୟ କୁମାର ସାମଲ, ସୁଶାନ୍ତ କୁମାର ନାୟକ, ସଞ୍ଜୀବ କୁମାର ଭୋଇ, କୁଞ୍ଜବିହାରୀ ରାଉତ, ତ୍ରିଲୋଚନ ସ୍ବାଇଁ, ବଳରାମ ରାଉଳ ପ୍ରମୁଖ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ଼ଃ ସୁମନ ଦତ୍ତ,ଶର୍ମିଳା ଦତ୍ତ, ବିନୋଦ କୌଶଲ ଆଦି ସହରର ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଉପସ୍ଥିତି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲା । ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜେପି ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ

masiha

ଡାବୁଗାଁରେ ଭାଜପାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳିତ

masiha

ଓଡ଼ିଶାରେ,,ଛତିଶଗଡ଼ ଭାଷାରେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚାର

masiha

Leave a Comment

error: Content is protected !!