ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଘ ଆତଙ୍କରେ ଛାନିଆ ନୂଆପଡ଼ା ବାସୀ: ପୁଣି ଜଣେ ନାବାଳକକୁ ଝାମ୍ପିଲା ବାଘ ଗ୍ରାମ ବାସୀ ଉଦ୍ଧାର

ବାଘ ଆତଙ୍କରେ ଛାନିଆ ନୂଆପଡ଼ା ବାସୀ: ପୁଣି ଜଣେ ନାବାଳକକୁ ଝାମ୍ପିଲା ବାଘ ଗ୍ରାମ ବାସୀ ଉଦ୍ଧାର

 ନୂଆପଡ଼ା ଜିଲ୍ଲାରେ ବାରମ୍ବାର କଲରାପତରିଆ ବାଘ ଆକ୍ରମଣ ଶିକାର ହୋଉଛନ୍ତି ଲୋକେ । ପୁଣି ୭ ବର୍ଷର ଜଣେ ଶିଶୁକୁ ଆକ୍ରମଣ କରିଛି ବାଘ । ଏଭଳି ଜଣକ ପରେ ଜଣକଙ୍କ ଜୀବନ ଯାଉଥିବା ବେଳେ, ସୁନାବେଡା ଅଭୟାରଣ୍ୟ ବନ୍ୟଜନ୍ତୁ ବିଭାଗ ନିରବ ରହିଥିବା ଅଭିଯୋଗ କିରିଛନ୍ତି ସ୍ଥାନୀୟ ଲୋକେ।ନୂଆପଡ଼ା ଜିଲ୍ଲାର ଧରମବନ୍ଧା ଥାନା ଅନ୍ତର୍ଗତ ବିଭିନ୍ନ ଗାଁରେ କଲରାପତରିଆ ବାଘ ଆକ୍ରମଣ କରି ଚାଲିଛି ।ସୂଚନା ଯୋଗ୍ୟ ଶନିବାର ସଂଧ୍ୟାରେ ପୁଣି ଆତଙ୍କ ରଚିଛି କଲରପତାରିଆ ବାଘ । ଧରମବନ୍ଧା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଦୋପାଲି ଗାଁର ୭ ବର୍ଷର ଶିଶୁ ନୀଳକଣ୍ଠ ବରିହା ଘର ସମ୍ମୁଖରେ ଖେଳୁଥିବା ବେଳେ,ବାଘ ଝାମ୍ପି ନେଇଯାଉଥିଲା । ସଙ୍ଗେସଙ୍ଗେ ଗାଁଲୋକ ଚିତ୍କାର କରି ବାଘକୁ ଘଉଡାଇବା ବେଳକୁ ଶିଶୁ ନୀଳକଣ୍ଠକୁ ଛାଡ଼ିଦେଇ ଚାଲିଯାଇଛି ବାଘ । ଶିଶୁର କାନ ଓ ଛାତିକୁ ବାଘ କ୍ଷତ କରିଛି । ଲହୁଲୁହାଣ ଅବସ୍ଥାରେ ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟରେ ଭର୍ତ୍ତି କରାଯାଇଛି । ସପ୍ତାହକ ମଧ୍ୟରେ ୩ ଗୋଟି ଘଟଣା ଘଟାଇଲାଣି ବାଘ । ଗତ ଅକ୍ଟୋବର ମାସ ୩୦ ତାରିଖରେ କଟିଙ୍ଗପାଣି ଗାଁର ୮ ବର୍ଷର ଶିଶୁ ଡମ୍ବୁ ଧରୁଆକୁ ବାଘ ଝାମ୍ପି ନେଇ ଦେଇଥିଲା । ଏହାପରେ ଶୁକ୍ରବାର ସିଲିଆରିବାହାରା ଗାଁର ରାମେଶ୍ୱରୀ ମାଝୀଙ୍କୁ ବାଘ ଝାମ୍ପି ନେଇଥିଲା । ବର୍ତ୍ତମାନ ପୁନଃ ଜଣେ ନାବାଳକକୁ ବାଘ ଝାମ୍ପି ନେବାକୁ ଚେଷ୍ଟା କରିଛି । ମହିଳାଙ୍କୁ ଝାମ୍ପି ନେଲା ବାଘ, ଜଙ୍ଗଲରୁ ଉଦ୍ଧାର ହେଲା ମୃତ ଦେହ ନିରୀହ ଆଦିବାସୀମାନଙ୍କ ଜୀବନ ଯାଉଥିବା କାରଣରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ଶୁକ୍ରବାର ବାଘ ଆକ୍ରମଣରେ ସିଲିଆରିବାହାରା ଗାଁର ରାମେଶ୍ୱରୀ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଚାକିରି ଦେବାକୁ ଆଦିବାସୀ କଲ୍ୟାଣ ସଂଘ ଦାବି କରିଛି । ସେହିଭଳି ବାଘ ମୁହଁରୁ ବର୍ତ୍ତି ଯାଇଥିବା ଗୁରୁତର ଶିଶୁ ନୀଳକଣ୍ଠ ବରିହାଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ସହିତ ତୁରନ୍ତ ବାଘକୁ ଧରି ନନ୍ଦନକାନନ ଛାଡ଼ିବାକୁ ଦାବି କରିଛି ସଂଘ ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପଲମ ଓ ହାତିଖୋଜ୍ ଠାରେ ଛତୁ ଚାଷ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

୭୪ତମ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଗଛ ଲଗେଇ ବଞ୍ଚାଇବା ପାଇଁ ଶପଥ ପାଠ 

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ପ୍ରଚେଷ୍ଟାରେ ଭିନ୍ନକ୍ଷମ ମାନଙ୍କୁ ଭ୍ରାମ୍ଯମାଣ ଚୌକି ପ୍ରଦାନ

Sunil Chandra Nayak

Leave a Comment

error: Content is protected !!