ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦଶପୁର ମଣ୍ଡଳ ବିଜେପିର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନି ବୈଠକ

ଗୋଳାମୁଣ୍ଡା/୧୮/୧/୨୦୨୩/ପ୍ରଗତିଶୀଳ ମସିହା/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଟେମରି ପଞ୍ଚାୟତର କୁମ୍ଭାରୀ ଗ୍ରାମର ଅଲେଖ ମହିମା ମଠରେ ବିଜେପିର ବରିଷ୍ଠ  କର୍ମୀ ମାନଙ୍କୁନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଦଶପୁର ମଣ୍ଡଳ ସଭାପତି ଶ୍ରୀ ଯୁକ୍ତ ଲଳିତ ପଧାନ ଙ୍କ ନେତୃତ୍ବରେ ଆୟୋଜନ କରାଯାଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟ କାରୀଣ ସଦସ୍ୟ ମନୋଜ କୁମାର ମେହେର, ବରିଷ୍ଠ ସଦସ୍ୟ ରୂପେଶ କୁମାର ଜୈନ,ରାଜ୍ୟ କାର୍ଯ୍ୟ କାରୀଣ ସଦସ୍ୟ ଆର୍ତ୍ତ ତ୍ରଣା ମହାପାତ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୂପମା ନାଇକ, କଳାହାଣ୍ଡି ଜିଲ୍ଲା ଲୋକ ସଭା ସଦସ୍ୟ ବସନ୍ତ କୁମାର ପଣ୍ଡା ଙ୍କ ରିପ୍ରେଜେନଟିଭ ଭାଗ୍ୟବାନ ବାଗ ତଥା ଦଶପୁର ମଣ୍ଡଳର ପ୍ରତି ପଞ୍ଚାୟତର କର୍ମୀ ମାନେ ବହୁ ସଂଖ୍ୟରେ ଯୋଗ ଦେଇଥିଲେ । ପ୍ରଥମେ ଭାରତ ମାତାର ଫଟୋ ଚିତ୍ରରେ ଧୂପ ଦୀପ ଓ ପୁଷ୍ପ ମାଲ୍ୟ ଅର୍ପଣକରି ଭାରତ ମାତାର ଗାନ କରିଥିଲେ, ଓ ଆଗାମି ଦିନରେ  କିପରି ବହୁ ସଂଖ୍ୟରେ ଲୋକଙ୍କୁ  ବିଜେପିରେ ସାମିଲ କରାଯିବ ଓ ପ୍ରତି ପଞ୍ଚାୟତ ସ୍ତରୀୟ ବୁଥ ରେ ସଙ୍ଗଠନ ମଜଭୁତ ରହିବ ସେ ଦିଗରେ ଆଲୋଚନା କରିଥିଲେ । ଆଜିର ଏହି ବୈଠକରେ ଗୋଳାମୁଣ୍ଡା ବ୍ଲକର ଏମପି ବସନ୍ତ ପଣ୍ଡା ଙ୍କ ପ୍ରତିନିଧି ଭାଗ୍ୟବାନ ବାଗ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଦଲୀୟ କର୍ମୀ ସରୋଜ କୁମାର ନିଆଲ, ଅଭିମନ୍ୟୁ ଦାସ, ଭୁବନେ ନିଆଲ, ଗଜିନ୍ଦ୍ର ବାଗ, ବିଷ୍ଣୁ ପ୍ରସାଦ ସା, ପ୍ରମୁଖ ଉପସ୍ଥିତ ରହିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବିଜେଡି ର ପ୍ରତିଷ୍ଠା ଦିବସ ରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର

masiha

ରାଇରଙ୍ଗପୁରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ୨ ଜଣ ନାମାଙ୍କନ ପତ୍ର ଦାଖଲ

masiha

କାମାକ୍ଷାନଗର ବ୍ଲକରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!