ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶେଷରେ ମୁକୁଳିଲା ବନ୍ଧା ପଡ଼ିଥିବା ସାର୍ଟିଫିକେଟ୍

ନବରଙ୍ଗପୁର୍–(ମସିହା)ଶେଷରେ ମୁକୁଳିଲା ଦୀର୍ଘ ଦିନ ଧରି ବନ୍ଧା ପଡ଼ିଥିବା ସାଟିଫିକେଟ୍ । ବାରମ୍ବାର କଲେଜ କତ୍ତୃପକ୍ଷଙ୍କୁ ନେହୁରା ପରେ ମଧ୍ୟ ସାର୍ଟିଫିକେଟ୍ ନ ମିଳିବାରୁ ଗଣମାଧ୍ୟମର ଦ୍ବାରସ୍ଥ ହୋଇଥିଲେ ଦିବ୍ୟାଙ୍ଗ ଛାତ୍ରୀ ଲିଜା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଦିବ୍ୟାଙ୍କ ଛାତ୍ରୀ ଫେରି ପାଇଛି ତା’ର ସାର୍ଟିଫିକେଟ୍ । ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଳା ଉମରକୋଟ ଅଂଚଳରେ । ଯେଉଁଠି ଜଣେ ଅସହାୟ ବିକଳାଙ୍ଗ ଛାତ୍ରୀଙ୍କ ସମସ୍ତ ସାର୍ଟିଫିକେଟ୍ ଦୀର୍ଘ ଦିନ ଧରି ବନ୍ଧକ ରଖିଥିଲା ଏକ ଘରୋଇ ଶିକ୍ଷାନୁଷ୍ଠାନ ।ବହୁ ଦିନର ସଂଘର୍ଷ ପରେ ମୁହଁରେ ହସ ଫୁଟାଇ ବସି ରହିଥିବା ଏହି ଦିବ୍ୟାଙ୍ଗ ଛାତ୍ରୀ ଜଣକ ହେଉଛନ୍ତି ଝରିଗାଁ ବ୍ଲକ କୋଦଭଟ୍ଟା ଡିଏନକେ ଗ୍ରାମର ସଞ୍ଜୟ ଗୋଲଦାରଙ୍କ ଏକମାତ୍ର କନ୍ୟା ଲିଜା ଗୋଲଦାର । ଦୀର୍ଘ ଦିନର ଲଢେଇ ପରେ ନିଜ ସାର୍ଟିଫିକେଟ୍ ଫେରି ପାଇ ଖୁବ୍ ଖୁସି ଅଛନ୍ତି ଲିଜା ଓ ତାଙ୍କ ପରିବାର । ଲିଜା ଜଣେ ଶାରୀରିକ ଭିନ୍ନକ୍ଷମ ହୋଇଥିବା ସତ୍ତ୍ବେ ସେ ଅନ୍ୟ ଛାତ୍ରୀଙ୍କ ଭଳି ଉଚ୍ଚ ଶିକ୍ଷା ଲାଭ ପରେ ନର୍ସ ହୋଇ ଲୋକଙ୍କ ସେବା କରିବା ସ୍ବପ୍ନ ନେଇ +୨ ପରେ ଝରିଗାଁ ବ୍ଲକ୍ ଧୋଡ୍ରା ସ୍ଥିତ ବି.ବି.ଛାଟୋଇ ନର୍ସିଂ କଲେଜରେ ବିଏସସି ନର୍ସିଂ ଶିକ୍ଷା ଲାଭ ପାଇଁ ନାମ ଲେଖାଇଥିଲେ ଓ ସମସ୍ତ ସାର୍ଟିଫିକେଟ୍ ଜମା ଦେଇଥିଲେ । କିନ୍ତୁ ଅଧିକାଂଶ ସମୟ ଶରୀର ଅସୁସ୍ଥ ଯୋଗୁଁ ଦିନେ ହେଲେ କଲେଜ ଯାଇ ପାରିଲେନି ଲିଜା । ପରେ ନିଜ ସମସ୍ତ ସାର୍ଟିଫିକେଟ୍ ଫେରି ପାଇବା ପାଇଁ କଲେଜକୁ ଯିବାରୁ କଲେଜ କତ୍ତୃପକ୍ଷ ଉକ୍ତ ବିଏସସି ନର୍ସିଂ ଶିକ୍ଷାର ସମସ୍ତ ଚାରି ବର୍ଷର ଲକ୍ଷାଧିକ ଟଙ୍କା ଜମା ପରେ ହିଁ ସାର୍ଟିଫିକେଟ୍ ଦିଆଯିବ ବୋଲି କହିଥିଲେ । ଲିଜା ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡି଼ ମଧ୍ୟ ନିରାସ ହେବା ପରେ ଗଣମାଧ୍ୟମର ଦ୍ବାରସ୍ଥ ହୋଇଥିଲେ । ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଲିଜା ନିଜ ସାର୍ଟିଫିକେଟ୍ ଫେରି ପାଇଥିବା କହିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍ 

Related posts

ବିଶ୍ଵ ଶାନ୍ତି ଦିବସରେ ବିଭିନ୍ନ ରାଷ୍ଟ୍ରରେ ଶାନ୍ତି ପ୍ରତିଷ୍ଠା ଓ ଜନ ଗଣଙ୍କୁ ମୋୖଳିକ ସୁବିଧା ଯୋଗାଇ ଦେବା ଦାବିରେ ବାମପନ୍ଥୀ ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ଦାବି ଦିବସ ଓ ବିକ୍ଷୋଭ

masiha

ଆମେ ଓଡ଼ିଆ ତରଫରୁ ଗୋପବନ୍ଧୁଙ୍କ ଜୀବନୀ ଉପରେ ବକ୍ତୃତା ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା

Sunil Chandra Nayak

ସ୍କୁଲ କୋଠା ନିର୍ମାଣ ଦାବୀରେ ଛାତ୍ରଛାତ୍ରୀ, ଅଭିଭାବକ ସମୂହ ଙ୍କ  ସ୍କୁଲ ସାମ୍ନାରେ ଧାରଣା

masiha

Leave a Comment

error: Content is protected !!