ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବା ଯୋଜନା ଦ୍ବାରା ସଡ଼କ ସୁରକ୍ଷା ସଚେତନତା ପଥ ପରିକ୍ରମା

ଢେଙ୍କାନାଳ (ମ ସୀ ହା) ୧୭/୦୧//ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ସୁରକ୍ଷା ସଚେତନତା ପଥ ପରିକ୍ରମା ଅନୁଷ୍ଠିତ ହୋଇଯାଇଅଛି । ଜାନୁଆରୀ ୧୧ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଚାଲିଥିବା ସଡ଼କ ସୁରକ୍ଷା ସପ୍ତାହ ଶେଷ ଦିନରେ ସ୍ବେଚ୍ଛାସେବୀ ମାନେ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରୁ ମୂଖ୍ୟ ରାସ୍ତାରେ ବ୍ଲକ ଅତିକ୍ରମ କରି କଙ୍କଡ଼ାହାଡ଼ ଗ୍ରାମ ମଧ୍ୟ ଦେଇ ସଚେତନତା ସ୍ଲୋଗାନ ଦେଇ ଫେରିଥିଲେ । ଅନୁଷ୍ଠାନର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଝୁନୁ ରାୟ ଏବଂ ପୁର୍ବତନ ଅଧିକାରୀ ଅଧ୍ୟାପକ ପ୍ରେମାନନ୍ଦ ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କଙ୍କଡ଼ାହାଡ଼ ଥାନା ଅଧିକାରୀ ଇନ୍ସପେକ୍ଟର ନିର୍ମଳା ଗୋଛାୟତ ଏବଂ ସବ- ଇନ୍ସପେକ୍ଟର ବିଷ୍ଣୁପ୍ରିୟା ରଣା ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେବା ସହିତ ହେଲମେଟ ନ ପିନ୍ଧି ଦୁଇ ଚକିଆ ଯାନ ଚଳାଉଥିବା ଚାଳକ ମାନଙ୍କ ଠାରୁ ଜୋରିମନା ଆଦାୟ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ପତାକା ଦେଖାଇ ପଥ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଅଧ୍ୟାପକ ଲକ୍ଷ୍ମୀକାନ୍ତ ଶତପଥୀ, ଅଜୟ କୁମାର ଚିନାରା, ଡିଇଓ ପ୍ରଦୀପ କୁମାର ବେହେରା, ନିର୍ଝରୀଣି ପଣ୍ଡା,ଅଭୟ କୁମାର ସାହୁ, ବସନ୍ତ କୁମାର ସାହୁ, ବସନ୍ତ କୁମାର ଦାସ ଏବଂ ନିଳାମ୍ବର ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁର୍ନୀତିର ଗନ୍ଧ! ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ପ୍ରଦତ୍ତ ୬୦ ଲକ୍ଷ ଟଙ୍କାରୁ ବିନା ଟେଣ୍ଡରରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ? ମାତ୍ର ବିଭାଗ ଯନ୍ତ୍ରୀ ପାଖରେ ସୂଚନା ନାହିଁ !

Sunil Chandra Nayak

ପୂଜ୍ୟପାଦ ଗୁରୁ ସ୍ଵର୍ଗତ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଓ ‘ଲକ୍ଷ୍ମୀନାରାୟଣ ମହାପାତ୍ର ସ୍ମୃତି ସମ୍ମାନ’ ପ୍ରଦାନ ଉତ୍ସବ 

masiha

ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଶାଖାର ଏକ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!