ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପାଳପୁର ବେଳାଭୂମିରେ ଗଂଜାମ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଗୋପାଳପୁର ବେଳାଭୂମିରେ ଗଂଜାମ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ 

ଗୋପାଳପୁର, ତା ୦୯/୦୬ ଆଜି ଗୋପାଳପୁର ସମୁଦ୍ର ବେଳାଭୂମିରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସଚେତନତା ସହ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଅତିରିକ୍ତ ଉପଜିଲ୍ଲାପାଳ ରୀନା କୁମାରୀ ନାୟକ, ତହସିଲଦାର ରାକେଶ କୁମାର ପରିଡା, ଡେପୁଟି କଲେକ୍ଟର ଅଲେଖ ରଞ୍ଜନ ମହାଙ୍କୁଡ, ସମେତ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନେ ସମୁଦ୍ର ବେଳାଭୂମି ପରିସରରୁ ପ୍ଲାଷ୍ଟିକ, ବର୍ଜ୍ୟବସ୍ତୁ ଓ ଅନ୍ୟାନ୍ୟ ଆବର୍ଜନା ସଂଗ୍ରହ କରି ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର କରିଥିଲେ।

ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା ।  

ଉପଜିଲ୍ଲାପାଳ ଶ୍ରୀ କୁମାର ନିଜ ପ୍ରତିକ୍ରିୟାରେ ପରିବେଶ ସୁରକ୍ଷା, ସ୍ୱଚ୍ଛତା ତାସହ ଜିଲ୍ଲା ତଥା ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ସମୟରେ ନାଗରିକମାନଙ୍କର ଦାୟିତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ ।

ପରିଗଣନା ଫର୍ମ (Enumeration Form) ବଣ୍ଟନ ପ୍ରକ୍ରିୟା ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ତେଣୁ ତା ପୂର୍ବରୁ ବି.ଏଲ୍.ଓ ଙ୍କ ସହିତ ଯୋଗାଯୋଗ କରି ପରିଗଣନା ଫର୍ମ ପୁରାଣ କରିନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

Related posts

ଏଲ ଏଚଭି ଙ୍କ ଅବସର ଗ୍ରହଣ 

masiha

ଉଦ୍ୟାନ ବିଭାଗ କାହାପାଇଁ ? ଉଦ୍ୟୋଗୀ ଚାଷୀଙ୍କୁ ମିଳୁଥିବା ସହାୟତା ଓ ସଚେତନତା ପାଇଁ ଅସୁବିଧା ଅର୍ଥ କାହା ସ୍ୱାର୍ଥରେ?

Sunil Chandra Nayak

ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

masiha

Leave a Comment

error: Content is protected !!