ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଇଛେଲିଆ ଜଙ୍ଗଲରୁ ଛୁଆ ହାତୀର କଙ୍କାଳ ଜବତ

ପାଇଛେଲିଆ ଜଙ୍ଗଲରୁ ଛୁଆ ହାତୀର କଙ୍କାଳ ଜବତ

                                                                              ଭଞ୍ଜନଗର,୯/୬ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳର ଗାୟଗଣ୍ଡା ନିକଟସ୍ଥ ପାଇଛାଲିଆ ଘଞ୍ଚ ଜଙ୍ଗଲ ଭିତରୁ ସୋମବାର ଏକ ହାତୀ ଛୁଆର କଙ୍କାଳ ବନ ବିଭାଗ ଉଦ୍ଧାର କରିଛି। ମୃତ ହାତୀ ଛୁଆଟି ପ୍ରାୟ ଦୁଇମାସ ହେବ ମୃତ୍ୟବରଣ କରିଥିବା ବନ ବିଭାଗ କର୍ମଚାରୀ ଅନୁମାନ କରୁଛନ୍ତି। ହାତୀ ମୃତ୍ୟୁ ରାଜ୍ୟରେ ଏକ ସମ୍ବେଦନଶୀଳ ବିଷୟ ହୋଇଥିବା ବେଳେ ବିଭାଗୀୟ କର୍ମଚାରୀ ଏତେ ଦିନ ଧରି କିଭଳି ଏସଂର୍ପକରେ ସୂରାକ ପାଇ ପାରିଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତକାଲି ନିକଟ ଏକ ଗ୍ରାମର ଜଣେ ଛେଳି ଚରାଲି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ କଙ୍କାଳ ଦେଖି ଗ୍ରାମରେ କହିଥିଲେ। ଏହାପରେ ବନ ବିଭାଗ ଅଧିକାରୀ ଏସଂର୍ପକରେ ଅବଗତ ହେବା ପରେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଆଜି ବନ ବିଭାଗ ଅଧିକାରୀ ଏବଂ ଡାକ୍ତର ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏହାପରେ ସେଠାରେ କଙ୍କାଳକୁ ପୋତି ଦିଆଯାଇଛି। ଉକ୍ତ ହାତୀର ଅବଶିଷ୍ଟାଂଶ ତଥା ଚମଡ଼ା ଓ ହାଡର ନମୁନା ସଂଗ୍ରହ କରାଯାଇଥିବା ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି। ଉକ୍ତ ହାତୀର ମାଂସକୁ କଲରାପତରିଆ ବାଘ ଓ ଜଙ୍ଗଲୀ ହିଂସ୍ର ଜନ୍ତୁ ଖାଇଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡୁଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ପ୍ରାଣୀ ବିଶେଷଜ୍ଞମାନେ ହାତୀର କଙ୍କାଳ ଓ କିଛି ଚମଡ଼ାକୁ ଯାଞ୍ଚ କରିଥିଲେ। ଏହାପରେ ଅଧିକ ପରୀକ୍ଷା ପାଇଁ ହାଡ଼, ଚମଡ଼ା,ଦାନ୍ତକୁ ପରୀକ୍ଷା ପାଇଁ ଭୁବନେଶ୍ବର ଓୟୁଏଟିକୁ ପଠାଇବା ବ୍ୟବସ୍ଥା କରାଯାଇଛି। ଏଥିସହ ଡିଏଫଓ ଶ୍ରୀ ମହାନ୍ତି,ଏସିଏଫ୍‌ ବିମଳ କୁମାର ପ୍ରଧାନ,ରେଞ୍ଜର ପ୍ରଶାନ୍ତ ବେହେରା ପ୍ରମୁଖ ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି। ମୃତ ହାତୀ ଛୁଆଟି ମାଈ ହାତୀ ହୋଇଥିବା ଆଶଙ୍କା କରାଯାଉଛି। କିନ୍ତୁ ହାତୀଟି ବହୁଦିନ ପୂର୍ବରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ମୃତ୍ୟୁବରଣ କରିଛି ସଠିକ ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ଏହି ରେଞ୍ଜର ଗାୟଗଣ୍ଡା ନିକଟରେ ଗତ ମାସ ୯ ତାରିଖରେ ଗୋଟିଏ ୧୧ ବର୍ଷର ଅଣ୍ଡିରା ହାତୀ ଅସୁସ୍ଥତା ଯୋଗୁ ମୃତ୍ୟୁବରଣ କରିଥିଲା। ଏହି ଘଟଣା ପୂର୍ବରୁ ଆଉ ଉକ୍ତ ହାତୀ ଛୁଆ ପାଇଛାଲିଆ ଜଙ୍ଗଲରେ ମୃତ୍ୟୁବରଣ କରିଥିଲା। କିନ୍ତୁ ତାହା ଲୋକ ଲୋଚନକୁ ଆସିପାରି ନଥିଲା। ଗତକାଲି ଜଣାପଡିବା ପରେ ଆଜି ବନ ବିଭାଗ କର୍ମଚାରୀ ଆଜି ଘଟଣାସ୍ଥଳକୁ ଯାଇଥିବା ସମୟରେ ବାଘର ଏକାଧିକ ପାଦ ଚିହ୍ନ ସେଠାରେ ଦେଖିବାକୁ ପାଇଛନ୍ତି। କିନ୍ତୁ ହାତୀଟି କେଉଁଭଳି ପରିସ୍ଥିତିରେ ମୃତ୍ୟୁବରଣ କରିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏଥିସହ ଆଉ ଏକ ଦନ୍ତା ହାତୀ ଗାୟଗଣ୍ଡା କଦଳୀଗଡ ନିକଟ ଭୋଗରା ଜଙ୍ଗଲରେ ଗତ ମାର୍ଚ୍ଚ ମାସ ୧୦ ତାରିଖରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଥିଲା। ହାତୀଙ୍କ ଏଭଳି ମୃତ୍ୟୁ ସେମାନଙ୍କ ସୁରକ୍ଷା ପ୍ରତି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

Related posts

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ୭୭ତମ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷ ଓ ଦିବସ -୨୦୨୫ ପାଳିତ 

Sunil Chandra Nayak

ମା ଭଣ୍ଡାର ଘରଣୀ ଦେବୀଙ୍କ ବିଶାଳ କଳସ ଶୋଭାଯାତ୍ରା ସହ ଆଜି ଧର୍ମଗଡରେ ଆରମ୍ଭ ହେଲା ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩

Sunil Chandra Nayak

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଇଁ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଜିଲ୍ଲା ସଙ୍ଘର କର୍ମକର୍ତ୍ତା

masiha

Leave a Comment

error: Content is protected !!