ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ

ଧର୍ମଗଡ଼ ଠାରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ “ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା-୨୦୨୩” ଗତକାଲି ଉଦଘାଟନ ହୋଇ ଯାଇଛି l କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇ ଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ  ତନ୍ମୟ କୁମାର ଦରୱାନ ଯୋଗ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେl ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଙ୍ଘ କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ଅବସର ପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା ,ଉପସ୍ଥିତ ଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ର ଆବାହକ ତଥା ଧର୍ମଗଡ଼,ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝୀ ଓ ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ ର ସାଙ୍ଗଠନିକ ସମ୍ପାଦକ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ ଓ  ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ  ସଞ୍ଜୟ କୁମାର ମିଶ୍ର ମଞ୍ଚରେ ମଞ୍ଚସିନ ଥିଲେ l ଏହି କ୍ରୀଡା ଉତ୍ସବରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳର ୧୪ବର୍ଷରୁ କମ ଓ ୧୭ବର୍ଷ ରୁ କମ  ବୟସର ଛାତ୍ର ଛାତ୍ରୀ ମାନେ ୧୩ ଟି ବ୍ଲକରୁ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ୧୭ବର୍ଷ ରୁ କମ ବର୍ଗରେ ବାଳକ ୭୦ ଜଣ ଓ ବାଳିକା ୪୩ ଜଣ ସେହିପରି ୧୪ ବର୍ଷରୁ କମ ବର୍ଗରେ ବାଳକ ୩୦ ଜଣ ଓ ବାଳିକା ୩୩ ଜଣ ଏହିଭଳି ମୋଟ୍ ୧୭୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି l ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ କୁ ଧର୍ମଗଡ଼ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା ପରିଚାଳନା କରିଥିବା ବେଳେ ଶାରୀରିକ ଶିକ୍ଷା ଶିକ୍ଷକ ତଥା ଧର୍ମଗଡ଼ ନୋଡାଲ କ୍ରୀଡା ସମ୍ପାଦକ ସନ୍ତୋଷ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଯାମଦା ବ୍ଳକ! ଭଗାବେଡା – ସାନକୁଲେଇବିରା ଆର .ଡି.ରୋଡର ଜାମୁନାଳ ପୋଲ ଉପରେ ପାଣି; ଯାତାୟତ ବାଧାପ୍ରାପ୍ତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

Sunil Chandra Nayak

ଦିଲ୍ଲୀ ସ୍ଥିତ ଆଇ ଆଇ ଏମ ସି ବ୍ୟାଖ୍ୟାନମାଲାରେ ଡ଼. ଭବାନୀ ଶଙ୍କର ନିଆଲଙ୍କର ଉଦବୋଧନ

masiha

Leave a Comment

error: Content is protected !!