ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନକଲି ସାମ୍ବାଦିକ ମାନଙ୍କୁ ଚିହ୍ନଟ ଦାବୀ କଲା ୱାର୍କିଙ୍ଗ ଜର୍ନାଲିଷ୍ଟ ୟୁନିୟନ 

ନବରଙ୍ଗପୁର,(ମସିହା)ଡବ୍ଲ୍ୟୁ ଜେ ୟୁ ସାମ୍ବାଦିକ ସଂଘ ପକ୍ଷରୁ ନକଲି ସାମ୍ବାଦିକ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଡବ୍ଲୁ ଜେ ୟୁ (ୱାର୍କିଙ୍ଗ ଜର୍ନାଲିଷ୍ଟ ୟୁନିୟନ) ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ରଙ୍କୁ ଭେଟି ଜିଲ୍ଲାରେ ନକଲି ସାମ୍ବାଦିକ ମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସେମାନଙ୍କ ଦାବୀ ଅନୁଯାୟୀ କିଛି ବ୍ୟକ୍ତି ମାନେ ମୋବାଇଲରେ ବିଭିନ୍ନ ଆପ ସାହାଯ୍ୟରେ ନିଉଜ ଟାଇପ କରି ଅବିକଳ ପେପର କଟିଂ ପ୍ରସ୍ତୁତ କରୁଛନ୍ତି । ଏହାପରେ ଉକ୍ତ ନକଲି ନିଉଜର ସ୍କ୍ରିନ ସଟ ନେଇ ସୋସିଆଲ ମେଡିଆରେ ଭାଇରାଲ କରି ବେଆଇନ ଭାବେ ନିଜକୁ ସାମ୍ବାଦିକ ପରିଚୟ ପ୍ରଦାନ କରୁଛନ୍ତି । ନକଲି ସାମ୍ବାଦିକ ମାନେ ମିଥ୍ୟା ଓ ବିଭ୍ରାନ୍ତିକର ଖବର ପରିବେଷଣ କରି ଜିଲ୍ଲାକୁ ବଦନାମ କରୁଛନ୍ତି । ବିଭିନ୍ନ ସରକାରୀ, ବେସରକାରୀ କର୍ମଚାରୀ,ବ୍ୟବସାୟୀ ଓ ଠିକାଦାର ମାନଙ୍କୁ ଧମକ ଚମକ ଦେବା ସହ ସେମାନଙ୍କୁ ବ୍ଲାକ ମେଲିଂ ମଧ୍ୟ କରୁଛନ୍ତି । ଅନୁରୂପ ଭାବେ କିଛି ଲୋକ ୟୁ ଟ୍ୟୁବ (ୱେବ) ରେ ଆଇଡି ଖୋଲି ନିଜେ ନିଜେ ଆଇ କାର୍ଡ,ବୁମ ପ୍ରସ୍ତୁତ କରି ବେଆଇନ ଭାବେ ଖବର ପ୍ରସାରଣ କରି ନିଜକୁ ଏଲୋକ୍ଟ୍ରୋନିକ ମିଡିଆର ସାମ୍ବାଦିକ ବୋଲେଇ ହେଉଛନ୍ତି । ଏପରିକି ଜିଲ୍ଲାକୁ ଆସୁଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ବାଇଟ ମଧ୍ୟ ସଂଗ୍ରହ କରୁଛନ୍ତି । ଏହାଦ୍ବାରା ଯେ କୌଣସି ସମୟରେ କିଛି ବି ଅଘଟଣ ଘଟିବାର ସମ୍ଭାବନାକୁ ଏଡେଇ ଦିଆଯାଇ ନପାରେ । 

ଏପରି ଅସାମାଜିକ ମାନଙ୍କ ପାଇଁ ପ୍ରକୃତ ଗଣ ମାଧ୍ୟମ, ଜିଲ୍ଲାରେ ବଦନାମ ହେବାରେ ଲାଗିଛି । ଅଣ ସାମ୍ବାଦିକ ମାନେ ବାଇକ ଓ କାରରେ PRESS ଷ୍ଟିକର ଲଗାଇ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଜିଲ୍ଲାରେ ବିଭିନ୍ନ ସମୟରେ ଗଞ୍ଜେଇ ଚୋରା ଚାଲାଣରେ ମଧ୍ୟ ସେମାନେ ବାଇକ ବ୍ୟବହାର କରିଥିବା ନଜିର ରହିଛି । ଅପରପକ୍ଷେ,ଅସଲି ସାମ୍ବାଦିକ ମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିରେ ମଧ୍ୟ ଜିଲ୍ଲାର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବାବେଳେ ଏଭଳି କିଛି ଅଣ ସାମ୍ବାଦିକ ମାନଙ୍କ ଯୋଗୁଁ ସମଗ୍ର ଗଣମାଧ୍ୟମ ଉପରେ ଲୋକଙ୍କ ଆସ୍ଥା ଓ ଭରସା ତୁଟିବାରେ ଲାଗିଛି ।     

ତେଣୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସ୍ବୀକୃତି ପାଇ ନଥିବା ସଂବାଦ ପତ୍ର ଓ ୱେବ ସାମ୍ବାଦିକ ମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ପୃଷ୍ଠଭୂମୀ ଯାଞ୍ଚ କରିବା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (DIPRO)ଙ୍କ ଠାରୁ ଅସଲି ସାମ୍ବାଦିକ ମାନଙ୍କ ତାଲିକା ସଂଗ୍ରହ କରାଯାଇ ଏହି ଆଧାରରେ ଅଣ ସାମ୍ବାଦିକ ମାନଙ୍କୁ ଚିହ୍ନଟ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ଡବ୍ଲ୍ୟୁ ଜେ ୟୁ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା । ଏହାସହ ଏହି ସ୍ମାରକ ପତ୍ର ନବରଙ୍ଗପୁର ଏସ ପି ଙ୍କ ଉଦ୍ଦେଶ୍ୟରେ ଏ ଏସ ପି ପ୍ରଶାନ୍ତ କୁମାର ପଟ୍ଟନାୟକ ଙ୍କୁ ପ୍ରଦାନ କରାଯାଇଛି। ଏହି ସ୍ମାରକ ପତ୍ର ପ୍ରଦାନ ଅବସରରେ ସଙ୍ଘ ସଭାପତି ପି ପ୍ରକାଶ, ଉପ ସଭାପତି କିଶୋର ପଟ୍ଟନାୟକ, ସମ୍ପାଦକ ଏ ସତିଶ, ଯୁଗ୍ମ ସମ୍ପାଦକ ସ୍ଵାଧୀନ ପଣ୍ଡା, କୋଷାଧ୍ୟକ୍ଷ ରବି ନାରାୟଣ ପଟ୍ଟନାୟକ, କାର୍ଯ୍ୟକାରୀ ସଦସ୍ୟ କିରଣ ପଟ୍ଟନାୟକ, ନବଘନ ବିଷୋୟୀ, ଶ୍ରୀଧର ପାତ୍ର, ଗୌରାଙ୍ଗ ପାତ୍ର, ଅଜିତ ବିଷୟୀ, ମିଡିଆ ସଂଯୋଜକ ସି ଏଚ୍ଚ ଇଶ୍ଵର ରାଓ, ଦେବୀ ପଟ୍ଟନାୟକ, କରେଶ ଉପାସି, ସୁକାନ୍ତ ରଥ, ମଧୁ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିନ୍ଦଲ ସ୍କୁଲର ଛାତ୍ର ବିରାଟ ସିଂ ଇସ୍ରୋ YUVIKA ପାଇଁ ମନୋନୀତ

Sunil Chandra Nayak

ଏକ୍ ପେଡ୍ ମା କେ ନାମ୍-୨.୦ ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନରେ ଓଡିଶାରେ ଲାଗିବ ରେକର୍ଡ ସଂଖ୍ୟକ ୭୫ ଲକ୍ଷ ଗଛ

Sunil Chandra Nayak

ଓଡିଆ ପକ୍ଷ ଅବସର ରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!