ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ ,  ୨୦୨୪ ସାଧାରଣ ନିର୍ବାଚନ ପୂର୍ବ ପ୍ରସ୍ତୁତି ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ , 

୨୦୨୪ ସାଧାରଣ ନିର୍ବାଚନ ପୂର୍ବ ପ୍ରସ୍ତୁତି ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଗୁଣପୁର/ରାୟଗଡ ତା ୫.୦୨.୨୦୨୪ -ରିଖ ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଗୁଣପୁର ଗସ୍ତ କରି ୨୦୨୪ ସାଧାରଣ ନିର୍ବାଚନର ପୂର୍ବ ପ୍ରସ୍ତୁତି, ଷ୍ଟ୍ରଙ୍ଗ ରୁମ, ଗାଡି ପର୍କିଙ୍ଗ ଆଦିର ସମୀକ୍ଷା କରିଥିଲେ । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଷ୍ଟ୍ରଙ୍ଗ ରୁମ, ତହସିଲ କାର୍ଯ୍ୟାଳୟ ନିକଟ ପଡ଼ିଆରେ ଗାଡି ପାର୍କିଂ କିପରି ସୁରୁଖୁରରେ ହୋଇ ପାରିବ ସେନେଇ ତର୍ଜମା କରିଥିଲେ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ (ପ୍ରିଜାଇଡିଂ ଅଧିକାରୀ, ପୋଲିଂ ଅଧିକାରୀ)ମାନଙ୍କ ଖାଇବା, ସେମାନଙ୍କ ରହିବା ଆଦି କିପରି ହୋଇ ପାରିବ ଓ କିପରି ବୁଥକୁ ଯିବେ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ଉପ ଜିଲ୍ଲାପାଳ କୀରଣଦୀପ କୌର ସମସ୍ତ ବିଷୟ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ପୂର୍ବରୁ ଗୁଣପୁର ଓ ବିଷମ କଟକ ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟ ଗୁଣପୁରରେ ହେଉଥିଲା କିନ୍ତୁ ଚଳିତ ବର୍ଷ କେବଳ ଗୁଣପୁର ନିର୍ବାଚନ ମଣ୍ଡଳୀର କାର୍ଯ୍ୟ ଗୁଣପୁରରେ ହେବ, ବିଷମ କଟକ ନିର୍ବାଚନ ମଣ୍ଡଳୀର କାର୍ଯ୍ୟ ରାୟଗଡ଼ଠାରେ ହେବ ।

ଗୁଣୁପୁର ଡିଗ୍ରୀ କଲେଜରେ ଚାଲିଥିବା ୫ଟି କାର୍ଯ୍ୟ, ଶେଫାଳି ପାହାଡ଼ର ରାସ୍ତା କାର୍ଯ୍ୟ, ପାହାଡ଼ ଉପରେ ହେବାକୁ ଥିବା କଲ୍ୟାଣ ମଣ୍ଡପ, ପରିକ୍ରମା ପ୍ରକଳ୍ପ, ଶୈବ ମନ୍ଦିରର ସୌନ୍ଦର୍ଜିକରଣ କାର୍ଯ୍ୟଆଦି ତଦାରଖ କରିଥିଲେ ।

ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳଙ୍କ ସମେତ ଗୁଣୁପୁର ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ ଗୁଣୁପୁର ତହସିଲଦାର ଲୀଳାବତୀ ଆଚାର୍ଜୀ ବିଡ଼ିଓ ଶ୍ରଦ୍ଧାଞ୍ଜଳି ପ୍ରଧାନ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିଶଙ୍କର ଶର୍ମା ଅତରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁରଜ ନାୟକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ଗୁଣୁପୁର କଲେଜରେ ଅଧକ୍ଷ୍ୟ ଶଶୀ ଭୂଷଣ ମହାନ୍ତି, ପ୍ରାଧ୍ୟାପକ ସୂର୍ଯ୍ୟ ନାରାୟଣ ପଣ୍ଡା, ଏବଂ ସେଫଳି ପାହାଡ଼ରେ ମନ୍ଦିର କମିଟିର ସଦସ୍ୟ ଅଜିତ ପଣ୍ଡା, ମୁନା ପାଢ଼ୀ, ନୁନୁ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

‘ନବୀନ’ କାର୍ଯ୍ୟାଳୟରେ 76ତମ ସାଧାରଣତନ୍ତ୍ର ଦିବସ ପାଳିତ, ଦେଶାତ୍ମକବୋଧ କବିତା ପାଠୋତ୍ସବ

masiha

କୁସୁମଖୁଣ୍ଟି ସହକାରୀ ଯନ୍ତ୍ରୀଙ୍କୁ ରବି ଚାଷ ପାଇଁ ଜଳସେଚନ ଦାବି କଲେ ଚାଷି

masiha

ତ୍ରିନାଥ ସାଂସ୍କୃତିକ ଅନୁଷ୍ଠାନ ର ସୁବର୍ଣ୍ଣ ଜୟନ୍ତୀ

masiha

Leave a Comment

error: Content is protected !!