ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭୁବନରେ ଗରିବ କଲ୍ୟାଣ ସମାବେଶ ପାଳନ କଲା ବିଜେପି

କାମାକ୍ଷାନଗର -(ମନିସ )6/7/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୁବନବ୍ଲକ ଅନ୍ତର୍ଗତ ନୟା ନୀଳକଣ୍ଠପୁର ଗ୍ରାମରେ ଭାଜପାର ୯ ବର୍ଷ ପୂର୍ତ୍ତି ଅବସରରେ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘନ ଜେନାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତିଭୂଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଦେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକାଶର ଧାରା ତ୍ୱରାନ୍ବିତ ହୋଇଛି । ଗରିବ,ନିରୀହ ଲୋକଙ୍କ ପାଇଁ ଅନେକ ଜନହିତକର କାର୍ଯ୍ୟ କେନ୍ଦ୍ରସରକାର ହାତକୁ ନେଇଛନ୍ତି । ଦେଶର ବିକାଶରେ ମୋଦିଙ୍କ ଅବଦାନ ଅତୁଳନୀୟ, ପ୍ରଶଂସନୀୟ । ଯାହା ମୋଦିଙ୍କ ହାତ ମୁଠାକୁ ସଶକ୍ତ କରିବା ସହ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ହୋଇଥିବାଶ୍ରୀ ପ୍ରଧାନ କହିଛନ୍ତି । ଆଜିର ଆଧୁନିକ ସମାଜରେ ଡିଜିଟାଲ ଇଣ୍ଡିଆ ଗଠନ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀଙ୍କ ପ୍ରତି ବିଭିନ୍ନ ଯୋଜନା ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଏଥିସହିତ ଭୁବନ ରେଲୱେ ଷ୍ଟେସନରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ର ଅତୁଳନୀୟ ଅବଦାନକୁ ନେଇ ଆଲୋଚନା କରାଯାଇଥିଲା । ଆଗାମୀଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାରେ ଭାଜପାକୁ ସୁଦୃଢ କରିବାକୁ ବରିଷ୍ଠ ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ପ୍ରେମାନନ୍ଦ ଜେନା ,ଶତ୍ରୁଙ୍ଘନ ଜେନା, ଭୁବନ ମଣ୍ଡଳ ସଭାପତି ଚୈତନ ବେହେରା,ସଂଯୋଜକ ବକ୍ତବ୍ୟ ରଖିଥିଲେ l ସେହିଭଳି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ ସମାନ ଢଙ୍ଗରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟକ ବିଜେପିକର୍ମୀ ଉପସ୍ଥିତଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ବାବୁନି

ବିଜେପି ଛାଡି ବିଜେଡିରେ ସାମିଲ ହେଲେ କଳିଙ୍ଗ ପାଇକ ସେନାର ରାଜ୍ୟ ସଭାପତି

masiha

ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ମିଶ୍ରଣ ପର୍ବ 

masiha

Leave a Comment

error: Content is protected !!