ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଖଡ଼ିଆଳ ଏନଏସି ଚେୟାରମେନ ଙ୍କ ସହ ଦଶ ଜଣ କାଉନସିଲର ବିଜେପି ରେ ଯୋଗ ଦେଲେ 

ଖଡ଼ିଆଳ ଏନଏସି ଚେୟାରମେନ ଙ୍କ ସହ ଦଶ ଜଣ କାଉନସିଲର ବିଜେପି ରେ ଯୋଗ ଦେଲେ 

ଖଡ଼ିଆଳ,(ସୁଜିତ କୁମାର ପ୍ରଧାନ ) ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ସମେତ ୱାର୍ଡ ସଭ୍ୟ ଓ ସଭ୍ୟା ମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟ ରେ ବିଜେପି ରେ ଯୋଗଦାନ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ କନବର୍ଦ୍ଧନ ସିଂ ଦେଓ ଏବଂ ରାଜସ୍ୱ ମନ୍ତ୍ରୀ ଶ୍ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଓ କଳାହାଣ୍ଡି ସାଂସଦ ମାଳବିକା ଦେବୀ ତଥା ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ ଙ୍କ ଉପସ୍ଥିତି ରେ ଯୋଗଦାନ କରିଛନ୍ତି । ଏହି ଯୋଗଦାନ ଅଞ୍ଚଳ ବିକାଶର ଧାରା କୁ ଗତିପ୍ରଦନ କରିବା ସହ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ବିକାଶ ର ଧାରା ପ୍ରବାହିତ ହେବ। ଏହି ମିଶ୍ରଣ ପର୍ବ ସତରେ ଅଞ୍ଚଳ ପାଇଁ ଅନେକ ଫଳପ୍ରଦ ହେବ। ଏହି ମିଶ୍ରଣ ପର୍ବରେ ଖରୀଆର ରୋଡ ଅଧ୍ୟକ୍ଷା ସୋନିଆ ଜୈନ,ଖଡ଼ିଆଳ ରାଜା ଶ୍ରୀ ଦେବ ଦେବ ସିଂ ଦେଓ ଏବଂ ଜିଲ୍ଲା ସଧାରଣ ସମ୍ପାଦକ ଅଜିତ ଚଲାନ, ତୁଲସ ପଟେଲ ,ଜିଲ୍ଲା ଯୁବ ସଭାପତି ଜ୍ଞାନ କୁମାର ମେଘ ଓ ଖଡିଆଳ ବିଧାନସଭା ର ସମସ୍ତ ମଣ୍ଡଲ ସଭାପତି ଉପସ୍ଥିତ ରହିଛନ୍ତି।

Related posts

ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି

masiha

କଣ୍ଟାବାଞ୍ଜିରେ ଓଡ଼ିଶା ଜନତା କଂଗ୍ରେସର ମହା ଗଣସମାବେଶ । “ଓଡ଼ିଆଙ୍କ ପାଇଁ ଓଡ଼ିଶା” ନାରା ଦେଲେ ସଭାପତି ମହମ୍ମଦ ମୁକିମ 

ଜିଲ୍ଲା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

masiha

Leave a Comment

error: Content is protected !!