ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ୍ କାର୍ ମୁହାଁମୁହିଁ , ବାଇକ ଆରୋହୀ ଶଳା ଭିଣୋଇ ଗୁରୁତର

ବାଇକ୍ କାର୍ ମୁହାଁମୁହିଁ , ବାଇକ ଆରୋହୀ ଶଳା ଭିଣୋଇ ଗୁରୁତର

ରାଇରଙ୍ଗପୁର – ୧୫/୦୭ ରାତି ପାହିଲେ ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା ।ସହର ଚଳଚଞ୍ଚଳ ।ଦୋକାନ ବଜାର ଗହଳି ।ରାଇରଙ୍ଗପୁର ସହର ଜନଗହଳି ଯୋଗୁଁ ଟ୍ରାଫିକ ସମସ୍ୟା ହୋଇପଡିଛି ।ଆଜି ଅପରାହ୍ନ ୪ ଟା ପାଖାପାଖି ସମୟରେ ରାଇରଙ୍ଗପୁର ସହରର ଅଁଳାଡୁବା ପାଖରେ ଏକ ବାଇକ୍ ଏବଂ ଵରଯାତ୍ରୀ କାର ମୁହାଁମୁହିଁ ହେବା ଫଳରେ ବାଇକ ରେ ଥିବା ଦୁଇ ଆରୋହୀ ରାସ୍ତାରେ ଛିଟିକି ପଡି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଡିତ ଦୁଇ ଜଣଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲ ପଠାଇବା ସହ କାର ଓ ବାଇକ୍ କୁ ଜବତ କରି ଥାନାରେ ରଖିବା ସହ ତଦନ୍ତ କରୀଛନ୍ତି ।ଦୁଇ ଗୁରୁତର ହେଲେ ସମ୍ପର୍କୀୟ ରେ ଶଳା ଭିଣୋଇ ।ଭିଣୋଇ ଫାଗୁରାମ ସୋରେନ ଶଳା ଜୟଗୋପ ହେମ୍ବ୍ରମ ।ସେମାନଙ୍କ ଘର ଝାରପୋଖରିଆ ଥାନା ଅନ୍ତର୍ଗତ ପଞ୍ଚମତୋଳା ଗ୍ରାମ ।

ଅକ୍ଷୟ ବିଶ୍ୱାଳ ଙ୍କ ରିପୋର୍ଟ୍ 

Related posts

ଅଶ୍ଵିନି କୁମାର କଳାହାଣ୍ଡି ବୈଦ୍ୟ ସଂଘର ୧୪ତମ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

masiha

ବିଷ ପିଇ ଆତ୍ମହତ୍ୟା 

masiha

ଆଦ୍ୟାଶା ଫାଉଣ୍ଡେସନ ପକ୍ଷରୁ ଗୋମାତା ସେବା କାର୍ୟ୍ଯ 

masiha

Leave a Comment

error: Content is protected !!