ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନ୍ଧିପଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ସନ୍ଧିପଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଜୁନାଗଡ଼ ( ମ ନି ସ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଳିଙ୍ଗ କ୍ଲଷ୍ଟର ର ସନ୍ଧିପଡା ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇ ଯାଇଛି l କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ ପଣ୍ଡା ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଏବିଇଓ ଲିନା ଦାସ,ମୁଖ୍ୟ ବକ୍ତା ଭାବରେ ସୁଦର୍ଶନ ପଟେଲ ସମ୍ମାନିତ ଅତିଥି ଭାବରେ ସିଆରସିସି ଭୀଷ୍ମ ସାହୁ,ରମେଶ କୁମାର ସାହୁ,ମୋତିରାମ ମାଝୀ,ସୁରେନ୍ଦ୍ର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପାର୍ଥବ ସାହୁ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଅନୁଷ୍ଠିତ ବିଭିନ୍ନ ପ୍ରତି ଯୋଗିତା ରେ କୃତି ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ଦାସ ଙ୍କ କର କମଳରେ ପୁରସ୍କୃତ କରାଯାଇଥିଲା। ମୋ ସ୍କୁଲ ଅଭିଯାନ କମିଟି ର ସଭ୍ୟ ସଭ୍ୟା ମାନଙ୍କୁ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ଔପଢ଼ୋକନ ପ୍ରଦାନ କରାଯାଇଥିଲା।ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଅଜିତ କୁମାର ଭୋଇ,ଲୋହିତ କୁମାର ଦାସ ତନ୍ମୟ ଦାସ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l 

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଛେଣ୍ଡ ସ୍ଥିତ ନୋ ପ୍ରେସକିପସନ ପଏଣ୍ଟରେ ନିଃଶୁଳ୍କ ସ୍ବାସ୍ଥ୍ୟ ପରାମର୍ଶ କର୍ମଶାଳା ଆସନ୍ତା ୧୬ ରୁ….

masiha

ଖଡ଼ିଆଳ ସଂସ୍କୃତି ଅନୁଷ୍ଠାନ ରପ୍ରତିଷ୍ଠା ଦିବସ ସହ ନୁଆଁଖାଇ ଭେଟଘାଟ ପାଳିତ

masiha

ବାଲ୍ୟ ବିବାହ ରୋକିଲା ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!