ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ପ୍ରୋଜେକ୍ଟ ଦେଓପାଲି ଡେମ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ :କାରଣ ଅସ୍ପଷ୍ଟ

ତେନ୍ତୁଳିଖୁଣ୍ଟି୧୦/୧/୩୩: ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି | ସୂଚନା ଅନୁଯାଇ ମା ତାରିଣୀ ସି,କ୍ୟୁରିଟି ସର୍ଭିସ ଅଧୀନରେ କାର୍ଯ୍ୟରତ ସୁରକ୍ଷା କର୍ମୀ ଧନୁ ମୁଦୁଲି (୫୦)ସବୁଦିନ ଭଳି ଦେଓପାଲି ଡେମ ଅପର ପାର୍ଶ୍ୱ ଗେଟରେ କାର୍ଯ୍ୟ କରିବାକୁ ଯାଇଥିଲେ |ଗତ ସୋମବାର ରାତିରେ ନିଜ ଘର ତେନ୍ତୁଳିଖୁଣ୍ଟି ବ୍ଲକ ଆଉଳିଗୁମା ଗ୍ରାମରୁ ଇନ୍ଦ୍ରାବତୀ ମୁଖ୍ୟ ଦେଓପାଲି ଡେମ ଡିୟୁଟି କରିବା ପାଇଁ ଯାଇଥିଲେ ।ସେଠାରେ ସୁରକ୍ଷା ପାଇଁ ଯାଇଥିବା ଧନୁ ମୁଦୁଲିଙ୍କୁ ସକାଳ ସମୟରେ ଆଉ ନ ଉଠିବାରୁ ସନ୍ଦେହ କରିଥିଲେ ସାଥିରେ କର୍ମୀ | ଏନେଇ ଖବର ପ୍ରଘଟ ହେବା ପରେ ତାଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସହ କର୍ମୀ ଏବଂ ସୁରକ୍ଷା ସଂସ୍ଥା ଅଧିକାରୀ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ କେଉଁ ପରିସ୍ଥିତି ରେ ତାଙ୍କ ମୃତ୍ୟୁ ହେଲା ତାହା ଅସ୍ୱଷ୍ଟ ରହିଛି |ଖବର ପାଇ ତେନ୍ତୁଳିଖୁଣ୍ଟି ପୋଲିସ ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତ୍ୟୁ ଶରୀର ଠାବ କରିଥିଲେ ।ଏନେଇ ତେନ୍ତୁଳିଖୁଣ୍ଟି ପୋଲିସ କେଶ ନମ୍ବର ୧/୨୩ ରୁଜୁକରି ନବରଙ୍ଗପୁର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବେବଛେଦ ପାଇଁ ପଠାଯାଇଛି ।ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ତେନ୍ତୁଳିଖୁଣ୍ଟି ପୋଲିସ ପକ୍ଷରୁ ସୁଚନା ମିଳିଛି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଯୁବ କଂଗ୍ରେସର ଗୋଲାମୁଣ୍ଡା ଆସିଡିଏସ ଅଫିସ ସମ୍ମୁଖରେ ଆମରଣ ଅନଶନ 

Sunil Chandra Nayak

ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା 

masiha

୧- ଅବସର ପ୍ରାପ୍ତ ଯବାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୁତି ଚାରଣ କଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି  , ୨- ଅଗ୍ନିକାଣ୍ଡରେ ୩ ବଖରା ଘର ଭସ୍ମଭୂତ

masiha

Leave a Comment

error: Content is protected !!