ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆମ୍ ଆଦମୀ ପାର୍ଟିରୁ ବରିଷ୍ଠ ସଦସ୍ୟଙ୍କ ଇସ୍ତଫା

 ମୟୂରଭଞ୍ଜ- ତା ୧୦୵୦୧୵୨୦୨୩ (ମସିହା) ରିଖ ମୟୂରଭଞ୍ଜ ଜିଲ୍ଲା ଆମ୍ ଆଦମୀ ପାର୍ଟିର ବରିଷ୍ଠ ଓ ପ୍ରତିଷ୍ଠାତା ସଦସ୍ୟମାନେ ପାର୍ଟିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବାହ୍ନରେ ଦାରଗାଡାହି ଠାରେ ଥିବା ପାର୍ଟିର ପୂର୍ବ କାର୍ଯ୍ୟାଳୟରେ ସମ୍ମିଳିତ ହୋଇ ଲିଖିତ ଘୋଷଣାନାମା ମାଧ୍ୟମରେ ଇସ୍ତଫା ଦେଇଛନ୍ତି ଓ ଏହାକୁ ରାଜ୍ୟ କାର୍ଯ୍ୟାଳୟକୁ ପଠାଇ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଓଡିଶା ଆପ୍ ତାର ମୂଳ ନୀତି ଓ ଆଦର୍ଶରୁ ବିଚ୍ୟୁତ ହୋଇଛି। ସ୍ଵରାଜ ନୀତିକୁ ଅନୁସରଣ କରୁନାହିଁ। ପାର୍ଟି ସଂଗଠନରେ ଏକଛତ୍ରବାଦୀ ଓ ସ୍ୱେଚ୍ଛାଚାରୀ ଭାବନା ଦେଖାଦେଇଛି। ସମସ୍ତ ସିଦ୍ଧାନ୍ତ ରାଜ୍ୟ କାର୍ଯ୍ୟାଳୟରେ ଏକତରଫା ଭାବେ ନିଆଯାଉଛି। ମୟୂରଭଞ୍ଜ ସଂଗଠନରେ ପୁରୁଣାମାନଙ୍କ ଆଉ ସ୍ଥାନ ନାହିଁ। ତାଙ୍କୁ ଅଣଦେଖା କରାଯାଉଛି। ଯେଉଁମାନେ ଅଳ୍ପଦିନ ତଳେ ଭିନ୍ନ ଦଳରୁ ଆସିଛନ୍ତି ସେମାନଙ୍କୁ ନେତୃତ୍ୱ ଦିଆଯାଇଛି। ଜିଲ୍ଲାର ଶତକଡା ୯୦ ଭାଗରୁ ଉର୍ଦ୍ଧ ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କୁ ଅଣଦେଖା କରାଯାଉଛି। 

       ଏ ବାବଦକୁ ଏକ ଅଭିଯୋଗ ପତ୍ର ପ୍ରତିବ୍ଲକରୁ ସକ୍ରୀୟ କର୍ମୀଙ୍କ ଶତାଧିକା ଦସ୍ତଖତ ସଂଗ୍ରହ କରି ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ଅରବିନ୍ଦ କେଜରିୱାଲ ଓ ଓଡିଶା ପ୍ରଭାରୀ ଶ୍ରୀ ବୀରେନ୍ଦ୍ର ସିଂ କାଡ଼ିଆନକୁ ପଠା ଯାଇଥିଲା। ଏହା ଉପରେ ମଧ୍ଯ କୌଣସି ପଦକ୍ଷେପ ନିଆଗଲା ନାହିଁ। ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ଏହାକୁ ପରିହାସ କଲା। ଏପରି ପରିସ୍ଥିତିରେ ଏମାନେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ଦର୍ଶାଇଛନ୍ତି।

       ଯେଉଁ ପ୍ରମୁଖ ବ୍ୟକ୍ତିମାନେ ଇସ୍ତଫା ଦେଇଛନ୍ତି ସେମାନେ ହେଲେ ଆପ୍ ର ପ୍ରତିଷ୍ଠାତା ସଦସ୍ୟ ଅଧ୍ୟାପକ ଗୋପବନ୍ଧୁ, ଶ୍ରୀ ବାଦଲ ହେମ୍ବ୍ରମ, ପ୍ରତିଷ୍ଠାତା ସଦସ୍ୟ ଓ ପୂର୍ବତନ ବାରିପଦା ବିଧାୟକ ପ୍ରାର୍ଥୀ, ଶ୍ରୀ ରବୀନ୍ଦ୍ରନାଥ ସେଠୀ, ପ୍ରତିଷ୍ଠାତା ସଦସ୍ୟ ଓ ପୂର୍ବତନ ବଡ଼ସାହି ବିଧାୟକ ପ୍ରାର୍ଥୀ, ଶ୍ରୀ ଚନ୍ଦନ କିସ୍କୁ, ବରିଷ୍ଠ ସଦସ୍ୟ ଓ ପୂର୍ବତନ ଶାରସକଣା ବିଧାୟକ ପ୍ରାର୍ଥୀ, ଶ୍ରୀ ବିରାମ ମୁର୍ମୁ ପ୍ରତିଷ୍ଠାତା ସଦସ୍ୟ, ଶ୍ରୀ ଚାନ୍ଦରାୟ ହାଁସଦା, ରାଜ୍ୟ ଯୁବ ସମ୍ପାଦକ, ଶ୍ରୀ ସୁକୁମାର ରଞ୍ଜନ ପ୍ରଧାନ, ସକ୍ରୀୟ ସଦସ୍ଯ, ଶ୍ରୀ ନନ୍ଦ କୁମାର ମହାପାତ୍ର, ଶିକ୍ଷାବିତ୍ ଓ ସକ୍ରୀୟ ସଦସ୍ଯ, ଅନ୍ୟାନ୍ୟ ଅଗ୍ରଣୀ ସକ୍ରୀୟ ସଦସ୍ୟମାନେ ହେଉଛନ୍ତି ଶ୍ରୀ ରବିନ୍ଦ୍ର ଗିରି, ଶ୍ରୀ ଲାଦୁରମ୍ ସୋରେନ୍, ଶ୍ରୀ କାଶୀନାଥ ମାହାନା, ଏସ୍ କେ ବାବୁ, ପ୍ରିୟଜିତ ମଦିନା ଏବଂ ବହୁ ସକ୍ରୀୟ ସଦସ୍ଯ ଓ ସାଧାରଣ ସଦସ୍ୟ। 

        ଇସ୍ତଫା ଦେଇଥିବା କର୍ମୀମାନେ ମୟୂରଭଞ୍ଜର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବେ। ‘ସଂଯୁକ୍ତ ବିକାଶ ମଞ୍ଚ, ମୟୁରଭଞ୍ଜ’ ନାମରେ ଏକ ଅଣ ରାଜନୈତିକ ସଂଗଠନ ଗଢିବାର ସିଦ୍ଧାନ୍ତ ନେଇଛନ୍ତି। ଜିଲ୍ଲାର ସ୍ୱାର୍ଥ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଲଢିବେ। ପୂର୍ଣ୍ଣାଙ୍ଗ ସଂଗଠନ ଗଢ଼ିବା ପାଇଁ ଏକ ୧୧ ଜଣିଆ ଆବାହକ ମଣ୍ଡଳୀ ଗଠନ କରାଯାଇଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ଠାରେ ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ

masiha

ମହିଳା ସଂରକ୍ଷଣ ବିଲ୍‌ କାଟ୍ ଖାଇବା ପ୍ରସଙ୍ଗରେ ଜିଲ୍ଲାସ୍ତରରେ ପ୍ରତିବାଦ କରିବେ ମହିଳା ,୨୪ ଓ ୨୫ରେ ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମହିଳା ଆକ୍ରୋଶ ସମ୍ମିଳନୀ : ଡା.ଐଶ୍ଚର୍ଯ୍ୟା ବିଶ୍ଵାଳ

Sunil Chandra Nayak

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ୧୦୭ ତମ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!