ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବନ୍ଧୁଗାଁ ବ୍ଲକରେ ଶାନ୍ତି ଶୃଙ୍ଖଳାରେ ୮୧.୩୦ ପ୍ରତିଶତ ମତଦାନ

ବନ୍ଧୁଗାଁ ବ୍ଲକରେ ଶାନ୍ତି ଶୃଙ୍ଖଳାରେ ୮୧.୩୦ ପ୍ରତିଶତ ମତଦାନ

ବନ୍ଧୁଗାଁ ତା ୧୪/୫/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ୧୩ ପଞ୍ଚାୟତ ର ୪୭ ଟି ବୁଥ କେନ୍ଦ୍ରକୁ ଯାଇ ଲୋକେ ଶାନ୍ତି ଶୃଙ୍ଖଳା ସହିତ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି।ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବୁଥରେ ଲୋକେ କିପରି ସୁରୁଖୁରୁରେ ପହଞ୍ଚି ନିଜର ମତଦାନ ସାବ୍ୟସ୍ତ କରିବେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇ ଥିଲା। ସମସ୍ତ ବୁଥରେ ଆଶା ଦିଦି,ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହି ଭୋଟରଙ୍କୁ ଓ ଆର ଏସ ପାଣି ସହିତ ଥଣ୍ଡା ପାଣି ମଧ୍ୟ ଯୋଗାଇବା ସହିତ ଦିବ୍ୟାଙ୍ଗ ଓ ବରିଷ୍ଟ ନାଗରିକଙ୍କୁ ଭୋଟ ଦାନ କେନ୍ଦ୍ରକୁ ନେବା ପାଇଁ ହୁଇଲ ଚେୟାର ବ୍ୟବସ୍ଥା କରଯାଇଥିଲା। ଭୋଟର ତାଲିକା ତ୍ରୁଟି ଥିବାରୁ ବଞ୍ଚି ଥିବା ଲୋକଙ୍କୁ ମୃତ ବୋଲି ଲେଖିବା ସହ ଅନେକ ୧୮ ବର୍ଷରୁ ଉର୍ଦ୍ଧ ଯୁବକ ଯୁବତୀ ଭୋଟ କାର୍ଡ ନ ଥିବାରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି। ଅନେକ ମତଦାନ କେନ୍ଦ୍ରରେ ଲୋକେ ନିଜର ଭୋଟ କାର୍ଡ ଧରି ଭୋଟ ଦେବା ପାଇଁ ଆସିଥିବା ବେଳେ ଭୋଟ ତାଲିକାରେ ନାମ ନ  ଥିବାରୁ ଭୋଟ ଦେବାରୁ ବହୁତ ଲୋକ ନିରାଶ ହୋଇ ନିଜ ଘରକୁ ଫେରି ଯାଇ ଥିଲେ। ପ୍ରବଳ ଗରମ ହୋଇଥିଲେ ମଧ୍ୟ ଲୋକେ ଭୋଟ ଦାନ କେନ୍ଦ୍ରରେ ଲମ୍ବା ଧାଡ଼ିରେ ଠିଆ ହୋଇ ଥିଲେ। ବନ୍ଧୁଗାଁ ବ୍ଲକରେ ମୋଟ ୩୯୮୭୪ ଜଣ ଭୋଟରଙ୍କ ମଧ୍ୟରୁ ୩୨୪୧୭ ଜଣ ଭୋଟର ତଥା ୮୧.୩୦ ପ୍ରତିଶତ ଲୋକ ମତଦାନ ସାବ୍ୟସ୍ତ କରିଛନ୍ତି। ସେହି ପରି କୁମ୍ଭାରିପୁଟ ବୁଥରେ ମୋଟ ଭୋଟର ୮୧୨ ରୁ ୬୮୩ ଜଣ ତଥା ୮୪.୧୧ ପ୍ରତିଶତ, ଗୁଲୁମିଗୁଡା ବୁଥରୁ ମୋଟ ଭୋଟର ୧୦୩୯ ଜଣଙ୍କ ମଧ୍ୟରୁ ୯୨୮ ଜଣ ତଥା ୮୯.୩୨ ପ୍ରତିଶତ, ଗାରିଡି ବୁଥରୁ ମୋଟ ୯୯୨ଜଣଙ୍କ ମଧ୍ୟରୁ ୮୬୮ ଜଣ ତଥା ୮୭.୬୦ ପ୍ରତିଶତ, ଡୁମାଡଙ୍ଗର ୧ ବୁଥ ରୁ ମୋଟ ୮୨୪ ଜଣଙ୍କ ମଧ୍ୟରୁ ୬୯୭ ଜଣ ତଥା ୮୪ .୫୯ ପ୍ରତିଶତ, ଡୁମାଡଙ୍ଗର ୨ ବୁଥରୁ ମୋଟ ୭୯୪ ଜଣଙ୍କ ମଧ୍ୟରୁ ୭୦୬ ଜଣ ତଥା ୮୮.୯୨ ପ୍ରତିଶତ, କେ ଘୁରୁସି ବୁଥ ରୁ ମୋଟ ୧୧୩୮ ଜଣଙ୍କ ମଧ୍ୟରୁ ୯୦୩ ଜଣ ତଥା ୭୯.୩୫ ପ୍ରତିଶତ, ସଡାବାଡି ବୁଥରୁ ୧୨୨୬ ଜଣଙ୍କ ମଧ୍ୟରୁ ୧୦୭୧ ଜଣ ତଥା ୮୭.୩୬ ପ୍ରତିଶତ, ନାକିଟି ବୁଥରୁ ମୋଟ ୭୦୧ ଜଣ ଙ୍କ ମଧ୍ୟରୁ ୫୨୪ ଜଣ ତଥା ୭୪.୭୫ ପ୍ରତିଶତ, ଗାଲିପେଣ୍ଡିଲି ବୁଥ ରୁ ମୋଟ ୪୭୨ ଜଣ ମଧ୍ୟରୁ ୪୧୮ ଜଣ ତଥା ୮୮.୫୬ ପ୍ରତିଶତ, ଦେବଦଳା ବୁଥ ରୁ ୯୩୪ ଜଣ ମଧ୍ୟରୁ ୬୬୬ ଜଣ ତଥା ୭୧.୩୧ ପ୍ରତିଶତ, ମହାଗୁଡା ବୁଥ ରୁ ମୋଟ ୧୧୬୭ ଜଣ ମଧ୍ୟରୁ ୯୯୮ ଜଣ ତଥା ୮୫.୫୨ ପ୍ରତିଶତ, ଗିଣିଜିଖାଲ ବୁଥ ରୁମୋଟ ୧୧୦୭ ଜଣ ମଧ୍ୟରୁ ୯୪୪ ଜଣ ତଥା ୮୫.୨୮ ପ୍ରତିଶତ, ଟିକରପଡ଼ା ବୁଥ ରୁ ମୋଟ ୭୧୯ ଜଣ ଙ୍କ ମଧ୍ୟରୁ ୬୮୦ ଜଣ ତଥା ୯୪.୫୮ ପ୍ରତିଶତ, ଦାଶିନି ବୁଥ ରୁ ମୋଟ ୫୫୪ ଜଣ ମଧ୍ୟରୁ ୪୮୮ ଜଣ ତଥା ୮୮.୦୯ ପ୍ରତିଶତ, ତୁରୁକପେଟା ବୁଥ ରୁ ମୋଟ ୮୪୯ ଜଣ ଙ୍କ ମଧ୍ୟରୁ ୫୨୯ ଜଣ ତଥା ୬୨.୩୧ ପ୍ରତିଶତ, ବନ୍ଧୁଗାଁ ବୁଥ ରୁ ମୋଟ ୧୦୩୫ ଜଣ ମଧ୍ୟରୁ ୭୫୦ ଜଣ ତଥା ୭୨.୪୬ ପ୍ରତିଶତ, ନିଲାବାଡି ୧ ବୁଥ ରୁ ମୋଟ ୧୧୪୭ ଜଣ ମଧ୍ୟରୁ ୮୨୩ ଜଣ ତଥା ୭୧.୭୫ ପ୍ରତିଶତ, ନିଲାବାଡି ୨ ବୁଥ ରୁ ମୋଟ ୮୭୨ ଜଣ ମଧ୍ୟରୁ ୬୮୩ ଜଣ ତଥା ୭୮.୩୩ ପ୍ରତିଶତ, କାନାଗାଁ ବୁଥ ରୁ ମୋଟ ୬୬୯ ଜଣ ଙ୍କ ମଧ୍ୟରୁ ୬୦୮ ଜଣ ତଥା ୯୦.୮୮ ପ୍ରତିଶତ, ଘୁମୁରା ବୁଥ ରୁ ମୋଟ ୪୧୬ ଜଣ ଙ୍କ ମଧ୍ୟରୁ ୩୭୮ ଜଣ ତଥା ୯୯.୮୭ ପ୍ରତିଶତ, ଭଟ୍ଟାତାମୁଡି ବୁଥ ରୁ ମୋଟ ୫୩୬ ଜଣ ଙ୍କ ମଧ୍ୟରୁ ୪୫୪ ଜଣ ତଥା ୮୪.୭୦ ପ୍ରତିଶତ,କେ ଯାଗୁଗୁଡା ବୁଥ ରୁ ମୋଟ ୧୦୧୨ ଜଣଙ୍କ ମଧ୍ୟରୁ ୮୪୧ ଜଣ ତଥା ୮୩.୧୦ ପ୍ରତିଶତ, ଲେଡିଙ୍ଗି ବୁଥ ରୁ ମୋଟ ୯୫୬ ଜଣ ଙ୍କ ମଧ୍ୟରୁ ୭୭୪ ଜଣ ତଥା ୮୦.୯୬ ପ୍ରତିଶତ, କାମ୍ବେସୁ ବୁଥ ରୁ ମୋଟ ୬୮୦ ଜଣଙ୍କ ମଧ୍ୟରୁ ୫୯୩ ଜଣ ତଥା ୮୭.୨୧ ପ୍ରତିଶତ, ପାର୍ତ୍ତିଙ୍ଗି ଵୁଥରୁ ମୋଟ ୮୧୯ ଜଣଙ୍କ ମଧ୍ୟରୁ ୭୨୨ ଜଣ ତଥା ୮୮.୧୬ ପ୍ରତିଶତ, ରାମଜୀପୁଟ ବୁଥ ରୁ ମୋଟ ୧୨୦୪ ଜଣ ଙ୍କ ମଧ୍ୟରୁ ୧୦୧୯ ଜଣ ତଥା ୮୪.୬୩ ପ୍ରତିଶତ, ବଡମାଥୁର ବୁଥ ରୁ ମୋଟ ୧୧୯୭ ଜଣଙ୍କ ମଧ୍ୟରୁ ୯୧୭ ଜଣ ତଥା ୭୬.୬୧ ପ୍ରତିଶତ, କମ୍ଭୁଗଣ୍ଡା ବୁଥ ରୁ ମୋଟ ୧୦୨୫ ଜଣଙ୍କ ମଧ୍ୟରୁ ୬୯୯ ଜଣ ତଥା ୬୮.୨୦ ପ୍ରତିଶତ, ହାଟସରପଲ୍ଲୀ ବୁଥ ରୁ ମୋଟ ୫୮୮ ଜଣଙ୍କ ମଧ୍ୟରୁ ୫୦୭ ଜଣ ତଥା ୮୬.୨୨ ପ୍ରତିଶତ, ସାନସରପଲ୍ଲୀ ବୁଥ ରୁ ମୋଟ ୯୧୧ ଜଣ ଙ୍କ ମଧ୍ୟରୁ ୭୫୬ ଜଣ ତଥା ୮୨.୯୯ ପ୍ରତିଶତ, ମେକଡ଼ା ବୁଥ ରୁ ମୋଟ ୫୬୦ ଜଣ ଙ୍କ ମଧ୍ୟରୁ ୪୯୪ ଜଣ ତଥା ୮୮.୨୧ ପ୍ରତିଶତ, ଲୋପେଟା ବୁଥ ରୁ ମୋଟ ୧୦୧୨ ଜଣଙ୍କ ମଧ୍ୟରୁ ୭୯୪ ଜଣ ତଥା ୮୧.୨୭ ପ୍ରତିଶତ, କାବ୍ରିବାଡ଼ି ବୁଥ ରୁ ମୋଟ ୯୭୭ ଜଣ ଙ୍କ ମଧ୍ୟରୁ ୮୧୦ ଜଣ ତଥା ୮୫.୬୮ ପ୍ରତିଶତ, ପେଦାଲଡ଼ା ବୁଥ ରୁ ମୋଟ ୯୫୨ଜଣ ମଧ୍ୟରୁ ୫୮୨ ଜଣ ତଥା ୮୫.୫୯ ପ୍ରତିଶତ, ଏଡଗୁମୱାଲ୍ସା ବୁଥ ରୁ ମୋଟ ୪୬୨ ଜଣ ଙ୍କ ମଧ୍ୟରୁ ୩୪୪ ଜଣ ତଥା ୭୪.୪୬ ପ୍ରତିଶତ, ଏସେଡା ବୁଥ ରୁ ମୋଟ ୯୭୦ ଜଣ ମଧ୍ୟରୁ ୭୫୭ ଜଣ ତଥା ୭୮.୦୪ ପ୍ରତିଶତ, ଯାଗୁଗୁଡା ବୁଥ ରୁ ମୋଟ ୪୯୪ ଜଣଙ୍କ ମଧ୍ୟରୁ ୩୯୮ ଜଣ ତଥା ୮୦.୫୭ ପ୍ରତିଶତ, ଆଲମଣ୍ଡା ୧ ବୁଥ ରୁ ମୋଟ ୮୪୭ ଜଣଙ୍କ ମଧ୍ୟରୁ ୫୫୯ ଜଣ ତଥା ୬୬ପ୍ରତିଶତ, ଆଲମଣ୍ଡା ୨ ବୁଥ ରୁ ମୋଟ ୭୪୭ ଜଣଙ୍କ ମଧ୍ୟରୁ ୫୮୦ ଜଣ ତଥା ୭୭.୬୯ ପ୍ରତିଶତ, କାପୁଲଡା ବୁଥ ରୁ ମୋଟ ୭୭୭ ଜଣଙ୍କ ମଧ୍ୟରୁ ୬୧୮ ଜଣ ତଥା ୭୯.୫୪ ପ୍ରତିଶତ, ହାତୀଗଡା ବୁଥ ରୁ ମୋଟ ୧୦୦୮ ଜଣଙ୍କ ମଧ୍ୟରୁ ୮୨୫ ଜଣ ତଥା ୮୧.୮୫ ପ୍ରତିଶତ, ବିକ୍ରମପୁର ବୁଥ ରୁ ମୋଟ ୭୬୬ ଜଣ ମଧ୍ୟରୁ ୬୨୫ ଜଣ ତଥା ୮୧.୫୯ ପ୍ରତିଶତ, ବଡ଼ବାଙ୍କୀଡି ବୁଥ ରୁ ମୋଟ ୧୨୬୮ ଜଣଙ୍କ ମଧ୍ୟରୁ ୮୮୧ ଜଣ ତଥା ୭୫.୪୩ ପ୍ରତିଶତ, ଦିଗୁଭତ୍ରାପଲ୍ଲୀ ୫୬୬ ଜଣଙ୍କ ମଧ୍ୟରୁ ୪୪୬ ଜଣ ତଥା ୭୮.୮୦ ପ୍ରତିଶତ ଓ ପି ସିଲାବାଡି ବୁଥ ରୁ ମୋଟ ୮୦୧ ଜଣ ଙ୍କ ମଧ୍ୟରୁ ୬୭୧ ଜଣ ତଥା ୮୩.୭୭ ପ୍ରତିଶତ ଭୋଟ ଦାନ ହୋଇଥିବା ପ୍ରଶାସନ ଙ୍କ ଠାରୁ ସୁଚନା ମିଳିଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ ଭାଜପାର କାର୍ଯ୍ୟକର୍ତ୍ତା ସମ୍ମିଳନୀ 

masiha

ଓଡିଶାରେ ହେବ ବିଜେପି ସରକାର 

masiha

ବିଜେପି ର ମିଶ୍ରଣ ପର୍ବ

masiha

Leave a Comment

error: Content is protected !!