ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଦେଶିକ ମେଧା ପରୀକ୍ଷା-୨୦୨୩-୨୪ ରେ ନବରଙ୍ଗପୁର ଜିଲାରେ ଟପ୍ପର ଓ ରାଜ୍ୟ ସ୍ତରରେ ତୃତୀୟ 

ପ୍ରାଦେଶିକ ମେଧା ପରୀକ୍ଷା-୨୦୨୩-୨୪ ରେ ନବରଙ୍ଗପୁର ଜିଲାରେ ଟପ୍ପର ଓ ରାଜ୍ୟ ସ୍ତରରେ ତୃତୀୟ 

ଡାବୁଗାଁ, ୧୫/୫(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦର ମହକୁମାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ସପ୍ତମ ଶ୍ରେଣୀର ଛାତ୍ର ପାର୍ଥ ସାରଥି ସାହୁ ପ୍ରାଦେଶିକ ମେଧା ପରୀକ୍ଷା ରେ ନବରଙ୍ଗପୁର ଜିଲାରେ ଟପ୍ପର ହେବା ସହିତ ରାଜ୍ୟ ସ୍ତରରେ ତୃତୀୟ ସ୍ଥାନରେ ରହିଛନ୍ତି | ବିଭିନ୍ନ ସ୍ଥାନରୁ ବିଭିନ୍ନ ଲୋକେ ପାର୍ଥ ଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟୁଛି l ସେ ହେଉଛନ୍ତି ମାତା ଗୀତାରାଣୀ ରଣା ଓ ପିତା ମାନସ ନାରାୟଣ ସାହୁ ଙ୍କ ପୁତ୍ର ପାର୍ଥ ସାରଥି ସାହୁ l ସେ ମୋଟ ୨୦୦ ନମ୍ବର ପରୀକ୍ଷା ଦେଇଥିବା ବେଳେ ୧୭୮ ନମ୍ବର ରଖି ପ୍ରାଦେଶିକ ମେଧା ପରୀକ୍ଷା-୨୦୨୩-୨୪ ରେ ଉତ୍ତୀର୍ଣ୍ଣ ହୋଇ ନବରଙ୍ଗପୁର ଜିଲା ରେ ଟପ୍ପର ହୋଇଥିବା ଯୋଗୁଁ ନବରଙ୍ଗପୁର ଜିଲା ର ଟେକ ରଖିବା ସହିତ ରାଜ୍ୟସ୍ତରରେ ତୃତୀୟ ସ୍ଥାନରେ ରହି ରାଜ୍ୟ ର ମଧ୍ୟ ଟେକ ରଖିଛନ୍ତି l ସମସ୍ତ ଗଣମାଧ୍ୟମ, ସମସ୍ତ ବୁଦ୍ଧିଜିବୀ, ସମସ୍ତ ଜନସାଧାରଣରେ ଉକ୍ତ କୃତକାର୍ଯ୍ୟ ହୋଇଥିବା ବାଳକ ନିମନ୍ତେ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି l ତେବେ ପାର୍ଥ ର ଏଇ ସଫଳତା ପାଇଁ ଡାବୁଗାଁ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଗୁରୁଜୀ, ସମସ୍ତ ଗୁରୁଜୀ, ଗୁରୁମା ମାନଙ୍କୁ ପାର୍ଥ ର ବାପା, ମା ଓ ବନ୍ଧୁ ପରିବାର ପରିଜନ ଧନ୍ୟବାଦ ଜଣାଇଛନ୍ତି l

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସର୍ପ‍ାଘାତରେ ଯୁବକ ଗୁରୁତର , ୫ ଫୁଟ ଲମ୍ବର ଚନ୍ଦ୍ରନାଗ ଉଦ୍ଧାର

masiha

ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

Sunil Chandra Nayak

୪୨ ମୌଜାରେ ଶ୍ରୀ ଅରୋବିନ୍ଦ ପାଠଚକ୍ରର ବାର୍ଷିକ ଉତ୍ସବ ପାଳିତ 

masiha

Leave a Comment

error: Content is protected !!