ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଦେଶିକ ମେଧା ପରୀକ୍ଷା-୨୦୨୩-୨୪ ରେ ନବରଙ୍ଗପୁର ଜିଲାରେ ଟପ୍ପର ଓ ରାଜ୍ୟ ସ୍ତରରେ ତୃତୀୟ 

ପ୍ରାଦେଶିକ ମେଧା ପରୀକ୍ଷା-୨୦୨୩-୨୪ ରେ ନବରଙ୍ଗପୁର ଜିଲାରେ ଟପ୍ପର ଓ ରାଜ୍ୟ ସ୍ତରରେ ତୃତୀୟ 

ଡାବୁଗାଁ, ୧୫/୫(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦର ମହକୁମାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ସପ୍ତମ ଶ୍ରେଣୀର ଛାତ୍ର ପାର୍ଥ ସାରଥି ସାହୁ ପ୍ରାଦେଶିକ ମେଧା ପରୀକ୍ଷା ରେ ନବରଙ୍ଗପୁର ଜିଲାରେ ଟପ୍ପର ହେବା ସହିତ ରାଜ୍ୟ ସ୍ତରରେ ତୃତୀୟ ସ୍ଥାନରେ ରହିଛନ୍ତି | ବିଭିନ୍ନ ସ୍ଥାନରୁ ବିଭିନ୍ନ ଲୋକେ ପାର୍ଥ ଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟୁଛି l ସେ ହେଉଛନ୍ତି ମାତା ଗୀତାରାଣୀ ରଣା ଓ ପିତା ମାନସ ନାରାୟଣ ସାହୁ ଙ୍କ ପୁତ୍ର ପାର୍ଥ ସାରଥି ସାହୁ l ସେ ମୋଟ ୨୦୦ ନମ୍ବର ପରୀକ୍ଷା ଦେଇଥିବା ବେଳେ ୧୭୮ ନମ୍ବର ରଖି ପ୍ରାଦେଶିକ ମେଧା ପରୀକ୍ଷା-୨୦୨୩-୨୪ ରେ ଉତ୍ତୀର୍ଣ୍ଣ ହୋଇ ନବରଙ୍ଗପୁର ଜିଲା ରେ ଟପ୍ପର ହୋଇଥିବା ଯୋଗୁଁ ନବରଙ୍ଗପୁର ଜିଲା ର ଟେକ ରଖିବା ସହିତ ରାଜ୍ୟସ୍ତରରେ ତୃତୀୟ ସ୍ଥାନରେ ରହି ରାଜ୍ୟ ର ମଧ୍ୟ ଟେକ ରଖିଛନ୍ତି l ସମସ୍ତ ଗଣମାଧ୍ୟମ, ସମସ୍ତ ବୁଦ୍ଧିଜିବୀ, ସମସ୍ତ ଜନସାଧାରଣରେ ଉକ୍ତ କୃତକାର୍ଯ୍ୟ ହୋଇଥିବା ବାଳକ ନିମନ୍ତେ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି l ତେବେ ପାର୍ଥ ର ଏଇ ସଫଳତା ପାଇଁ ଡାବୁଗାଁ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଗୁରୁଜୀ, ସମସ୍ତ ଗୁରୁଜୀ, ଗୁରୁମା ମାନଙ୍କୁ ପାର୍ଥ ର ବାପା, ମା ଓ ବନ୍ଧୁ ପରିବାର ପରିଜନ ଧନ୍ୟବାଦ ଜଣାଇଛନ୍ତି l

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଭିନ୍ନ ଦାବିନେଇ ଅଗ୍ନିଶମ ବାହିନୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

masiha

ଡକ୍ଟର ଅଜିତ ବେହେରାଙ୍କୁ ରାଜ୍ୟପାଳଙ୍କ ଡି.ଲିଟ୍ ଡ଼ିଗ୍ରୀ

Sunil Chandra Nayak

ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ତେରେସିଂହାର ମା’ ଜଗତ ଜନନୀ ମହିଳା ଗୋଷ୍ଠୀ ପ୍ରଥମ

masiha

Leave a Comment

error: Content is protected !!