ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ହେଲେ ମଣ୍ଟୁ ସାହୁ

ଗୋଲାମୁଣ୍ଡା 29/7/23/ନିର୍ଭୟ, ନିରପେକ୍ଷ ମସିହା /ଆଜି ଯୁବ କଂଗ୍ରେସ ର ନିର୍ବାଚନ ଫଳାଫଳ ପ୍ରକାଶ ପାଇ ଥିବା ବେଳେ ଗୋଲାମୁଣ୍ଡା ବ୍ଲକ କେଗାଁ ଗ୍ରାମ ପଞ୍ଚାୟତର ସମିତି ସଭ୍ଯ ମଣ୍ଟୁ ସାହୁ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି l ସେ ଦୀର୍ଘ ଦିନ ହେବ କଂଗ୍ରେସ ପାଇଁ ଅହରହ କାର୍ଯ୍ୟ କରି ଆସୁଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ କେଗାଁ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଭାବେ ମଧ୍ଯ ନିର୍ବାଚିତ ହୋଇ ବହୁ ଗରୀବ ନିରୀହ ଙ୍କ କାର୍ଯ୍ୟ ତୁଲାଇ ଛନ୍ତି l ସେ ଜୁନାଗଡ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେବା ପରେ ଗୋଲାମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ଶ୍ରୀ ନଉକେଶ୍ୱର ପୁଟେଲ ଓ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ତୁଲେଶ୍ୱର ନାଏକ, ଓ ଅନ୍ୟାନ ବହୁ ବ୍ୟାକ୍ତି ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ କଂଗ୍ରେସ ମଜଭୁତ ହେବ ଓ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ରେ ୨୦୨୪ ସାଧାରଣ ନିର୍ବାଚନ ରେ କଂଗ୍ରେସର ବିଜୟ ହେବ ବୋଲି ମତ ପ୍ରକାଶ କରିଛନ୍ତି ଶ୍ରୀ ସାହୁ ନିର୍ବାଚିତ ହେବା ପରେ ଜୁନାଗଡ ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀ ମହଲ ଖୁସି ର ଲହରି ଖେଳି ଯାଇଛି, ତତ ସହିତ ଅଂଚଳ ର ଜଣେ ପୁରୁଧା ବ୍ୟକ୍ତିଙ୍କୁ କଂଗ୍ରେସ ଯୁବ ସଭାପତି ପଦବୀ ଚୟନ କରି ଥିବାରୁ ଅଂଚଳ ବାସି ଭୁରି ଭୁରି ପ୍ରଶଂସା କରିଛନ୍ତି, ଆଗାମୀ ଦିନରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଜୋରଦାର ଲଢେଇ ହେବାସହ କଂଗ୍ରେସ ନିଶ୍ଚିତ ଭାବେ ବିଜୟର ପତାକା ଉଡାଇବ ବୋଲି ବୁଦ୍ଧି ଯିବି ମହଲରେ ଜୋର ଚର୍ଚ୍ଚା ଧରିଛି।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

କର୍ଲାମୁଣ୍ଡା ଭାଜପା ର ସାଂଗଠନିକ ବୈଠକ

କେଜ୍ରିୱାଲ ଙ୍କୁ ୩ ପୃଷ୍ଠାର ଚିଠି ଲେଖିଲେ ସିସୋଦିଆ, ପାଠ କଲେ ନବରଙ୍ଗପୁର ଆପ୍

Sunil Chandra Nayak

ଭାରତୀୟ ଜନତା ପାର୍ଟି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ

masiha

Leave a Comment

error: Content is protected !!