ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ନେତୃତ୍ୱର ସେଲିବ୍ରେସନ,ଜଳେଶ୍ୱରରେ ଭବ୍ୟ ମହାଯଜ୍ଞ ଓ ସଂକଳ୍ପ ସଭା 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ନେତୃତ୍ୱର ସେଲିବ୍ରେସନ,ଜଳେଶ୍ୱରରେ ଭବ୍ୟ ମହାଯଜ୍ଞ ଓ ସଂକଳ୍ପ ସଭା 

ଜଳେଶ୍ୱର,୧୦/୬(ମନିସ)-ଭାରତ ବର୍ଷରେ ନରେନ୍ଦ୍ର ମୋଦିଜୀ ସର୍ବାଧିକ ସମୟ ଧରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିଥିବା ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ଛମୌଜ ପାବନ କ୍ଷେତ୍ରଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜଳେଶ୍ଵର ଭାରତୀୟ ଜନତା ପାର୍ଟି (ବିଜେପି) ତରଫରୁ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଶରୀର ଏବଂ ଦୀର୍ଘାୟୁ କାମନା କରି ଏକ ସାମୁହିକ ଦ୍ୱୀପଦାନ,ମହାଯଜ୍ଞ,ବିଶେଷ ପୂଜାର୍ଚ୍ଚନା ଏବଂ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି।

ଜଳେଶ୍ୱରର ପ୍ରସିଦ୍ଧ ଛମୌଜ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏହି ପବିତ୍ର ଯଜ୍ଞ ଅନୁଷ୍ଠିତ ହୋଇଥିଲା।ସୂଚନା ଅନୁଯାୟୀ,ପ୍ରଧାନମନ୍ତ୍ରୀ ମୋଦିଜୀ ଦୀର୍ଘ ସମୟ ଧରି ଦେଶର ଦାୟିତ୍ୱ ତୁଲାଇ ଭାରତକୁ ବିଶ୍ୱ ଦରବାରରେ ଏକ ନୂତନ ଗୌରବ ଆଣିଦେଇଛନ୍ତି।ଏହି ଐତିହାସିକ ସଫଳତା ପାଇଁ ଭଗବାନଙ୍କ ନିକଟରେ କୃତଜ୍ଞତା ଜଣାଇବା ସହ ତାଙ୍କର ମଙ୍ଗଳ କାମନା କରି ଏହି ମହାଯଜ୍ଞ କରାଯାଇଥିଲା।ପୂଜାର୍ଚ୍ଚନା ଏବଂ ଯଜ୍ଞ ପୂର୍ଣ୍ଣାହୁତି ସମାପ୍ତ ହେବା ପରେ ସମସ୍ତ ଶ୍ରଦ୍ଧାଳୁ,ଜନସାଧାରଣ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଫାଲଗୁନି ପାଣିଗ୍ରାହୀ ଅଧକ୍ଷତା କରିଥିଲେ।ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ସେବା ଓ ନେତୃତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଉତ୍ତର ବାଲେଶ୍ୱର ଜିଲ୍ଲା ସଭାପତି ଡ.ପ୍ରଦୀପ କୁମାର ପଣ୍ତା ଏବଂ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ନେତା ବ୍ରଜମୋହନ ପ୍ରଧାନ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।ବାଲେଶ୍ୱର (ଉତ୍ତର) ବିଜେପି ଜିଲ୍ଲା ସମ୍ପାଦକ କାଳିଚରଣ ଦାସ ମଞ୍ଚ ଆହ୍ଵାନ କରିବା ସହ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଗଣେଷ ସରେନ୍,ଜିଲ୍ଲା ଉପସଭାପତି ରାଧାକାନ୍ତ ପ୍ରଧାନ,ନଗର ସଭାପତି ଶିବ ନାରାୟଣ ମହାପାତ୍ର,କାଉନସିଲର ଚନ୍ଦନ ଦାସ,ମଣ୍ଡଳ ସଭାପତି ସଞ୍ଜୀବ ସେନାପତି,ସଞ୍ଜୀବ ଜେନା ଏବଂ ବିଜୟ ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣ ଏବଂ ଦଳୀୟ କର୍ମକର୍ତ୍ତା ବିପୁଳ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭା: ବିରୋଧୀଙ୍କ ଆତ୍ମ ପ୍ରଚାରରୁ ଦୂରେଇ ରହିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ

masiha

ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନର ଧମକ ଦେଲା କଂଗ୍ରେସ

Sunil Chandra Nayak

ଉଚ୍ଚ ଶିକ୍ଷିତ/ଶିକ୍ଷିତାଙ୍କୁ ଜିଲ୍ଲା କମିଟିରେ ଦେଲେ ଅଗ୍ରାଧିକାର 

Sunil Chandra Nayak

Leave a Comment

error: Content is protected !!