ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାନ୍ଧନପଳାରେ ବିଜେଡି ଦଳର ସଂକଳ୍ପ ସମାବେଶ

ବାନ୍ଧନପଳାରେ ବିଜେଡି ଦଳର ସଂକଳ୍ପ ସମାବେଶ

ଜୁନାଗଡ଼ ୨୨/୫(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସି ଗାଁ ପଞ୍ଚାୟତର ବ।ନ୍ଧନପଳା ଗ୍ରାମରେ ଆଜି ବିଜେଡି ପକ୍ଷରୁ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଏହି ସଂକଳ୍ପ ସମାବେଶରେ କଳାହାଣ୍ଡି ଲୋକସଭା ପାର୍ଥି ଲମ୍ବୋଧର ନିଆଲ ,ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ,ଭବାନୀ ପାଟଣା ପୌରପାଳିକ। ସଂଯୁକ୍ତା ବେହେରା ,ବି ସି ସି ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା ,ଜୁନାଗଡ଼ ବ୍ଲକ ଉପାଧକ୍ଷ ପ୍ରମୋଦ କୁମାର ବେହେରା ,ଆତ୍ମା ଅଧକ୍ଷ ଅଶୋକ ପଟ୍ଟନାୟକ ,ରାଜପୁର ସରପଞ୍ଚ ଗଜିନ୍ଦ୍ର ମାଝି ,ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଭୋଇ ,ଦାସି ଗାଁ ସମିତି ସଭ୍ୟ ସୌମେନ୍ଦ୍ର ପ୍ରକାଶ ମୁଣ୍ଡ ,ଯୁବ ନେତା ଗୌରହରି ବାଗ ,ସରପଞ୍ଚ ପ୍ରତିନିଧି ପ୍ରକାଶ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ଥିଲେ ।ଏଥିରେ ଆଗାମୀ ନିର୍ବାଚନରେ ପୁଣି ଥରେ ରାଜ୍ୟରେ ବିଜେଡି ସରକାର କ୍ଷମତାକୁ ଆସିବା ପାଇଁ ଉପସ୍ଥିତ ବିଜେଡି କର୍ମୀ ମାନଙ୍କୁ ଅବଗତ କରାଇଥିଲେ ।ଏପରିକି ରାଜ୍ୟରେ ବିଜେଡି ସରକାର ଦୀର୍ଘ ବର୍ଷର ଶାସନ କାଳରେ ଯେଉଁ ଜନ ହିତ କର କାର୍ଯ୍ୟ କରିଛି ।ସେହି କାର୍ଯ୍ୟ ଗୁଡିକୁ ଜନସାଧାରଣ ଙ୍କ ପାଖରେ ପହଞ୍ଚି ତାଙ୍କୁ ସଚେତନତା କରିବା ପାଇଁ  ସମାବେଶରେ ଆଲୋଚନା କରାଯାଇଥିଲା ।ପୁଣି ଥରେ ବିଜେଡି ସରକାର କ୍ଷମତାକୁ ଆସିବା ପାଇଁ ଉପସ୍ଥିତ କର୍ମୀ ମାନଙ୍କୁ ଦୁଇ ପାର୍ଥି ନିବେଦନ କରିଥିଲେ । ଏହି ସଂକଳ୍ପ ସମାବେଶରେ ଶହ ଶହ ସଂଖ୍ୟାରେ ବିଜେଡି କର୍ମୀମାନେ ଉପସ୍ଥିତ ରହି ବିଜେଡି ପାର୍ଥି ଙ୍କୁ ଜିତାଇବା ପାଇଁ ସଂକଳ୍ପ ନେଇଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାରେ ମହିଳା ଜନ ଆକ୍ରୋଶ ସମାବେଶ 

Sunil Chandra Nayak

କୋକସରା ବ୍ଲକର ପ୍ରତି ପଞ୍ଚାୟତରେ ବିଜେଡି ଜିଲ୍ଲା ସଭାପତିଙ୍କ ଦଲୀୟ କର୍ମୀଙ୍କୁ ଗୁରୁମନ୍ତ୍ର

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କ କୁଶ ପୁତ୍ତଳିକା ଦାହ

masiha

Leave a Comment

error: Content is protected !!