ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି କୈବର୍ତ୍ତ ସମାଜର ୧୪ତମ ଚଇତି ପର୍ବ ପାଳିତ

କଳାହାଣ୍ଡି କୈବର୍ତ୍ତ ସମାଜର ୧୪ତମ ଚଇତି ପର୍ବ ପାଳିତ

ନର୍ଲା,(ମସିହା) (ଦିପକ କୁମାର ଠାକୁର )ନିଖିଳ ଓଡିଶା କୈବର୍ତ୍ତ ମହାସଭା ଅଧିନସ୍ଥ କଳାହାଣ୍ଡି କୈବର୍ତ୍ତ ସମାଜର ଆୟୋଜନରେ ଆଜି ତୁଳାପଡାସ୍ଥ ଶୈବ ପୀଠ ପ୍ରାଙ୍ଗଣରେ ଏକ ଦିବସୀୟ ୧୪ତମ ଚଇତି ପର୍ବ ମହାସମାରୋହରେ ପାଳିତ ହୋଇଅଛି । କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣରୁ କୈବର୍ତ୍ତ ସମାଜର ଜାତି ଭାଇ ଭଉଣୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ପ୍ରଥମେ ଉଦଘାଟନୀ ଉତ୍ସବରେ ଏକ ଶୋଭାଯାତ୍ରାରେ ବାହାରି କୈବର୍ତ୍ତ ଭାଇ ଭଉଣୀ ମାନେ ନଗର ପରିକ୍ରମା କରି ଶୈବ ପୀଠରେ ପହଞ୍ଚି ଥିଲେ । ନିଜର ସାମାଜିକ ପତାକା ଉତ୍ତୋଳନ ପରେ ସାମାଜିକ ସଂଗୀତ କରାଯାଇ,ରିତୀନିତୀରେ ଇଷ୍ଟ ଦେବୀ ଅଶ୍ବିନୀ ବାସେଲି ତଥା ମା ସମଲେଶ୍ବରୀ ଓ ମାଣିକେଶ୍ବରୀଙ୍କ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବରେ କିଶୋର ମହାଲିଙ୍ଗ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ, ସମ୍ମାନିତ ଅତିଥି ସୁଶୀଳ କୁମାର ସେଠୀ ବ୍ଲକ କୃଷି ଅଧିକାରୀ,ଜିଲ୍ଲା ସଭାପତି ଇଶ୍ବର ଚନ୍ଦ୍ର ନାୟକ,ସମ୍ପାଦକ ବୁଡୁ ମହାଲିଙ୍ଗ, ଚକାମନ ନାଏକ କେସିଙ୍ଗା, ହଜାରୁ ଦଣ୍ଡସେନା, ପ୍ରମୁଖ ମଞ୍ଚାସୀନ ହୋଇ କୈବର୍ତ୍ତ ସମାଜର ସାମାଜିକ ସ୍ଥିତି,ଶିକ୍ଷା ଓ ଆଇନଗତ ଅଧିକାର ଉପରେ ଗଭୀର ଆଲୋକପାତ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ପଙ୍କଜ ପାଣ୍ଡେ । ଅନ୍ୟ ମାନଙ୍କ ମଧ୍ୟରେ ବରୁଣ କୁମାର ନାଏକ,ଲାଦୁରାମ ଝାଙ୍କର,ସୁଦାମ ମହାଲିଙ୍ଗ, ଶତୃଘ୍ନ ମଲ୍ଲିକ,ରବିନ୍ଦ୍ର ପାଣ୍ଡେ,ଦାମୋଦର ସେଠ ପ୍ରମୁଖ ଉପସ୍ଥିତ ଥିଲେ । ସମାଜର ବୟଜ୍ୟେଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜର ଦିବଂଗତ ପୁରୋଧା ଚକ୍ରଧର ପାଣ୍ଡେ,ଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନୀତ କରା ଯାଇଥିଲା । ବିଭିନ୍ନ ଦିଗରେ ସମାଜର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଭଦ୍ରବ୍ୟକ୍ତି ଭାବରେ ପୂର୍ବତନ ସରପଞ୍ଚ ହୃଷିକେଶ ନାୟକ,ଶିକ୍ଷକ ମାୟାଧର ପଧାନ,ସାମ୍ବାଦିକ ମନୋଜ କୁମାର ଷଡ଼ଙ୍ଗୀ ଯୋଗଦେଇ କୈବର୍ତ୍ତ ସମାଜର ଉନ୍ନତୀ କାମନା କରିଥିଲେ ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଜୀବାତ୍ମା ର ପୂଣ୍ୟ କର୍ମ – ରକ୍ତ ଦାନ ମହତ୍ ଦାନ

masiha

ଆଦିବାସୀ ଙ୍କ ପ୍ରସିଦ୍ଧ ବୁଢାଦେଓ ମହୋତ୍ସବ ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି l ଆଦିବାସୀ ଙ୍କ ମହାନ ସଂସ୍କୃତି ସୁରକ୍ଷା ପାଇଁ ଆହ୍ୱାନ 

masiha

ଖପ୍ରାଖୋଲ ରେ ବ୍ଲକ ସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ଉଦଯାପିତ 

masiha

Leave a Comment

error: Content is protected !!