ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ସମାଚାର

ନିର୍ବାଚନ ପରିଚାଳନା ପ୍ରସ୍ତୁତି ବୈଠକ 

ଡାବୁଗାଁ, ୨୨/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ଭୋଟ ପୂର୍ବ ଦିବସ ଓ ଭୋଟ ଦିନ ର କାର୍ଯ୍ୟ, ଦାୟିତ୍ଵ ଓ କର୍ତ୍ତବ୍ୟ, ଏହାସହ ସେକ୍ଟର ଅଧିକାରୀ ମାନଙ୍କ କାର୍ଯ୍ୟ, ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ବୁଝାଇଥିଲେ | ସମସ୍ତ ବୁଥ ସ୍ତରୀୟ ଅଧିକାରୀ ମାନେ ନିଜ ନିଜ ବୁଥ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦିଆଯାଇଥିଲା | ଏହି ବୈଠକରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ସୁପରଭାଇଜର ଏ.ଡି ପ୍ରସାଦ, ବିକାଶ ରଞ୍ଜନ ନିଶଙ୍କ, କୃଷ୍ଣଚନ୍ଦ୍ର ପଣ୍ଡା, ରତିକାନ୍ତ ନାୟକ, ଧନସିଂ ତନ୍ତୀ, ରାଇସିଂ ପୂଜାରୀ, ୭ ଜଣ ସେକ୍ଟର ଅଧିକାରୀ ଓ ୫୫ ଜଣ ବୁଥ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ | 

================================.

ଭୋଟ ଦାନ ସଚେତନତା ନେଇ ମୋଟରସାଇକେଲ ଶୋଭାଯାତ୍ରା 

ଡାବୁଗାଁ, ୨୨/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ଭୋଟ ଦାନ ସଚେତନତା ନେଇ ଏକ ମୋଟରସାଇକେଲ ଶୋଭାଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି | ଏହି ଶୋଭାଯାତ୍ରା ବ୍ଲକ କାର୍ଯ୍ୟ|ଳୟ ରୁ ବାହାରି ଜୟନ୍ତୀନଗର, ଡ଼ଙ୍ଗରିଗୁଡା, ହାଟପଦା, ଡାବୁଗାଁ, ନୂଆଗୁଡା, ରେଭିନ୍ୟୁନୂଆଗୁଡା ଦେଇ ବ୍ଲକ କାର୍ଯ୍ୟ|ଳୟରେ ପହଞ୍ଚିଥିଲା | ଏଥିରେ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ସୁପରଭାଇଜର, ସେକ୍ଟର ଅଧିକାରୀ, ବୁଥ ସ୍ତରୀୟ ଅଧିକାରୀ ଓ ବ୍ଲକ କର୍ମଚାରୀ ମାନେ ସାମିଲ ଥିଲେ |

================================

ଭୋଟର ସଚେତନତା ରଥ ଉଦଘାଟିତ 

ଡାବୁଗାଁ, ୨୨/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ଭୋଟର ସଚେତନତା ରଥ ସୋମବାର ଉଦଘାଟିତ ହୋଇଯାଇଛି | ଏହି ସଚେତନତା ରଥ ବ୍ଲକ ର ୧୨ ଟି ପଞ୍ଚାୟତ ର ୫୫ ଟି ବୁଥ ଅଞ୍ଚଳରେ ୨ ଦିନରେ ବୁଲି ସଚେତନ କରିବ | ଏଥିରେ ବିଡିଓ ଶରତ ମାଝି, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ. ଡି ପ୍ରସାଦ ଓ ପର୍ଶୁରାମ ମାଳୀ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲା ଓକିଲ ସଙ୍ଘ ଦ୍ୱାରା ଆଜି ଏକ ସମ୍ବର୍ଦ୍ଧନା ସଭା

masiha

ଏସଟିଏସସି ଙ୍କ ପ୍ରତି କେନ୍ଦ୍ର ସରକାର ଙ୍କ ଅବହେଳା କୁ ନେଇ ରାଜ୍ୟସଭା ରେ ଗର୍ଜିଲେ ସାଂସଦ ନିରଞ୍ଜନ ବିଶି

masiha

ଜୁନାଗଡ଼ ରୁ ଗଡ଼ିଲା ଲଷ୍ମୀ ବସ

masiha

Leave a Comment

error: Content is protected !!