ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତିଶ୍ରୁତି ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

ପ୍ରତିଶ୍ରୁତି ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

କଟକ : ପୁରୀ ଜିଲ୍ଲା ଖେଲାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମିଳନୀ ଗୃହରେ ପ୍ରତିଶ୍ରୁତି ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ କବିତା ପାଠ ଉତ୍ସବ ପାଳିତ ହୋଇଯାଇଛି ।

ଏଥିରେ ଅର୍ଦ୍ଧ ଶତକ କବି ଓ କବୟିତ୍ରୀ ମାନେ ଯୋଗ ଦେଇ  ସ୍ଵ ରଚିତ କବିତାମାନ ପାଠ କରିଥିଲେ । ଅନୁଷ୍ଠାନ ର ସଭାପତି ତଥା ପ୍ରାଚୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଦିଲ୍ଲୀପ ସେନାପତି ସଭାପତିତ୍ୱ କରିଥିବା ବେଳେ ସମ୍ପାଦିକା ଶ୍ରୀମତୀ କଳ୍ପଲତା ପାଳ ସମ୍ପାଦକୀୟ ବାର୍ଷିକ ବିବରଣୀ ପାଠ କରିଥିଲେ ।

ମୁଖ୍ୟ ଅତିଥି ଭାବେ ପିପିଲି ମହାବିଦ୍ୟାଳୟର ମାନସ୍ତତ୍ଵ ବିଭାଗର ଅଧ୍ୟାପିକା ଡ଼ଃ ପ୍ରତିଭା ମଜରଥୀ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ମୈତ୍ରେୟ ସାହିତ୍ୟ ସଂସଦ ର ସଭାପତି ହରେକୃଷ୍ଣ ସ୍ବାଇଁ, ସମ୍ମାନୀତ ଅତିଥି ଖେଲାର ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦେବ କୁମାର ମିଶ୍ର, ମୁଖ୍ୟ ଉପଦେଷ୍ଟା ଡଃ. ସୁରେନ୍ଦ୍ର ନାଥ ତ୍ରିପାଠୀ, ଉପଦେଷ୍ଟା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଫାର୍ କ ଯୋଗ ଦେଇଥିଲେ।

କୁନିଝିଅ ଜସିକା ପାଳ ସ୍ବାଗତ ନୃତ୍ୟ ପରିବେଷଣ କରୁଥିଲେ। ସତ୍ୟ ନାରାୟଣ ସିଂହ ନାମ ପଞ୍ଜିକରଣ କରିଥିଲେ । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପାଳ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ପ୍ରଧାନ ଆଚାର୍ଯ୍ୟ ଦେବ କୁମାର ମିଶ୍ର, ଚିକିତ୍ସକ ମହମ୍ମଦ ୟାସିନ୍ ସମାଜ ସେବୀ ଆଇନଜୀବୀ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଶ୍ରୀଯୁକ୍ତ ହେମନ୍ତ କୁମାର ପ୍ରଧାନ, ଶ୍ରୀଯୁକ୍ତ ଗଙ୍ଗାଧର ଓଝା ମଞ୍ଚ ପରିଚାଳନା କରିଥଲେ।ବିପିନ୍ ବେହେରା, ଆଶୁତୋଷ ଦାଶ, ଗୁଣନିଧି ଭୋଇ କବିତା ଗୁଡ଼ିକ ସଂଯୋଜନା କରିଥିବା ବେଳେ ନରେନ୍ଦ୍ର କୁମାର୍ ମୁଦୁଲି , ଚିତ୍ତରଞ୍ଜନ ବିଶ୍ବାଳ, ସତ୍ୟ ନାରାୟଣ ସିଂହ, ଅମୀୟ ସାହୁ, ମଙ୍ଗରାଜ ରଥ,ପ୍ରଭାତୀ ବରାଳ ପ୍ରଭୃତି କବିତା ପାଠ କରିଥିଲେ।ବୈଜୟନ୍ତୀ ସାହୁ, ବାଉରୀବନ୍ଧୁ ବେହେରା ମାନପତ୍ର ପାଠ କରିଥିଲେ ।

ଏହି ଅବସରରେ ଶ୍ରୀମତୀ କାଞ୍ଚନ ସାହୁ ଏବଂ ଶ୍ରୀଯୁକ୍ତ କାଳିନ୍ଦୀ ପାଳଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା।ଶେଷରେ ଶ୍ରୀଯୁକ୍ତ କାଳିନ୍ଦୀ ପାଳ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭା ସାଙ୍ଗ୍ କରାଯାଇଥିଲା।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରଜନୀକାନ୍ତ ମାଧ୍ଯାମିକ ଵିଦ୍ଯାଳୟ,ଲୁହାଶିଳାର‌ରସାୟନ ବିଜ୍ଞାନର ଡେମୋନଷ୍ଟ୍ରେଟରଙ୍କ ଦେହାନ୍ତ

Sunil Chandra Nayak

ମାଁ ଲଙ୍କେଶ୍ୱରୀ ମନ୍ଦିର ର ରୂପାନ୍ତରିକରଣ ,ଜୁନାଗଡ଼ ବିକାଶର ମାଇଲଖୁଣ୍ଟ ହେବ , ସହାୟତା ରାଶି ର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ 

masiha

ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ 

masiha

Leave a Comment

error: Content is protected !!