ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳଜୟୀ କଥାଶିଳ୍ପୀ ଗୋପୀନାଥ ମହାନ୍ତି ଙ୍କ ଜୟନ୍ତୀ ପାଳିତ 

କାଳଜୟୀ କଥାଶିଳ୍ପୀ ଗୋପୀନାଥ ମହାନ୍ତି ଙ୍କ ଜୟନ୍ତୀ ପାଳିତ 

ରାଉରକେଲା : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ବାଜିରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ କାଳଜୟୀ କଥାଶିଳ୍ପୀ ଗୋପୀନାଥ ମହାନ୍ତି ଙ୍କ ଜୟନ୍ତୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସୌଦାମିନୀ ମୁଦାଲି ଙ୍କ ସଭାପତିତ୍ବରେ  ପାଳିତ ହୋଇ ଯାଇଅଛି । ମୁଖ୍ୟଅତିଥି ଭାବେ କବି ସୁଶାନ୍ତ କୁମାର ନାୟକ କହିଲେ ଯେ ପଦ୍ମଭୂଷଣ ଗୋପୀନାଥ ମହାନ୍ତି ଆଧୁନିକ ଓଡ଼ିଆ ଉପନ୍ୟାସ ର ଯୁଗସ୍ରଷ୍ଟା । ଉପନ୍ୟାସ ସହିତ କବିତା, ଗଳ୍ପ, ଜୀବନୀ, ଆତ୍ମଜୀବନୀ, ନାଟକ ଓ ଅନୁବାଦ ରେ ମଧ୍ୟ ତାଙ୍କର ଥିଲା ଅଭୂତପୂର୍ବ ଦକ୍ଷତା। ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ ଯେ ଓଡ଼ିଆ ସାହିତ୍ୟ ଜଗତର ଜଣେ ଶ୍ରେଷ୍ଠ ସାରସ୍ଵତ ସାଧକ, ପ୍ରଥମ ଓଡ଼ିଆ ଜ୍ଞାନପୀଠ ପୁରସ୍କାର ବିଜେତା ବହୁମୁଖି ପ୍ରତିଭା ର ଅଧିକାରୀ ଥିଲେ ଗୋପୀନାଥ ମହାନ୍ତି। ଏକାଧାରରେ ଜଣେ ଉପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ, ଅନୁବାଦକ ସହିତ ଉତ୍ତୁଙ୍ଗ ବ୍ୟକ୍ତିତ୍ଵ ତାଙ୍କର ଥିଲା । ଲେଖକ ଙ୍କ ର ଅଜସ୍ର ସୃଷ୍ଟି ସମ୍ଭାର ଏ ଦେଶ, ଜାତି ଓ ତା’ର ସାହିତ୍ୟ କୁ ମହିମା ମଣ୍ଡିତ କରିଛି। ସଭାପତି ସୁଶ୍ରୀ ମୁଦାଲି କହିଲେ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ପ୍ରଭାବଶାଳୀ କଥାଶିଳ୍ପୀ ଥିଲେ ଗୋପୀନାଥ ମହାନ୍ତି। ତାଙ୍କ ଗଳ୍ପ, ଉପନ୍ୟାସ ମାନଙ୍କ ରେ ସମାଜର ଦଳିତ, ଅବହେଳିତ ମଣିଷ ମାନଙ୍କ ପ୍ରତି ତାଙ୍କର ସମ୍ବେଦନଶୀଳତା ଯେଉଁ ଭଳି ବାରି ହୋଇପଡ଼େ ସେହିଭଳି ଭାବେ ଅତ୍ୟାଚାରୀ ମାନଙ୍କ ପ୍ରତି ତାଙ୍କର ଭର୍ତ୍ସନା ପୂର୍ଣ୍ଣ ବ୍ୟଙ୍ଗ ଦେଖିବାକୁ ମିଳେ । ଏହି ସଭାରେ ଛାତ୍ରୀ ଲିସା ପାତ୍ର, ଦେବପ୍ରିୟ ନାୟକ, ଯଶୋବନ୍ତ ସାହୁ ଗୋପୀନାଥ ମହାନ୍ତିଙ୍କ ଜୀବନ ଦର୍ଶନ ଉପରେ ମନ୍ତବ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଶା ର ଐତିହ୍ୟ, ଇତିହାସ, ସାହିତ୍ୟ, ଭୂଗୋଳ ଉପରେ ହୋଇଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ଭାଗ ନେଇ ସଠିକ୍ ଉତ୍ତର ଦେଇଥିବା ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ। ଏହି ସଭାରେ ଶିକ୍ଷକ ଅକ୍ଷୟ କୁମାର ଦାସ ଗୋପୀନାଥ ମହାନ୍ତି ଙ୍କ ଉପରେ ବକ୍ତବ୍ୟ ରଖିଥିବା ବେଳେ ପୁଷ୍ପମାଳା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ନପୂର୍ଣ୍ଣା ସ୍ବାଇଁ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି ସଭାରେ ସହଯୋଗ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

 

                                       

 

 

 

 

 

                                       

Related posts

ଏତେ ପ୍ରଚାର ଓ ସଚେତନତା ଅଭିଯାନ ପରେ ବି ବାଲ୍ୟ ବିବାହ ଚାଲୁଛି କିନ୍ତୁ ବାଲ୍ୟବିବାହ ରୋକିଲା ପ୍ରଶାସନ

Sunil Chandra Nayak

ଜୁନାଗଡ଼ ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କେବେ ?

Sunil Chandra Nayak

ଅବସର କାଳୀନ ସମ୍ବର୍ଦ୍ଧନା ସଭା 

masiha

Leave a Comment

error: Content is protected !!