ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ପlଣି ପଞ୍ଚାୟତ ପକ୍ଷ ୨୦୨୪-୨୫ ସମ୍ମିଳନୀ ଅନୁଷ୍ଠିତ 

ଜିଲ୍ଲାସ୍ତରୀୟ ପlଣି ପଞ୍ଚାୟତ ପକ୍ଷ ୨୦୨୪-୨୫ ସମ୍ମିଳନୀ ଅନୁଷ୍ଠିତ

ରାୟଗଡ:-ତା.୦୨/୦୧- ଆଜି ରାୟଗଡ଼ା ଜିଲ୍ଲାର ରାୟଗଡ଼ା ପୌରାଞ୍ଚଳରେ ଥିବା ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ, ରିଙ୍ଗରୋଡ ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪-୨୫ ପାଳନ କରାଯାଇଅଛି। ଏହି ସମାରୋହରେ ମୁଖ୍ୟ ଅତିଥଭାବେ ମାନ୍ୟବର ବିଧାୟକ, ରାୟଗଡ଼ା ଶ୍ରୀଯୁକ୍ତ କାଡ୍ରାକା ଆପଲ୍ଲା ସ୍ବାମୀ ମହୋଦୟ ଓ ସମ୍ମାନନୀୟ ଅତିଥିଭାବେ ମାନ୍ୟବର ବିଧାୟକ, ବିଷମକଟକ, ଶ୍ରୀଯୁକ୍ତ ନୀଳମାଧବ ହିକକା ମହୋଦୟ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ), ରାୟଗଡ଼ା, ଶ୍ରୀଯୁକ୍ତ ଭାସ୍କର ରାଈତ,ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଜନ, ରାୟଗଡ଼ା ଶ୍ରୀ ଦୁସି ସୁଧାକର କୁମାର, ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା, ରାୟଗଡ଼ା, ଶ୍ରୀଯୁକ୍ତ ଦୟାନିଧି ବାଗ, ନିର୍ବାହୀ ଯନ୍ତ୍ରୀ, ଉଠା ଜଳସେଚନ ବିଭାଜନ, ଗୁଣୁପୁର, ଶ୍ରୀଯୁକ୍ତ ବିନୋଦ ଦାସ, ଅତିରିକ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡ଼ା, ଶ୍ରୀଯୁକ୍ତ ଶ୍ୟାମ ମୁର୍ମୁ, କୃଷି ଉଦ୍ୟାନ ଉପନିର୍ଦେଶକ ଶ୍ରୀ ଦୟାନିଧି ରାଉତ ଓ କ୍ଷୁଦ୍ର ଜଳସେଚନ ବିଭାଜନର ସମସ୍ତ ଅଧିକାରୀ ଏବଂ ସମସ୍ତ ପାଣି ପଞ୍ଚାୟତର ସଭ୍ୟମାନଙ୍କ ସହ ସାମ୍ବାଦିକ ବନ୍ଧୁମାନେ ଯୋଗ ଦେଇଥିଲେ। ଉକ୍ତ ସମାରୋହରେ ଜଳର ସୁପରିଚାଳନା, ସୁବିନିଯୋଗ ଏବଂ ସୁଷମ ବଣ୍ଟନରେ ପାଣି ପଞ୍ଚାୟତର କାର୍ଯ୍ୟ ଓ ଏହାର ଭୂମିକା କଣ ସେ ବିଷୟରେ ଉପସ୍ଥିତ ଅତିଥିମାନେ ସେମାନଙ୍କ ଅଭିଭାଷଣ ରଖିଥିଲେ। ତତ୍ ସହିତ ୮ମ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଜିଲ୍ଲାସ୍ତରୀୟ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍, ମଡେଲର ପ୍ରଦର୍ଶନୀ ପ୍ରତଯୋଗୀତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଗଲା l ଏତଦ୍ ସହିତ ଉପସ୍ଥିତ ଥିବା ଚାଷୀ ଭାଈମାନେ ମଧ୍ୟ ସେମାନଙ୍କ ବକ୍ତବ୍ୟ ରଖିଥିଲେ ଏବଂ ସେମାନଙ୍କ ସୁବିଧା ଓ ଅସୁବିଧା ମାନ୍ୟବର ବିଧାୟକ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ଆଗରେ ଉପସ୍ଥାପନା କରିଥିଲେ। ଚାଷୀମାନଙ୍କ ପ୍ରଶ୍ନରେ ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଜନ, ରାୟଗଡ଼ା ଓ ନିର୍ବାହୀ ଯନ୍ତ୍ରୀ, ଉଠା ଜଳସେଚନ ବିଭାଜନ, ଗୁଣୁପୁର ନିଜ ନିଜର ଉତ୍ତର ମଧ୍ୟ ଉପସ୍ଥାପନ କରିଥିଲେ। ଉକ୍ତ ସମାରୋହ ଉପସ୍ଥିତଥିବା ସମସ୍ତ ଚାଷୀ, ପାଣି ପଞ୍ଚାୟତ ସଦସ୍ୟ, ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ବ୍ଳକ ପରିସରରେ କୃଷି ସମ୍ବାଦ କାର୍ଯ୍ୟକ୍ରମ

Sunil Chandra Nayak

ସହିଦ ଦିବସ ଉପଲକ୍ଷେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଦୁଇ ମିନିଟର ନୀରବ ପ୍ରାର୍ଥନା ଅନୁଷ୍ଠିତ 

masiha

ନାବାଳିକା ଗଣଦୁଷ୍କର୍ମ କାରୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ବିଶାଳ ଆଦିବାସୀ ସମାବେଶ 

Leave a Comment

error: Content is protected !!