ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବାବା କ୍ଷେତ୍ରପାଳ କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ବାବା କ୍ଷେତ୍ରପାଳ କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ବସ୍ତା ୦୨/୦୧/୨୫- ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଆମ୍ବକୁଡ଼ୁଚି ଗ୍ରାମ ସ୍ଥିତ ବାବା କ୍ଷେତ୍ରପାଳ କ୍ଲବ ପକ୍ଷରୁ ୮ ଦିନ ଧରି ଚାଲି ଥିବା କ୍ରିକେଟ ଟୁନାମେଣ୍ଟ ଗତକାଲି ଉଦଯାପିତ ହୋଇ ଯାଇଅଛି । ଫାଇନାଲ ଖେଳରେ ପରସ୍ପରକୁ କାନ୍ଥି ଟାଇଟର ଏବଂ ଲଙ୍ଗଳେଶ୍ବର ଇଲେଭେନ ଭେଟି ଥିଲେ । ପ୍ରଥମ ଟସ୍ ଜିତି ଲଙ୍ଗଳେଶ୍ବର ବେଟିଙ୍ଗ୍ ନେଇ ୨୦ ଉଭର ୧୫୦ ରନ୍ କରିଥିଲା । ତା’ ପରେ କାନ୍ଥି ମାତ୍ର ୧୦ ଉଭରେ ୫ ଟି ଉଇକେଟ ହରାଇ ୧୫୧ ମେଚ କୁ ବିଜୟ ଲାଭ କରିଥିଲେ । ଗ୍ରାମ କମିଟିର ସଭାପତି ମାଧବ ଜେନା, ସମ୍ପାଦକ ବସନ୍ତ ବଡ଼ୁ, ଉପ ସଭାପତି ଉମେଶ ଜେନା, ବସନ୍ତ ଜେନା, ଅମର ଜେନା, ରାକେଶ ଜେନା ଓ ମୁଖ୍ୟ ଅତିଥି ବ୍ରଜମୋହନ ପ୍ରଥାନ ପ୍ରମୁଖ ଉପସ୍ଥିତ ଥିଲେ । ବିଜେତା ଦଳକୁ ନଗଦ ୮ ହଜାର ୫ ଶହ ଟଙ୍କା ଏବଂ ଟ୍ରଫି, ପରାଜିତ ଦଳକୁ ନଗଦ ୬ ହଜାର ୫ ଶହ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ସଭାପତି ଧରଣୀଧର ଦାସ, ସମ୍ପାଦକ ସନ୍ତୋଷ ଜେନା, ହରିଶ ଜେନା, ସୁଲିନ ବାରିକ, ସିତାରାମ ବେହେରା, ରାମଚନ୍ଦ୍ର ବାରିକ, ଗୋପାଳ ବଡୁ, ହିମାଂଶୁ ଜେନା, ଗଦାଧର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଜିଲା ଫୁଟବଲ ଦଳର ସାହାଣୀ କପ ନିମନ୍ତେ କଟକ ଗସ୍ତ

Sunil Chandra Nayak

ବଡ଼ବାଙ୍କି କପ୍ ପ୍ରଥମ ଟେନିସ ବଳ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ଜାପାନ ରେ ଅନୁଷ୍ଠିତ ଆନ୍ତର୍ଜାତିକ କରାଟେ ପ୍ରତିଯୋଗିତାର ପଦକ ବିଜେତା ଙ୍କୁ ସମ୍ବର୍ଦ୍ଧନା ସମାରୋହ ଓ ଦିନିକିଆ ଆତ୍ମରକ୍ଷା ତାଲିମ ସେମିନାର   

masiha

Leave a Comment

error: Content is protected !!