ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପୂର୍ଣ୍ଣ ଚନ୍ଦ୍ର ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା ଉଦଯାପିତ

ପୂର୍ଣ୍ଣ ଚନ୍ଦ୍ର ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା ଉଦଯାପିତ

ନର୍ଲା ଡଙ୍ଗରତଳ ପଡା ଫୁଟବଲ ଟିମ୍ ଓ ମାଆ ମଉଳି କ୍ଲବ ଆନୁକୁଲ୍ୟରେ ତୃତୀୟ ପୂର୍ଣ୍ଣଚନ୍ଦ୍ରମାଝୀ ସ୍ମାରକୀ ଏକଦିବସୀୟ ଫୁଟବଲ ପ୍ରତିଯୋଗୀତା ନର୍ଲା ର ଡଙ୍ଗର ତଳ ପଡା ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଛା ବଛା ୮ଟି ଦଳ ଅଂଶ ଗ୍ରହଣ କରିଥଲେ । ଅବସର ପ୍ରାପ୍ତ ଶିକ୍ଷକ ସରୋଜ ଚାନ୍ଦ ଖେଳ ଉଦଘାଟନ କରିଥିବା ବେଳେ ନିରନ ମାଝୀ ସହଯୋଗ କରିଥିଲେ। “କ” ବିଭାଗ ରେ ଟକର୍ଲା ଓ ନର୍ଲା,”ଖ” ବିଭାଗ ରେ ରାଜାପଡା ଫୁଟବଲ୍ ଦଳ ସହ ଘରୋଇ ଡଙ୍ଗରତଳ ପଡା ମଧ୍ୟରେ ସେମି ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଟକର୍ଲା କୁ ହରାଇ ନର୍ଲା ଫୁଟବଲ୍ ଟିମ୍ ଓ ଡଙ୍ଗର ତଳ ପଡା କୁ ହରାଇ ରାଜାପଡା ଦଳ ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲେ ଉଭୟ ଙ୍କ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଫାଇନାଲ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ପାରିନଥିଲେ ତେଣୁ ଟ୍ରାଇବେକର ପଦ୍ଧତି ଅବଲମ୍ବନ କରାଗଲା, ଏଥିରେ ରାଜାପଡା ଦଳ ନର୍ଲା କୁ ୩-୨ ଗୋଲ ରେ ପରାସ୍ତ କରି ଦ୍ଵିତୀୟ ଥର ପାଇଁ ଚାମ୍ପିଅନ ହୋଇଥିଲା। ଫାଇନାଲ ଖେଳ ରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି (ମୁନା) ମୂଖ୍ୟ ଅତିଥି ଭାବରେ, ସମ୍ମାନୀତ ଅତିଥି ଭାବରେ ସର୍ଗିଗୁଡ଼ା ସମିତି ସଭ୍ୟ ଚିରଞ୍ଜିବୀ ଗୌଡ଼ିଆ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ଶାନ୍ତପୁର ସମିତି ସଭ୍ୟ ଜୟ ମେହେର ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବାସହ ଡଙ୍ଗର ତଳ ପଡା ଫୁଟବଲ ପଡ଼ିଆ ର ଉନ୍ନତୀ ପାଇଁ ବ୍ଲକ୍ ତରଫରୁ କିମ୍ୱା mla ଲେଡ ରୁ ହେଉ ଦଶ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଓ ଉଭୟ ଦଳ କୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ ।ରେଫରି ଭାବରେ ମୁଖ୍ୟମନ୍ତ୍ରୀ କ୍ରୀଡା ଶିକ୍ଷକ ପୁରସ୍କାର ପାଇଥିବା ସଂତୋଷାନନ୍ଦ ନାଏକ , ସୁରେଶ ନାଏକ, ବିନୋଦ ହେର୍ଣ୍ଣା, ସରୋଜ ପଧାନ, ମୁକୁନ୍ଦ ନାଏକ ପ୍ରଭୃତି ଖେଳ ପରିଚାଳନା କରିଥିବାବେଳେ ବରିଷ୍ଠ କ୍ରୀଡା ଶିକ୍ଷକ ନାରାୟଣ ପଧାନ୍ ମ୍ୟାଚ ରେଫାରୀ ଥିଲେ। ପ୍ରତିଯୋଗୀତା ର ମୂଖ୍ୟ ଆକର୍ଷଣ ଥିଲେ କଳାହାଣ୍ଡି ଜିଲ୍ଲା ର ସୁନାମଧନ୍ୟ କ୍ରୀଡା ଉଦ୍ ଘୋଷକ ଶଶିକାନ୍ତ ମାଝୀ । ସେ ହିନ୍ଦି, ଇଂରାଜୀ, ଓଡ଼ିଆ, କଳାହାଣ୍ଡିଆ ଓ କନ୍ଧ ଭାଷା ରେ ତୁହାକୁତୁହା ଧାରାବିବରଣୀ ପ୍ରଦାନ କରି ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ। ପ୍ରତିଯୋଗୀତା ର ସମସ୍ତ ସହଜୋଗ କରିଥିଲେ ତ୍ରିଲୋଚନ ଗୌଡିଆ, କିଶୋର ମାଝୀ, ଲକ୍ଷ୍ମଣ ମାଝୀ, ମାଆ ମଉଳି କ୍ଲବ ସଭାପତି ଘାସିରାମ ସାହୁ , ସନ୍ତୋଷ ମାଝୀ, ସୁଦାମ ବେମାଲ, ସୁରେଶ ମାଝୀ ଓ ପ୍ରିୟବ୍ରତ ଚାନ୍ଦ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସ୍ତରୀୟ ବକ୍ସିଂ ଚମ୍ପିୟାନସିପରେ ରାୟଗଡାର କମାଲ, ଜିତିଲେ ୨ଟି ରୌପ୍ୟ, ୩ଟି କାଂସ୍ୟ ପଦକ

masiha

ଭବାନୀପାଟଣା ଠାରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ 

Sunil Chandra Nayak

ମା ଠାକୁରାଣୀ ନକ ଆଉଟ ଟୁର୍ଣ୍ଣ।ମେଣ୍ଟ ମେରିଆବନ୍ଦଲି ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!