ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ

ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ

ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା- ଧଅରପୁର ରାଜସ୍ୱ ନିରୀକ୍ଷକ ଅଧିନ ବିଭିନ୍ନ ଗ୍ରାମ ର ହିତାଧିକାରୀ ଙ୍କୁ ଘରଡିହ ପଟ୍ଟା ବଣ୍ଟନ କରଯାଇଛି।ବେହେରା ସ୍ଥିତ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିଥିଲେ। କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ,ଧର୍ମଗଡ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବେହେରା ଗ୍ରାମ ପଞ୍ଚାୟତ ସରପଞ୍ଚ କୁମୁଦିନି ଗଏନ୍ତା,ସମିତି ସଭ୍ୟ କିଶୋର ଗୋପାଳ, ଛଞ୍ଚାଣବାହାଲି ସରପଞ୍ଚ ପ୍ରୀତି ବେମାଲ,ଟେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଛଞ୍ଚାଣବାହାଲି ପଞ୍ଚାୟତ ବେହେରାଗୁଡା ଗ୍ରାମର ୨୮ଜଣ ହିତାଧିକାରୀ ଙ୍କୁ ୪ଡିସମିଲ ଘର ଡ଼ିହ ପଟ୍ଟା ମିଳିଥିବା ବେଳେ ବେହେରା ପଞ୍ଚାୟତ ବେହେରା ଗ୍ରାମର ୨୬ଜଣ,ଟେଣ୍ଡାପାଲି ପଞ୍ଚାୟତ ତେଣ୍ଡାପାଲି ଗ୍ରାମର ୧୦ଜଣ ଓ ଛତାଗହୀର ଗ୍ରାମର ୮ଜଣ ହିତାଧିକାରୀ ଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।ସରକାର ଘରଡ଼ିହ ନ ଥିବା ହିତାଧିକାରୀ ମାନଙ୍କୁ ବସୁନ୍ଧରା ଯୋଜନା ମାଧ୍ୟମରେ ଘର ଡିହ ବାବଦ କୁ ୪ଡିସମିଲ ଡିହ ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି।ହିତାଧିକାରୀ ମାନେ ପଟ୍ଟା ଗ୍ରହଣ କରି ବେଶ ଖୁସି ବ୍ୟକ୍ତ କରିଥିଲେ। ଗରିବ ଙ୍କ ହିତ ଦୃଷ୍ଟି ରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ଥିବା ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଏହି ଅବସରରେ ପ୍ରକାଶ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନିଆରା ଢଙ୍ଗରେ ଶାରଦା ଏକାଡେମୀ 2000 ବ୍ୟାଚ ର ବନ୍ଧୁ ମିଳନ

Sunil Chandra Nayak

ତେରେସିଂହାରେ କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ

Sunil Chandra Nayak

ମହିଳାଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟସ୍ଥଳ ନିମିତ୍ତେ POSH ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!