ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍.ଏସ୍.ଏସ୍ ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍‌ଯାପିତ

ଏନ୍.ଏସ୍.ଏସ୍ ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍‌ଯାପିତ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକସ୍ଥିତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ତରଫରୁ ଶୀତକାଳିନ ସ୍ଵତନ୍ତ୍ର ଶିବିର ଆଜି ଆନୁଷ୍ଠାନିକ ଭାବରେ ଉଦ‌ଯାପିତ ହୋଇଯାଇଛି I ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୁରଲିଧର ରଣା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରାର୍ଥୀଙ୍କୁ ସେବା ଯୋଜନାର ଅନେକ ଉପକାରିତା ବିଷୟରେ ଆଲୋକପାତ କରିଥିଲେ I ମୁଖ୍ୟବକ୍ତା ଭାବରେ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ ବାଗ ଶିବିରାର୍ଥୀଙ୍କୁ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଏବଂ ଉପାଦେୟତା ବିଷୟରେ ଉଦ‌ବୋଧନ ଦେଇଥିଲେ I ଉଦ୍‌ଯାପନୀ ଉତ୍ସବରେ ଜାତୀୟ ସେବା ଯୋଜନାର ଅଧିକାରୀ ଆଭାସ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଶିବିରରେ ୫୦ ଜଣ ସ୍ଵେଚ୍ଛାସେବୀ ଯୋଗଦାନ କରିବା ସହିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରେଣୀଗୃହ ତଥା ବାହ୍ୟ ପରିବେଶ ସଫାସୁତରା, ପୋଷ୍ୟଗ୍ରାମ ତେରେସିଂହାର ରାସ୍ତାକଡ ସଫାସୁତରା ଏବଂ ଗ୍ରାମରେ ଗ୍ୟାଲି ମଧ୍ୟ କରିଥିଲେ I ବିଦ୍ୟାଳୟର କନିଷ୍ଠ କିରାଣୀ ଦେବେନ୍ଦ୍ର ରଣା, ଡୋଳାମଣି ଗହୀର, ରାଧାମୋହନ ଗହୀର, ତପୋବନ୍ତ ଗହୀର ପ୍ରମୁଖ ସହଯୋଗ କରିଥିଲେ I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାଇରଙ୍ଗପୁର ଗୋଇନ୍ଦା ବିଭାଗର ସହକାରୀ କର୍ମଚାରୀ ବିଶ୍ଵଜିତ ଗିରି ଆର ପାରିରେ

masiha

ସରଗଡା ବନାଞ୍ଚଳରେ ୭୪ ତମ ବନମହୋତ୍ସବ 

ଆଦର୍ଶ ନାରୀ ପ୍ରତିଭା ଦମୟନ୍ତୀ ତ୍ରିପାଠୀଙ୍କ ଅକାଳ ବିୟୋଗରେ ଶୋକ 

Leave a Comment

error: Content is protected !!