ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେଗାସାହି ମିତ୍ତଲ କମ୍ପାନୀ ରାସ୍ତା ମରଣଯନ୍ତା; ମିତ୍ତଲ କମ୍ପାନୀ କୁ ରାସ୍ତା ମରାମତି ପାଇଁ ଗ୍ରାମବାସୀଙ୍କ ଦାବି

କୋଇଡା ବ୍ଳକ! ମାଦଳା ପଞ୍ଚାୟତ 

ସେଗାସାହି ମିତ୍ତଲ କମ୍ପାନୀ ରାସ୍ତା ମରଣଯନ୍ତା; ମିତ୍ତଲ କମ୍ପାନୀ କୁ ରାସ୍ତା ମରାମତି ପାଇଁ ଗ୍ରାମବାସୀଙ୍କ ଦାବି

କୋଇଡା –   ସୁନ୍ଦରଗଡ ଜିଲ୍ଲାର କୋଇଡା ଖଣି ଅଞ୍ଚଳର ବଡ଼ବଡ଼ ଲୌହଖଣି କମ୍ପାନୀ ଖନନ କାର୍ଯ୍ୟ କରୁଛନ୍ତି ।ଖଣି ଲିଜ ସମୟରେ ଖଣି କମ୍ପାନୀ ମାନେ ଆଣି ଅଂଚଳର ବିକାଶ ତଥା ରାସ୍ତା, ଗମନାଗମନ , ସ୍ଵାସ୍ଥ୍ୟ, ଶିକ୍ଷା, ବିଜୁଳି ପାନୀୟ, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଉପରେ ପାହାଡ଼ ଭଳି ବହୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ଖଣି ଖନନ ହାତେଇ ନେଇଥାନ୍ତି । କିନ୍ତୁ ଖଣି ଖନନ ଷ୍ଟିଲ ପ୍ଲାଣ୍ଟ ବସାଇବା କହି କାମ ହାତେଇ ନେଲାପରେ ନିଜ ପ୍ରତିଶ୍ରୁତି କୁ ଫୁ କରି ଖନନ କରି ମାଲେମାଲ ହେଉଛନ୍ତି । ସ୍ଥାନୀୟ ଅଂଚଳର ମୌଳିକ ସମସ୍ୟା ପ୍ରତି ଗୁରୁତ୍ବ ଦେଉ ନାହାନ୍ତି । ଯାହାକୁ ନେଇ ଅଂଚଳବାସୀ ଖଣି କମ୍ପାନୀ ଉପରେ ଅସନ୍ତୋଷ ଛାଡୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି କୋଇଡା ବ୍ଳକର ମାଳଦା ପଞ୍ଚାୟତ ର ସେଗାସାହି ଗ୍ରାମ୍ୟ ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା।ଏହି ରାସ୍ତା କଡ଼ରେ ଅଶେଲ ମିତ୍ତଲ କମ୍ପାନୀ ଅବସ୍ଥିତ । ଏହି ରାସ୍ତାରେ ମାନ୍ଦା ପଞ୍ଚାୟତ ର କଲମଙ୍ଗ,ଗେଣ୍ଡାରଗଡା,ସେଗାସାହି,କାନୁସାହି,ଶଙ୍ଖପଳାର ହଜାର ହଜାର ଲୋକେ ଦୈନ।ଦିନ କୋଇଡା ବଜାର,ସ୍କୁଲ,କଲେଜ, ଡାକ୍ତରଖାନା,ବ୍ଳକ ଏବଂ ବସଷ୍ଟାଣ୍ଡ କୁ ଦୂର ଦୂରାନ୍ତକୁ ଯିବାଆସିବା ନିର୍ଭର କରିଥାନ୍ତି ।ଶହ ଶହ ପରିବହନ ଗାଡ଼ି ଚାଲିବା ଯୋଗୁଁ ରାସ୍ତା ଖାଲ ଖମାଲ ଭର୍ତ୍ତି ହୋଇଯାଇଛି । ରାସ୍ତାରେ ଆଣ୍ଠୁରେ ଆଣ୍ଠୁରେ ପାଣି ।ଲୋକେ ସାଇକେଲ, ବାଇକ୍,ସ୍କୁଟି ଲଘୁଯାନ ନେଇ ଗଲାବେଳେ ନାନା ହଇରାଣ ହରକତ ହେଉଛନ୍ତି ।ପ୍ରସୂତି ମହିଳା,ସ୍କୁଲ,କଲେଜ ଛାତ୍ର ଛାତ୍ରୀ,ଛୋଟ ଛୋଟ ବ୍ୟବସାୟୀମାନେ ଗମନା ଗମନ ରେ ହନ୍ତସନ୍ତ ହେଉଛନ୍ତି । ରାସ୍ତାରେ ଗଲାବେଳେ ଖାଲଖମାର ଯୋଗୁଁ ଛୋଟ ବଡ଼ ଦୁର୍ଘଟଣାରେ ଶିକାର ହେଉଛନ୍ତି ।ରାସ୍ତା ମରାମତି କରୁ ନାହିଁ ମିତ୍ତଲ କମ୍ପାନୀ । ଗ୍ରୀଷ୍ମ ଦିନେ ଏଭଳି ଅବସ୍ଥା ବାକି ବର୍ଷା ଋତୁରେ ହାଲ ଵେହାଲ ହେବ ।ତେଣୁ ଅଶେଲ ମିତ୍ତଲ କମ୍ପାନୀ ସମେତ, ସ୍ଥାନୀୟ ନେତୃବୃନ୍ଦ,ବ୍ଳକ ପ୍ରଶାସନ ସ୍ଥାୟୀ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଧ୍ୟାନ ଦେବାପାଇଁ ଅଂଚଳବାସୀ ଦାବି କରୁଛନ୍ତି ନଚେତ ଆଗକୁ ଆନ୍ଦୋଳନ ହେବା ସୁନିଶ୍ଚିତ ବୋଲି କୁହାକୁହି ହେଉଛନ୍ତି ।ତଦସହ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଜଳିବା, ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇବା ଏବଂ ସ୍ଥାନୀୟ ଯୁବକମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଖଣି କାମରେ ନିଯୁକ୍ତି ଦେବା ପାଇଁ ଅଶେଲ ମିତ୍ତଲ କମ୍ପାନୀ ଜନଶୁଣାଣୀ ରେ ଦେଇଥିବା ପ୍ରତିଶ୍ରୁତି ପାଇଁ ଧ୍ୟାନ ଦେବା ଦରକାର ବୋଲି ଯୁବଗୋଷ୍ଠୀ କହୁଛନ୍ତି ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସରସ୍ବତୀ ଶିଶୁ ମନ୍ଦିର ବଡ଼ବିଲର ଗୌରବମୟ ସଫଳତା ଶିକ୍ଷାବର୍ଷ

Sunil Chandra Nayak

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ 

masiha

Leave a Comment

error: Content is protected !!