ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା 

ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା 

ଡାବୁଗାଁ, ୬/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ରେଲି ସାହି ଠାରେ ସୋମବାର ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି | ସୋମବାର ସକାଳୁ ମାଙ୍କ ବିଭିନ୍ନ ରୀତିନୀତି ଅନୁଯାଇ ପୂଜା ଆରମ୍ଭ ହୋଇଯାଇଛି | ଏଥିରେ ରଞ୍ଜିତ କୁମାର ଘରାଇ କର୍ତ୍ତା ଭାବେ ଦାୟିତ୍ଵ ରେ ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ଚୈତନ ଦାସ ମାଁ ଙ୍କ ସମେତ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ପ୍ରଶାନ୍ତ ପାଣିଗ୍ରାହୀ ପ୍ରମୁଖ ପୂଜା କରିଥିଲେ | ଏଥିରେ ମା ଗଜଲକ୍ଷ୍ମୀ ପୂଜା କମିଟିର କେଶବ ରେଲି, ଜଗନ୍ନାଥ ରେଲି, ଲବ ରେଲି, ପାପନ୍ନା ରେଲି, ସୁରେନ୍ଦ୍ର ରେଲି, ରାଜୁ ରେଲି, ଶୋଭା ରେଲି, ଗୋପୀ ରେଲି, ସୁଦର୍ଶନ ରେଲି, ଶଶୀ ରେଲି, ଜିତୁ ରେଲି ରବଣା ରେଲି ଓ ଅନ୍ୟ ମାନେ ପରିଚାଳନା କରୁଛନ୍ତି | ଆସନ୍ତା ୧୫ ତାରିଖ ବୁଧବାର ମାଁ ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହେବ | ଏହାସହ ଡ଼ାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅଧୀନ ଚଲାଣଗୁଡା ଠାରେ ସୋମବାର ରେ ପୂଜା ଆରମ୍ଭ ହୋଇଯାଇଛି। ସୋମବାର ସକାଳୁ ନଦୀ ରୁ କଳସ ଆଣି ମା ଗଜଲକ୍ଷ୍ମୀ ଙ୍କ ରୀତିନୀତି ରେ ପୂଜା ଆରମ୍ଭ ହୋଇଥିଲା । ଖଗପତି କଲାର, ଶିବ ଭତ୍ରା, ଭଗବାନ ବଞ୍ଜରା ଓ ସାମ କୁମ୍ଭାର ପ୍ରମୁଖ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲେ। ମୁଖ୍ୟ ପୂଜକ ଭାବେ ଉମାକାନ୍ତ ମିଶ୍ର ରହି ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଆଜିଠାରୁ ମା ଗଜଲକ୍ଷ୍ମୀ ପୂଜାମଣ୍ଡପ ରେ ୭ ଦିନ ପୂଜା ପାଇବେ । ମା ଗଜଲକ୍ଷ୍ମୀ ଙ୍କ ଆଗମନ ରେ ସମସ୍ତ ଙ୍କ ମୋନରେ ଆନନ୍ଦ ର ଭାବା ବେଗ ଭରି ହୋଇଛି। ଏଥିରେ ମାଁ ଗଜଲକ୍ଷ୍ମୀ ପୂଜା କମିଟି ଡମ୍ବରୁ ଧର ଭତ୍ରା, ରଘୁନାଥ ନାୟକ, ପଦଲାମ ଭତ୍ରା ,ଗବର୍ କଲାର, ଜଗନ୍ନାଥ କୁମ୍ଭାର, ଭାଗୀରତି କୁମ୍ଭାର, ଭଗତ ବଞ୍ଜରା, ରୁପଧର କଲାର, ଚୈତନ୍ୟ ପୂଜାରୀ, ଚମରା କୁମ୍ଭାର, ଚିତ୍ର କୁମ୍ଭାର, ନରସିଂହ କୁମ୍ଭାର, ଡୁମର ପାଇକ, ଯୁଧେଷ୍ଟି ବଞ୍ଜରା ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବଦଦିନ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗମପେନୁର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

masiha

୪୨ ମୌଜା ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!