ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟ ର ପାଞ୍ଚ ଛାତ୍ରୀ ଜାତୀୟ କ୍ରୀଡ଼ା ସମ୍ମିଳନୀ ପାଇଁ ମନୋନୀତ

ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟ ର ପାଞ୍ଚ ଛାତ୍ରୀ ଜାତୀୟ କ୍ରୀଡ଼ା ସମ୍ମିଳନୀ ପାଇଁ ମନୋନୀତ

କ୍ରିକେଟ ରେ ଭୁବନେଶ୍ୱର ରିଜନ ପାଇଁ କରିବେ ପ୍ରତିନିଧିତ୍ଵ….

କେନ୍ଦ୍ରୀୟ ବିଦ୍ୟାଳୟ ଧର୍ମଗଡ ଅଧ୍ୟୟନ କରୁଥିବା ୫ ଜଣୀ ଛାତ୍ରୀ ୨୦୨୫ ମସିହାରେ ଆୟୋଜିତ କେଭିଏସ୍ ନ୍ୟାସନାଲ୍ କ୍ରିକେଟ୍ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି । ଏହି ପ୍ରତିଯୋଗିତା ୭ ଅକ୍ଟୋବର ରୁ ୧୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଦ୍ୟାଳୟ, ଦିଲ୍ଲୀ କ୍ୟାଣ୍ଟ୍ ନଂ–୧, ଦିଲ୍ଲୀଠାରେ ଆୟୋଜିତ ହେବ ।ଏହି କ୍ରୀଡା ପ୍ରତିଯୋଗିତା ରେ ୧୭ ବର୍ଷ ରୁ କମ ବୟସ ବାଳିକା ବିଭାଗ ପାଇଁ ଧର୍ମଗଡ କେନ୍ଦ୍ରିୟ ବିଦ୍ୟାଳୟର ଏକାଦଶ ଶ୍ରେଣୀ ଛାତ୍ରୀ କୃତିକା ଠାକୁର , ନବମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞା ନାୟକ , ଓମ ପ୍ରିୟା ସିକା, ଓ ସାନଭି ପ୍ରଜ୍ଞା ରାଉତ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରୀ ଡୋଲେଶ୍ୱରୀ ମାଝି ମନୋନୀତ ହୋଇ ଛନ୍ତି । ସମସ୍ତେ ଭୁବନେଶ୍ୱର ଅଞ୍ଚଳ (ରିଜନ)ପକ୍ଷରୁ ପ୍ରତିନିଧିତ୍ଵ କରିବେ ବୋଲି ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ନୀତିନ ମାନ ସୂଚନା ଦେଇଛନ୍ତି । 

ସୂଚନା ଯେ’ ୨୦୨୫-୨୬ ମସିହା ପାଇଁ ଦିଲ୍ଲୀଠାରେ ଆସନ୍ତା ଅକ୍ଟୋବର ୭ଠାରୁ ୧୧ ପର୍ଯ୍ୟନ୍ତ ଜାତୀୟ କ୍ରୀଡ଼ା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। କ୍ରିକେଟ୍‌ରେ ଅଲ୍ ଓଡ଼ିଶା କେନ୍ଦ୍ରୀୟ ବିଦ୍ୟାଳୟ, ଭୁବନେଶ୍ବର ଟିମ୍‌ନ୍ତେ ନୋନୀତ ହେବା ଖବର ପରେ ଅଭିଭାବକ ମହଲ ରେ ଖୁସିର ଲହରୀ ଖେଳି ଯାଇଛି। ବିଦ୍ୟାଳୟ ର ଅଧକ୍ଷ ବିଜୟ ଭର୍ସନେ ଛାତ୍ରୀ ଙ୍କ ସଫଳତା କାମନା କରିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାହାଣୀ କପ ଫୁଟବଲ କ୍ରୀଡ଼ା ନିମନ୍ତେ ଖେଳାଳି ଚୟନ କାର୍ଯ୍ୟକ୍ରମ

Sunil Chandra Nayak

ତାଈକୋଣ୍ଡ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଛଅ ଗୋଟି ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା ପାଇଁ ଗୈାରବ ଆଣିଲେ ପ୍ରତିଯୋଗୀ

masiha

କଣ୍ଟାବାଞ୍ଜି ପ୍ରିମିୟର ଲିଗ୍: ପ୍ରଭାତ କ୍ଲବ ଫାଇନାଲରେ ପ୍ରବେଶ 

masiha

Leave a Comment

error: Content is protected !!