ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorizedଆଞ୍ଚଳିକ

ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ଯୋଗେଇ ଦେଲେ ଚାନ୍ଦବାଲି ବିକାଶ ପରିଷଦ

ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ଯୋଗେଇ ଦେଲେ ଚାନ୍ଦବାଲି ବିକାଶ ପରିଷଦ

ଭଦ୍ରକ:  ଭଦ୍ରକ ଜିଲ୍ଲା ଉତୁକୁଡା ପଞ୍ଚାୟତ ବହୁ ଗ୍ରାମର ସୁରେନ୍ଦ୍ର ମଲ୍ଲିକ ଙ୍କ ଘରେ ଗତ ମାସ ପଚିଶି ତାରିଖରେ ଗ୍ୟାସ ଲିକେଜ ରୁ ଅଗ୍ନି କାଣ୍ଡ ଘଟି ଘରର ସମ୍ପୂଣ ଆସବା ବ ପତ୍ର ଜଳି ପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ଓଡ଼ିଶାର ଅଗ୍ରଣୀ ସମାଜସେବୀ ସଂଗଠନ ଚାନ୍ଦବାଲି ବିକାଶ ପରିଷଦ ଭୁବନେଶ୍ୱର ସହାୟତାର ହାତ ବଢ଼ାଇଛି । ବିକାଶ ପରିଷଦର ଉପଦେଷ୍ଟା ଶ୍ରୀଯୁକ୍ତ ବଂଶୀଧର ଭୋଇ, ସଭାପତି ଶ୍ରୀଯୁକ୍ତ ନିରୋଦ କୁମାର ରାଉତ, ସମ୍ପାଦକ ଶ୍ରୀଯୁକ୍ତ ମହେଶ୍ୱର ବଳ, ଡ଼.ଦିଲ୍ଲୀପ କୁମାର ମହାନ୍ତି, ଡ଼.ସନ୍ତୋଷ କୁମାର ବେହେରା, ରିତାଞ୍ଜଳୀ ସାହୁ,ସଭ୍ୟ ଦେବେନ୍ଦ୍ର କୁମାର ବିଶ୍ୱାଳ, ଶଙ୍କର୍ଷଣ ପରିଡା, ଚିନ୍ମୟ ସ୍ୱାଇଁ, ଆଶିଷ କୁମାର ସ୍ୱାଇଁ, ସୁବାସ ଚନ୍ଦ୍ର ନାୟକ,ମୃତ୍ୟୁଞ୍ଜୟ ନାୟକ, କ୍ଷୀରୋଦ ନାୟକ, ପ୍ରଶାନ୍ତ ନାୟକ, ସୁଶାନ୍ତ ବେହେରା , ପ୍ରହଲ୍ଲାଦ ସାହୁ, ମହେନ୍ଦ୍ର ସୁତାର,ରବୀନ୍ଦ୍ର ଲେଙ୍କା,ଚିରାଗ ବାବୁ, ଅକ୍ଷୟ ଦତ୍ତ, ସୁଶାନ୍ତ, ବିଲ୍ଲୁ, ସୁରେନ୍ଦ୍ର ସୁତାର,ସମୀର ଘଡେ଼ଇ,ମାଗୁଣି ରାଉତ, ରାଜୀବ ରାଉତ, ସୁଶାନ୍ତ ମଲ୍ଲିକ, ଲକ୍ଷ୍ମୀକାନ୍ତ ବିଶ୍ଵାଳ, ଗଣେଶ ମଲ୍ଲିକ, ମୁକ୍ତି ପ୍ରକାଶ ବଳ ପ୍ରମୁଖ ଉପସ୍ଥିତି ଥିଲେ।ଏହି ଅବସରରେ ବିପନ ପରିବାରଙ୍କୁ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି l ସେହି ଗ୍ରାମର , ଗ୍ରାମବାସୀ ଓ ବୁଦ୍ଧିଜୀବୀ ମାନେ ସଙ୍ଗଠନ କୁ ଧନ୍ୟବାଦ ଜଣାଇଛନ୍ତି l ସଂଗଠନ ତରଫରୁ ଏଭଳି ଦୁଦିନ ସମୟରେ ସୁରେନ୍ଦ୍ରଙ୍କୁ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି କହିଥିଲେ । ସଙ୍ଗଠନର ଉପସଭାପତି ଗୌରହରୀ ନାୟକ କହିଛନ୍ତି ଚାନ୍ଦବାଲି ବିକାଶ ପରିଷଦ ଲୋକମାନଙ୍କ ପାଇଁ ସେବାର ମନବୃତି ରଖିଆସିଛିl।ସପୁକ୍ତ ଅଞ୍ଚଳର ଅନ୍ୟ ସଂଗଠନ ଓ ସମାଜସେବୀ ସେହିଭଳି ମନଭାବ ରଖି ବିକାଶ ସହିତ ଯୋଡିହୋଇ ଆଗକୁ ଆସନ୍ତୁ ବୋଲି ଶ୍ରୀ ନାୟକ କହିଥିଲେ l ଚାନ୍ଦବାଲିର ଉନ୍ନତି ପାଇଁ ଆମେ ଚାନ୍ଦବାଲିଆ ଏକ ହେବା ସେବା କାର୍ଯ୍ୟ କୁ ଆଗକୁ ନେବା ସ୍ଳୋଗାନ ଦେଇଥଲେ କର୍ମକର୍ତ୍ତା ମାନେ।

 ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ମିଶନ ଶକ୍ତି ଜିଲ୍ଲା ସଭାନେତ୍ରୀ ଙ୍କ ଦୁବାଇ ଗସ୍ତ ପୂର୍ବରୁ ଶୁଭେଚ୍ଛା ର ସୁଅ

ପଦ୍ମ ଶ୍ରୀ କମଳା ପୂଜାରୀଙ୍କ ପରଲୋକ 

masiha

ଜନଶୁଣାଣୀରେ ୬୪ ଅଭିଯୋଗର ହେଲା ଶୁଣାଣୀ 

masiha

Leave a Comment

error: Content is protected !!