ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାଙ୍କ ଗହଣରେ ନୁତନ ବର୍ଷ ପାଳନ କଲେ ଜିଲ୍ଲାପାଳ କଳାହାଣ୍ଡି

ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାଙ୍କ ଗହଣରେ ନୁତନ ବର୍ଷ ପାଳନ କଲେ ଜିଲ୍ଲାପାଳ କଳାହାଣ୍ଡି

ଭବାନୀପାଟଣା: ତା 01.01.2025-  2024 ବର୍ଷ କୁ ବିଦାୟ ତଥା ନୂଆ ଆଶା ଓ ଅଭିଳାଷ କୁ ନେଇ ସୁନେଲି ସ୍ବପ୍ନ ଦେଖୁଥିବା ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା କୁନି କୁନି ଶିଶୁ ମାନଙ୍କ ସହିତ କିଛି ମୁହୂର୍ତ୍ତ କଟେଇବା ଓ ନୂତନ ବର୍ଷ 2025 କୁ ସ୍ଵାଗତ ଜଣାଇବା ଉଦ୍ଦେଶ୍ୟ ରେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଏବଂ ଜିଲ୍ଲା ର ଅନ୍ୟ ଅଧିକାରୀ ମାନେ ଆଜି ନୂଆବର୍ଷ ର ପ୍ରଥମ ସକାଳ ରେ ଉପସ୍ଥିତ ହୋଇଥିଲେ ଭବାନୀପାଟଣା ସ୍ଥିତ ନେହେରୁ ସେବା ସଂଘ ଓ ବାଳଗୋପାଳ ସେବା ନିକେତନ ରେ।

ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଅନ୍ତେବାସୀ ଓ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କୁ ନବ ବର୍ଷ ର ଶୁଭେଚ୍ଛା ଜଣାଇବା ସହିତ ପିଲାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ, ପିଲାମାନେ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ଆହ୍ଵାନ ଦେଇଥିଲେ ଏବଂ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ନବବର୍ଷ ରେ ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାଙ୍କ ସହିତ ନିଜର ବହୁମୂଲ୍ୟ ସମୟ ଦେଇ ତାଙ୍କୁ ଉତ୍ସାହିତ କରିଥିବାରୁ ଏହି ଦୁଇଟି ଅନୁଷ୍ଠାନ ର କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ଧନ୍ୟବାଦ ଜଣାଇଥିଲେ। ଏଥିରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ତନ୍ମୟ କୁମାର ଦରୱାନ, ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ରୁପେଶ କୁମାର ହୋତା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ଅନ୍ୟ କର୍ମକର୍ତ୍ତା ଅଂଶୁମାନ ବାବୁ ଓ ରାଜଲକ୍ଷ୍ମୀ ଦାସ ପ୍ରମୁଖ ଯୋଗଦେଇଥିଲେ। ଅତିରିକ୍ତ ଜିଲାପାଳ ଶ୍ରୀ ଦରୱାନ ସମସ୍ତଙ୍କୁ ନବର୍ଷର ର ଶୁଭେଛା ଜଣାଇବା ସହିତ ପିଲାମାନେ ଭଲ ପାଠ ପଢି ଗୁରୁଜନଙ୍କ କଥା ମାନି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଟିକୁ ବାଲ ଗୋପାଳ ସେବାନିକେତନ ର ପ୍ରତିଷ୍ଠାତା ହେମନ୍ତ ମୁଣ୍ଡ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ପରିଚାଳନା କରିଥିଲେ। 

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ଆକାଂକ୍ଷା ବ୍ଲକ ତେନ୍ତୁଳିଖୁଣ୍ଟି ରେ ସଂପୂର୍ଣ୍ଣତା ଅଭିଯାନ ଉନ୍ମୋଚିତ

masiha

ସମ୍ବର୍ଦ୍ଧିତ ହେଲେ ସମାଜସେବୀ ଭରତ ବାଇ 

Sunil Chandra Nayak

ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧ

Sunil Chandra Nayak

Leave a Comment

error: Content is protected !!