ଅବସର କାଳୀନ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ସଭା
ସିନାପାଲି, ୧ ଜୁଲାଇ:(ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ ) ସିନାପାଲି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମପଞ୍ଚାୟତର ନୂଆପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାର୍ଚନ ଭୋଇ ଦୀର୍ଘ ୩୮ ବର୍ଷର ସଫଳ ଶିକ୍ଷକତା ଜୀବନ ଶେଷ କରି ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଭରୁଆମୁଣ୍ଡା କ୍ଲଷ୍ଟର ପକ୍ଷରୁ ତାଙ୍କୁ ଏକ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।
ଶ୍ରୀ ଭୋଇ ନିଜ ଶିକ୍ଷକତା ଜୀବନ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବଡ଼ ଛତ୍ରଙ୍ଗ ପଞ୍ଚାୟତରୁ ଆରମ୍ଭ କରିଥିଲେ। ପରେ ସେ ବିଭିନ୍ନ ବିଦ୍ୟାଳୟରେ ଦକ୍ଷତାର ସହ କାର୍ଯ୍ୟ କରି ଶେଷରେ ନୂଆପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ରହି ଅବସର ଗ୍ରହଣ କରିଛନ୍ତି।ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପାତିଆଲପଡା ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଧାରୀ ମେହେର, ସଦାନନ୍ଦ ଜାନି, କୋକିଳ ସୁନାନୀ ଓ ନୀଳମଣି ମାଝୀ ମଞ୍ଚାସୀନ ଥିଲେ। ସ୍ୱାଗତ ଭାଷଣ ନୀଳମଣି ମାଝୀ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମକୁ ଅରବିନ୍ଦ ମେହେର, ବିପିନ ବାଗ, ଲିଙ୍ଗରାଜ ନାଗ, ସୁଶାନ୍ତ ସିଂ ଦଣ୍ଡସେନା, ସଞ୍ଜୟ ମାଝୀ, ସୁବାଷ ଚନ୍ଦ୍ର ଦୀପ ଓ ହରିହର ମେହେର ପ୍ରମୁଖ ସହଯୋଗ କରିଥିଲେ।
ସମ୍ବର୍ଦ୍ଧନା ସଭା ଶେଷରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶ୍ରୀ ଭୋଇଙ୍କୁ ସମ୍ମାନର ସହ ତାଙ୍କ ବାସଭବନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ସେଠାରେ ତାଙ୍କ ପରିବାର, ବନ୍ଧୁବାନ୍ଧବ ଓ ପରିଜନମାନେ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ଶେଷରେ କୋକିଳ ସୁନାନୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ କରିଥିଲେ।

