ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ଛଅ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା 

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ଛଅ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା 

ଆସିକା, ୧/୭/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ଅଞ୍ଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଏଠାରେ ଶିକ୍ଷାଦାନ ରେ ନିୟୋଜିତ ଥାଇ ଅନ୍ୟତ୍ର ବଦଳି ହେବାପରେ ପ୍ରଧାନ ଶିକ୍ଷକ ଙ୍କ ସମେତ ଛଅ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୱେତାଲି ପାତ୍ର ଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ,ବିଦାୟୀ ଶିକ୍ଷକ ବିଧୁ ଭୂଷଣ ରାଉତ,ଗଣପତି ଗମାଙ୍ଗ, ଅଜିତ ନାୟକ,ଗୀତାଞ୍ଜଳି ସାହୁ,ପାର୍ବତୀ ମୁଣ୍ଡାରି ଙ୍କୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶିକ୍ଷକ ସୁରେଶ କୁମାର ପାତ୍ର ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଏସ ଏମ ସି ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ ଯୋଗଦେଇ ବିଦାୟୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବିଦ୍ୟାଳୟ ପ୍ରତି ରହିଥିବା ନିଷ୍ଠା,କର୍ତ୍ତବ୍ୟ ପରାୟଣତା,ସମୟାନୁ ବର୍ତ୍ତିତା ଓ ଛାତ୍ର ବତ୍ସଳ ଗୁଣ ର ଭୂରୀୟସି ପ୍ରଶଂସା କରିଥିଲେ। ଉପସ୍ଥିତ ଛାତ୍ର ଛାତ୍ରୀ ମାନେ ଗୁରୁବନ୍ଦନା ସହ ଅମାୟିକ ଗୁଣ, ଶିକ୍ଷାଦାନ ରେ ସରଳୀକରଣ ପଦ୍ଧତି ଅବଲମ୍ବନ ଓ ସହଯୋଗୀ ମନୋଭାବ ପୋଷଣ ଉପରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସୁନୀଲ କୁମାର ସାହୁ, ବିରୂପାକ୍ଷ ପଣ୍ଡା,ଅନିଲ ନାୟକ,ସୁନୀତା ପଣ୍ଡା, ପ୍ରୀତି ପ୍ରିୟା ପାଣିଗ୍ରାହୀ,ସରିତା ବାରିକ,ଶିବାନୀ ଗୌଡ,ସୁପର୍ଣ୍ଣା ପ୍ରଧାନ, ଦମୟନ୍ତୀ ଦାସ ଉପସ୍ଥିତ ରହିଥିବା ବେଳେ ଜ୍ୟୋତି ରଞ୍ଜନ ଦାସ ଓ ନର୍ମଦା ପୃଷ୍ଟି ଏଥିରେ ସହଯୋଗ ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଏହି ବିଦ୍ୟାଳୟରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ 322 ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏକ କାଳୀନ ଛଅ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବିଦାୟ ନେଇଥିବାରୁ ତୁରନ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଅଭିଭାବକ ମାନେ ଦାବୀ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଧରାକୋଟ ବନପାଳ ଲାଜୁ ସବର,ବନରକ୍ଷୀ ରାକେଶ ପରିଡ଼ା ଓ ରଶ୍ମିତା ଚୌଧୁରୀ ଙ୍କ ସହଯୋଗରେ ବୃକ୍ଷ ରୋପଣ କରାଯାଇଥିଲା।

Related posts

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ନୂଆପଡ଼ା ଗସ୍ତ

Sunil Chandra Nayak

ଓଡିଶା ସରକାରଙ୍କ ଷ୍ଟାଡିଂ କମିଟି-VIIIଙ୍କ ରାୟଗଡ ଜିଲ୍ଲା ଗସ୍ତ l “ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପରିଦର୍ଶନ ଓ ସମୀକ୍ଷା” 

masiha

ହିନ୍ଦୋକ ବନ ବିଭାଗର ଖାମ ଖିଆଲି ମନୋଭାବ ଯୋଗୁଁ ହାତୀ ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା

Sunil Chandra Nayak

Leave a Comment

error: Content is protected !!