ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

 ମୟୂରଭଞ୍ଜ – ୪/୬ (ମସିହା) ବିଶୋଇ ଥାନା ଅନ୍ତର୍ଗତ ଜାମ୍ବିଲା ଗ୍ରାମର ଜନୈକ ଯୁବକ ଆଜି ସକାଳ ୭ ଟା ସମୟରେ ବିଦ୍ୟୁତ ସ୍ପର୍ଶରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ରବିବାର ସକାଳ ସାତଟା ସମୟରେ ଦାବିଲା ଗ୍ରାମର‌ ଶରତ ନାୟକଙ୍କ ୨୪ ବର୍ଷର ପୁଅ ହେମନ୍ତ ନାୟକ ପୁଅ ହେମନ୍ତ ନାୟକ ନିଜ ଘର ଭିତରେ ବିଦ୍ୟୁତ ମରାମତି କରୁଥିବା ସମୟରେ କୌଣସି କାରଣରୁ ବିଦ୍ୟୁତ ସ୍ପର୍ଶରେ ତଳେ ପଡ଼ିଯାଇଥିଲା।ପରେ ତା ମା, ପୁଅର ଅବସ୍ଥା ଦେଖି ପାଟି କରିଥିଲା।ପାଟି ଶୁଣି ପଡୋଶି ଲୋକେ ଦୌଡ଼ି ଆସି ମୂଖ୍ୟ ବିଦ୍ୟୁତ୍ ସଂଯୋଗକୁ କାଟି ହେମନ୍ତକୁ ଉଦ୍ଧାର କରି ସ୍ଥାନୀୟ ମଣଦା ମେଡ଼ିକାଲକୁ ନେଇ ଯାଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଉକ୍ତ ଘଟଣାକୁ ଆଧାର କରି ବିଶୋଇ ଥାନା ଅଧିକାରିଣୀ ମିନି ଭୋଈ ବିଶୋଇ ଥାନା କେଶ୍ ନମ୍ବର ୧୦/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ତେବେ ଏ ନେଇ ଗ୍ରାମ ବାସୀ ଟାଟା ପାଓ୍ଵାରକୁ ଇଙ୍ଗିତ କରିବା ସହିତ ବୁଢା ବାପା ମା ର ଏକମାତ୍ର ରୋଜଗାର କ୍ଷମ ପୁଅର ବିୟୋଗରେ ପ୍ରଶାସନ କ୍ଷତିପୂରଣ ଦାବି ପାଇଁ ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନୂଆପଡା ଜିଲ୍ଲା ଗ୍ରସ୍ତ ରେ ନଗର ଓ ଉନ୍ନୟନ ମନ୍ତ୍ରୀ

masiha

ରାଉରକେଲା ନାଗରିକ ସୁରକ୍ଷା କମିଟିର ଆଲୋଚନା ସଭା, ଉତ୍କଳ ଦିବସ କୁ ସ୍ବାଭିମାନ ଦିବସ ଭାବେ ପାଳନ ପାଇଁ ଆହ୍ୱାନ

Sunil Chandra Nayak

ଲଣ୍ଡନ ବୁକ ଅଫ ୱାର୍ଲଡ ରେକର୍ଡ ରେ ସ୍ଥାନ ପାଇଲା ୪୦ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା ଭାସ୍କର୍ଯ୍ୟ କଳା “ଓଡିଶାର ସଂସ୍କୃତି ଓ ଐତିହ୍ୟ”

masiha

Leave a Comment

error: Content is protected !!