ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଠୋର ପରିଶ୍ରମ ହିଁ ସଫଳତା ଦେଇଥାଏ କଳାହାଣ୍ଡି ଶିକ୍ଷା ବିଭାଗ ତରଫରୁ ଶ୍ରେଷ୍ଠ କୃତୀ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା

କଠୋର ପରିଶ୍ରମ ହିଁ ସଫଳତା ଦେଇଥାଏ

କଳାହାଣ୍ଡି ଶିକ୍ଷା ବିଭାଗ ତରଫରୁ ଶ୍ରେଷ୍ଠ କୃତୀ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୭/୫: // କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ଅନୁଷ୍ଠିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୪ର ଶ୍ରେଷ୍ଠ କୃତୀ ପରୀକ୍ଷାର୍ଥୀଙ୍କୁ କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଭବାନୀପାଟଣା ଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ଚଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା-୨୦୨୪ରେ କଳାହାଣ୍ଡି ଜିଲ୍ଲାର ପାସ୍ ହାର ୯୫.୮୬ ଶତକଡ଼ା ରହିଛି । ସେମାନଙ୍କ ମଧ୍ୟରୁ ୬ଜଣ କୃତୀ ପରୀକ୍ଷାର୍ଥୀ A1 ଗ୍ରେଡ଼୍ ରଖି ପାସ୍ କରିଛନ୍ତି । ଏହି ୬ଜଣ କୃତୀ ପରୀକ୍ଷାର୍ଥୀଙ୍କୁ ଏକ ଭବ୍ୟ ଉତ୍ସବରେ ଜିଲ୍ଲାର ପ୍ରମୁଖ ଶିକ୍ଷାବିଦ୍ ଓ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ମେଳନରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରେଷ୍ଠ କୃତୀ ପରୀକ୍ଷାର୍ଥୀ ହେଲେ ପଞ୍ଚାୟତ ହାଇସ୍କୁଲ ମେଦିନୀପୁରର ଯତ୍ନରାଜ ସାହୁ, ଜସ୍ମିନ ପଧାନ, ଖୁସବୁ ମେହେର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ(ଏସ୍‌.ଏସ୍‌ଡ଼ି)ଗୋପାଳପୁରର ସୁପ୍ରଭା ନାଏକ, ବୃନ୍ଦାବାହାଲ ନୋଡ଼ାଲ ହାଇସ୍କୁଲର ପ୍ରଭାସ ନାଏକ, ସନ୍ଧିକୁଲିଆରୀ ହାଇସ୍କୁଲର ଚୁମନ୍‌ଲାଲ୍ ବୁଡ଼େକ୍ ।

କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଭବ୍ୟ ଉତ୍ସବରେ ପୌରହିତ୍ୟ କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର । ଅତିଥିମାନଙ୍କ ମଧ୍ୟରେ ଯୋଗଦେଇଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଓ ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର । ସମସ୍ତ ଅତିଥି ତାଙ୍କ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ପ୍ରଦାନ କରିଥିଲେ । ନିଜର ଏହି ସଫଳତାକୁ ବଜାୟ ରଖିବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚୋପଦାର ତାଙ୍କ ବକ୍ତବ୍ୟ ମାଧ୍ୟମରେ କହିଥିଲେ ସଫଳତା ପାଇଁ କଠୋର ପରିଶ୍ରମ ଅତ୍ୟନ୍ତ ଜରୁରୀ । କଠୋର ପରିଶ୍ରମ ହିଁ ସବୁ ସଫଳତା ଦେଇଥାଏ । କୃତୀ ଛାତ୍ରଛାତ୍ରୀମାନେ ନିଜ ସଫଳତାର କାହାଣୀ ନିଜ ମୁହଁରେ କହିଥିଲେ । ସେମାନେ ସେମାନଙ୍କର ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ତଥା ନିଜ ପରିଶ୍ରମକୁ ସଫଳତାର ଶ୍ରେୟ ପ୍ରଦାନ କରିଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କ ପିତାମାତାଙ୍କ ଉପସ୍ଥିତିରେ ଉତ୍ସବଟି ମଧୁମୟ ହୋଇଉଠିଥିଲା । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଦୁଷ୍ମନ୍ତ ଶେଖର ପାଢ଼ୀ ।

ଭବାନୀପାଟଣା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଖଡିଆଳ ସହର ସାହୁପଡ଼ା ସଡ଼କ ଦୃଶ୍ୟ, ନାଲ ନର୍ଦ୍ଦମା ଜଳ ସଡ଼କ ଉପରେ ପ୍ରବାହିତ, ବାଧ୍ୟ ହୋଇ ଜନସାଧାରଣ ଯାତାୟତ

masiha

ବର ସାଜିବେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ 

masiha

ବନ୍ଧୁଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରରେ ଭାଷାଞାନ ପରୀକ୍ଷା ଅନୁଷ୍ଠିତ 

masiha

Leave a Comment

error: Content is protected !!