ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ବ୍ଲକରେ ପାସ ହାର ୯୭%

ଲକ୍ଷ୍ମୀପୁର ବ୍ଲକରେ ପାସ ହାର ୯୭%

ଲକ୍ଷ୍ମୀପୁର ୨୬/୦୫ // କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଲକ୍ଷ୍ମୀପୁର ବ୍ଲକରେ ମାଟ୍ରିକ ପରୀକ୍ଷାରେ ପାସ ହାର ୯୭ ପ୍ରତିଶତ ରହିଛି।ତଥାପି ଏୱାନ ରେ କୌଣସି ହାଇସ୍କୁଲରୁ କେହି ଜଣେବି ପାସ ହୋଇ ନଥିବା ବେଳେ କେବଳ ସାଙ୍ଗାନା ହାଇସ୍କୁଲର ଜଣେ ଏଟୁରେ ପାସ ହୋଇ ଥିବା ଜଣା ପଡିଛି।ଏହା ପୂର୍ବରୁ କରୋନା କଟ କଣାରେ ସତ ପ୍ରତିଶତ ପାସ ହାର ରହିଥିଲା।ତଥାପି କଡା ସୁରକ୍ଷା ସତ୍ୱେ ଏତେ ସଂଖ୍ୟକ ପାସ ହାର ଥିବାରୁ ଲକ୍ଷ୍ମୀପୁର ବ୍ଲକ୍ ପାଇଁ ଗର୍ବ ଓ ଗୌରବର କଥା ବୋଲି ସବୁ ମହଲରେ ମତ ପ୍ରକାଶ ପାଇଛି।ଲକ୍ଷ୍ମୀପୁର ବ୍ଲକ ସାଙ୍ଗାନା ହାଇସ୍କୁଲ୍ ସ୍ଥିତ ନୋଡାଲ ସେଣ୍ଟର ଅଧୀନରେ ଥିବା ୧୫ଟି ହାଇସ୍କୁଲ୍ ର ୧୧୨୦ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୧୦୯୩ ଜଣ ପାସ ହୋଇଥିବା ବେଳେ ୨୭ ଜଣ ଦୁର୍ଭାଗ୍ୟ ବଶତଃ ଫେଲ୍ ହୋଇଛନ୍ତି।ସେଥି ମଧ୍ୟରେ ଲକ୍ଷ୍ମୀପୁର ସାଙ୍ଗାନା ହାଇସ୍କୁଲ୍ ର ୧୬୯ ରୁ ୧୬୭, ୟୁ.ଏନ୍ ରାଜୁ ବାଳିକା ବିଦ୍ୟାଳୟର ୬୧ ଜଣ ଛାତ୍ରୀଙ୍କ ମଧ୍ୟରୁ ୬୧ ଜଣ ପାସ ହୋଇଥିବା ଜଣା ପଡ଼ିଛି।ସେହିପରି ଉପର କୁଟିଙ୍ଗା ହାଇସ୍କୁଲ ର ୨୭ ରୁ ୨୭,ଧରଡ଼ା ହାଇସ୍କୁଲ୍ ର ୭୯ ରୁ ୭୮,ଗିର୍ଲିପୁଟ ହାଇସ୍କୁଲର ୧୫ ରୁ ୧୦,ଚମ୍ପି ହାଇସ୍କୁଲ୍ ୧୦୩ ରୁ ୧୦୩,ବୁର୍ଜା ମାଧ୍ୟମିକ ବିଦ୍ୟାଳୟର ୫୬ ରୁ ୫୬,ଗୌଡ଼ଗୁଡ଼ା ହାଇସ୍କୁଲର ୪୯ ରୁ ୪୩,ଲୁଲୁପଦର୍ ହାଇସ୍କୁଲର ୪୪ ରୁ ୩୯,କୁସୁମଗୁଡ଼ା ହାଇସ୍କୁଲ୍ ର ୬୬ରୁ ୬୬, ମିନାପାଇ ବାଳିକା ବିଦ୍ୟାଳୟର ୬୧ ରୁ ୬୧ ପାସ,ତୟାପୁଟ ସ୍ଥିତ ନେତାଜୀ ହାଇସ୍କୁଲ୍ ର ୬୨ ରୁ ୬୧, ପଞ୍ଚଡ଼ା ହାଇସ୍କୁଲ୍ ର ୧୩୫ ରୁ ୧୩୧ ଜଣ, କାକିରିଗୁମା ହାଇସ୍କୁଲ୍ ର ୧୦୬ ରୁ ୧୦୧, ତୁନପାର୍ ହାଇସ୍କୁଲର ୮୭ ରୁ ୮୬ ଜଣ ଛାତ୍ର ଛାତ୍ରୀ ପାସ ହୋଇଛନ୍ତି।ଏହା ମଧ୍ୟରେ କୌଣସି ବିଦ୍ୟାଳୟର ଏୱାନ କେହି ନଥିବା ବେଳେ ଏଟୁରେ ସାଙ୍ଗାନା ହାଇସ୍କୁଲ୍ ଜଣେ ଥିବା ଜଣା ପଡ଼ିଛି।ଏଥିରୁ ଜଣା ପଡୁଛି ଲକ୍ଷ୍ମୀପୁର ବ୍ଲକରେ ଶିକ୍ଷ୍ୟା ଦାନ କିପରି ଚାଲିଛି।ଲକ୍ଷ୍ମୀପୁର ବ୍ଲକ୍ ରେ କରୋନ କଟକଣା ପୂର୍ବରୁ ଏହିପରି ରିଜଲ୍ଟ ଆସୁ ନଥିଲା ବେଳେ ୨୦୨୪ ମାଟ୍ରିକ ପରୀକ୍ଷାର ଚମତ୍କାର ରିଯାଲ୍ଟକୁ ନେଇ ସବୁ ମହଲରେ ଆଶ୍ଚର୍ୟ୍ଯ ପ୍ରକଟ ହୋଇଛି।ସେ ଯାହା ହେଉ ୨୦୨୪ ମସିହାର ମାଟ୍ରିକ ପରୀକ୍ଷା କିନ୍ତୁ ସବୁ ବର୍ଷର ରେକର୍ଡ କାଟିଥିବା ଜଣା ପଡ଼ିଛି।ଚଳିତ ବର୍ଷ କୌଣସି ଛାତ୍ର ଛାତ୍ରୀ ଅଧିକ ମାର୍କ ରଖି ନଥିବା ବେଳେ ସାଙ୍ଗାନା ହାଇସ୍କୁଲ୍ ର ଜଣେ ମାତ୍ର ଛାତ୍ର ଦେବାଶିଷ ବେହେରା ଏଟୁ ପାଇ ବ୍ଲକ୍ ଟପର ହୋଇଛନ୍ତି।ସିଏ ସମୁଦାୟ ୬୦୦ ମାର୍କ ରୁ ୫୦୨ ମାର୍କ ରଖି ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ଏନେଇ ସମଗ୍ର ବ୍ଲକ୍ ପାଇଁ ସିଏ ଖୁସିର ବାର୍ତ୍ତା ଆଣିଥିବା ବେଳେ ତାଙ୍କ ପରିବାର ବର୍ଗ ସହ ସାଙ୍ଗାନା ହାଇସ୍କୁଲ୍ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି।ଏନେଇ ସବୁ ମହଲରୁ ତାଙ୍କ ପାଖକୁ ସୁବେତ୍ସା ର ସୁଅ ଛୁଟିଛି।

ଲକ୍ଷ୍ମୀପୁର ରୁ ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଉପଭୋକ୍ତା ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି : ଶ୍ରୀ ପ୍ରସାଦ 

Sunil Chandra Nayak

ଶ୍ରୀ ଜଗନ୍ନାଥ ଚେତନା ଓ ସେବା ସଂଘ ପକ୍ଷରୁ ସମର୍ପଣ” ପତ୍ରିକା ଉନ୍ମୋଚିତ , ଉପାନ୍ତ ଅଞ୍ଚଳର ଜଗନ୍ନାଥ ପ୍ରେମୀଙ୍କ ପରିଭାଷା ସମର୍ପଣ 

Sunil Chandra Nayak

୧- ମା ଅଗ୍ନି ଗଙ୍ଗାମାଠାକୁରାଣୀ ଯାତରା ଉପଲକ୍ଷେ ପ୍ରଥମ ବୈଠକ , ୨- ବନ୍ଧୁଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟରେ ‘ବିକଶିତ ‘ଗାଁ ‘ବିକଶିତ ଓଡ଼ିଶା କୁ ନେଇ ଗ୍ରାମ ସଭା ଆୟୋଜିତ 

masiha

Leave a Comment

error: Content is protected !!