ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ବାଦଶ କଳାରେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ସୋହାନୀ ଚଲାନ କଳାହାଣ୍ଡି ଟପ୍ପର

ଦ୍ବାଦଶ କଳାରେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ସୋହାନୀ ଚଲାନ କଳାହାଣ୍ଡି ଟପ୍ପର

ଭବାନୀ ପାଟଣା : ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଭବାନୀପାଟଣା ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସୋହାନୀ ଚଲାନ ୯୦.୧୬ ପ୍ରତିଶତ (୫୪୧ ନମ୍ବର) ସହ କଳାହାଣ୍ଡି ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଜିଲ୍ଲା ତଥା ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଏହି ମହାବିଦ୍ୟାଳୟର କଳା ବିଭାଗରେ ୧୯୯ ଜଣ ପରୀକ୍ଷା ଦେଇଥିବା ବେଳେ ୧୭୪ ଜଣ ଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି। ସେଥି ମଧ୍ୟରୁ ୪୮ ଜଣ ଛାତ୍ରୀ ପ୍ରଥମ, ୩୯ ଜଣ ଦ୍ୱିତୀୟ ଓ ୮୭ ଜଣ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଉକ୍ତ ମହାବିଦ୍ୟାଳୟର ପାସ୍ ହାର ୮୭ ପ୍ରତିଶତ ହୋଇଥିବାରୁ ମହାବିଦ୍ୟାଳର ଅଧ୍ୟକ୍ଷ ଡ. ତ୍ରିଲୋଚନ ଜେନା ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଶୁଭେଚ୍ଛା ଜଣାଇଛନ୍ତି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀକଲ୍ୟାଣ ସମିତି ବୈଠକ ନିରୀକ୍ଷଣ ସାଥୀ ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ

Sunil Chandra Nayak

କଳାହାଣ୍ଡି ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ 

masiha

Entrepreneurship Awareness Programme Held for Rural Unemployed Youths at Therubali

masiha

Leave a Comment

error: Content is protected !!