ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡ଼ିଶା ନବୀନ ଓଡ଼ିଶାର ପ୍ରକଳ୍ପ ଉଦଘାଟିତ

ଆମ ଓଡ଼ିଶା ନବୀନ ଓଡ଼ିଶାର ପ୍ରକଳ୍ପ ଉଦଘାଟିତ

ତେନ୍ତୁଳୀଖୁଣ୍ଟି ୦୯/୨୨/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଜୋନ ଦୁଇର ପ୍ରତ୍ୟେକ ପଂଚାୟତ ର ବିଭିନ୍ନ ଗ୍ରାମ ରେ ଆମ ଓଡ଼ିଶା ନବୀନ ଓଡିଶା ଯୋଜନ ର ଭିତ୍ତିପ୍ରସ୍ତର ସ୍ଥାପନ  କରିଥିଲେ।ଏଥିରେ ନବରଙ୍ଗପୁର ଏମ ପି ରମେଶ ଚନ୍ଦ୍ର ମାଝୀ ଓ  ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପଂଚାୟତ ରେ ଭୂମି ପୂଜା କରିଛନ୍ତି l ପ୍ରଥମେ ତେନ୍ତୁଳୀଖୁଣ୍ଟି ବ୍ଲକ ନିକଟରେ, ତୋଟା ସାହି, ମହୁଲକୋଟ, ଚରମୂଳା, ଇନ୍ଦ୍ରକଲୋନୀ, କହ୍ନେଇ ମୁଣ୍ଡା, ଇନ୍ଦ୍ରାବତୀ ଜଗନ୍ନାଥ ମନ୍ଦିର ,ଦେଓପାଲୀ, ଶିବ ମନ୍ଦିର ଇନ୍ଦ୍ରାବତୀ, ପ୍ରଭୃତି ସ୍ଥାନରେ ବିଭିନ୍ନ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ସହ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣ ଙ୍କୁ ବୁଝେଇ ଥିଲେ।ତାହା ସହ ପ୍ରକଳ୍ପ ଗୁଡ଼ାକୁ  ଶିଘ୍ର କାମ ସାରିବା ପାଇଁ କହିଛନ୍ତି l ଏହି ସମସ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ  ନୀଳାଦ୍ରି ନାୟକ, ଉପାଧ୍ୟକ୍ଷ  ରାଜେନ୍ଦ୍ର ବିଶୋଇ, ବ୍ଲକ ସଭାପତି ପ୍ରଫୁଲ୍ଲ  ନାଗ,, ତନୟ ସାଗର ନାୟକ, ବିଜେଡି ଯୁବ ସଭାପତି ସୁରେଶ ନାୟକ,ସମିତି ସଭ୍ୟ ସୁଧୀର ଖୁରା, ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ସଭାପତି ଅଖିଳ ଭତ୍ରା, ଟୁନା ବାବୁ ଷଡଙଙ୍ଗୀ ,ବାବୁଲା ନାୟକ, ବିଭିନ୍ନ ପଂଚାୟତ ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ଓ ଜନସାଧାରଣ, ବିଜେଡି ଦଳର ବହୁ କର୍ମୀ ଯୋଗ ଦେଇଛନ୍ତି l

   ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଗୁଣପୁର ଉପଖଣ୍ଡ ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

କାଳୀ ପୂଜାରେ ସଂଗ୍ରାମ କେଶରୀ ପାତ୍ରଙ୍କ ଉପସ୍ଥିତିରେ ଉତ୍ସାହ — ଯୁବ ଆଇକନଙ୍କୁ ଦେଖି ମୁଗ୍ଧ ଯାଜପୁରବାସୀ

Sunil Chandra Nayak

ହାଇଟେକ୍ ପବ୍ଲିକ୍ ସ୍କୁଲ୍ ର  ୧୭ ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ଧୁମଧାମ ରେ ପାଳିତ

Sunil Chandra Nayak

Leave a Comment

error: Content is protected !!