ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳୀ ପୂଜାରେ ସଂଗ୍ରାମ କେଶରୀ ପାତ୍ରଙ୍କ ଉପସ୍ଥିତିରେ ଉତ୍ସାହ — ଯୁବ ଆଇକନଙ୍କୁ ଦେଖି ମୁଗ୍ଧ ଯାଜପୁରବାସୀ

କାଳୀ ପୂଜାରେ ସଂଗ୍ରାମ କେଶରୀ ପାତ୍ରଙ୍କ ଉପସ୍ଥିତିରେ ଉତ୍ସାହ — ଯୁବ ଆଇକନଙ୍କୁ ଦେଖି ମୁଗ୍ଧ ଯାଜପୁରବାସୀ

ଯାଜପୁର, ୨୮/୧୦ (ମସିହା ନ୍ୟୁଜ ): ପ୍ରଦୀପ କୁମାର ମଲ୍ଲିକ |

ଯାଜପୁରର ଗଣ ପର୍ବ କାଳୀ ପୂଜା ଅବସରରେ ଗତକାଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି ତଥା ଯାଜପୁର ନିର୍ବାଚନ ମଣ୍ଡଳୀର ୟୁଥ୍ ଆଇକନ୍ ସଂଗ୍ରାମ କେଶରୀ ପାତ୍ର ସହରର ବିଭିନ୍ନ ପୂଜା ମଣ୍ଡପକୁ ଶତାଧିକ ସମର୍ଥକଙ୍କ ସହ ଆଶୀର୍ବାଦ ଯାତ୍ରା କଲେ। ସଂଗ୍ରାମ ପାତ୍ର ପ୍ରତ୍ୟେକ ମଣ୍ଡପରେ ମା କାଳୀ ଓ ଲକ୍ଷ୍ମୀ ନାରାୟଣଙ୍କ ଆଶୀର୍ବାଦ ନେଇ, ଯାଜପୁରବାସୀଙ୍କ ଶାନ୍ତି, ସମୃଦ୍ଧି ଓ ଉନ୍ନତି ପାଇଁ ପ୍ରାର୍ଥନା କଲେ। ସେ କହିଲେ, “ମା କାଳୀଙ୍କ ଆଶୀର୍ବାଦ ରହିଲେ ଯାଜପୁର ଉନ୍ନତିର ନୂଆ ଅଧ୍ୟାୟ ଲେଖିବ।”

ସଂଗ୍ରାମଙ୍କ ଆଗମନକୁ ନେଇ ସ୍ଥାନୀୟ ଯୁବକ, ନାଗରିକ ଓ ମହିଳାମାନେ ବିଶେଷ ଉତ୍ସାହ ଜଣାଇଲେ। ଅନେକ ସ୍ଥାନରେ ସମର୍ଥକମାନେ ତାଙ୍କୁ ଫୁଲମାଳା ପିନ୍ଧାଇ ସ୍ବାଗତ କଲେ। ସୋସିଆଲ୍ ମିଡିଆରେ ମଧ୍ୟ ତାଙ୍କ ଏହି ପୂଜା ଦର୍ଶନର ଫଟୋ ଓ ଭିଡିଓ ଭାଇରାଲ୍ ହୋଇ ଯୁବପିଢ଼ି ମଧ୍ୟରେ ଭାବନାର ସୃଷ୍ଟି କରିଛି। ଯାଜପୁର ସହର ଓ ଆଖପାଖ ଅଞ୍ଚଳରେ କାଳୀ ପୂଜା ନିମନ୍ତେ ବିଶେଷ ଆଲୋକସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ, ସଂଗ୍ରାମ ପାତ୍ରଙ୍କ ଉପସ୍ଥିତି ସହ ଆଶୀର୍ବାଦ ଯାତ୍ରା ଉତ୍ସବକୁ ଆଉ ଅଧିକ ଉତ୍ସାହଭରା କରିଦେଲା।

Related posts

ପ୍ରଗତି ଉତ୍କଳ ସଂଘରେ ନବବର୍ଷ ଉପଲକ୍ଷେ ‘ମୋ ପ୍ରିୟ କବି ଓ କବିତା’ ପାଠ ଅନୁଷ୍ଠିତ

masiha

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା 

Sunil Chandra Nayak

ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷା

Sunil Chandra Nayak

Leave a Comment

error: Content is protected !!