ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ପଞ୍ଚାୟତ ସ୍ତରୀୟ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

କୋକସରା,୧୬/୨ // କଳାହାଣ୍ଡି ଜିଲ୍ଲା ମଙ୍ଗଳବାର କୋକସରା ବ୍ଲକ ମହିମା ପଞ୍ଚାୟତ ସ୍ତରୀୟ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମର ଶେଷ କାର୍ଯ୍ୟକ୍ରମ ଡେଙ୍ଗାଗୁଡା ଗ୍ରାମରେ ସରପଞ୍ଚ ଇଶରାମ କୋଲଥିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ମୁଖ୍ୟ ବକ୍ତା ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଆତ୍ମା କମିଟିର ଅଧ୍ୟକ୍ଷ ଋତୁରାଜ ମାଝୀ, ସମିତି ସଭ୍ୟ ଘନଶ୍ୟାମ ନାଏକ, ସମାଜସେବୀ ସୁଶୀଲ ଅଗ୍ରୱାଲ, ନବୀନ ଓଡିଶା ବ୍ଲକ ସଂଯୋଜକ ଦୀନକୃଷ୍ଣ କୋଲଥିଆ ନାଏବ ସରପଞ୍ଚ ସୁମତି ବାଗ, ପୂର୍ବତନ ସରପଞ୍ଚ ଜୟସିଂ ମାଝୀ, କ୍ଷେତୁରାମ ପାତ୍ର, ପୂର୍ବତନ ସମିତି ସଭ୍ୟ ଗୋବିନ୍ଦ ନାଏକ ଓ ପଞ୍ଚାୟତର ୱାର୍ଡ଼ ସଭ୍ୟ ସଭ୍ୟା ମଞ୍ଚରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥିବା ଲୋକାଭିମୁଖୀ ଓ ଗ୍ରାମାଞ୍ଚଳରେ ବିକାଶ ଯୋଜନା ଉପରେ ସୂଚନା ଦେଇଥିଲେ। ଏଲଇଡି ଟିଭି ମାଧ୍ୟମରେ ରାଜ୍ୟ ସରକାରଙ୍କ ରୂପାନ୍ତରିତ ଯୋଜନା ପ୍ରଦର୍ଶିତ ହୋଇଥିଲା। ତେବେ ମଞ୍ଚରେ ଉପସ୍ଥିତ ଥିବା ଭଦ୍ରବ୍ୟକ୍ତି ଶଶୀ ଭୂଷଣ ମାଝୀ ଓ ସମିତି ସଭ୍ୟ ଘନଶ୍ୟାମ ନାଏକ ମହିମା ପଞ୍ଚାୟତକୁ ଲକ୍ଷ୍ମୀ ବସ ସେବା ମିଳୁନଥିବା ଓ ଡେଙ୍ଗାଗୁଡାରୁ ଟେମରା ରାସ୍ତା ଦୀର୍ଘ ଦଶନ୍ଧି ପରେ ମଧ୍ୟ ଅବହେଳିତ ହୋଇ ରହିଥିବା ନେଇ ଅଭିଯୋଗ କରିଥିଲେ। ପରେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ଲୋକ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ମଞ୍ଚ ସଂଯୋଜନା ଶରତ ଚନ୍ଦ୍ର ନାଏକ କରିଥିବା ବେଳେ ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ମାଣ୍ଡିଆ ଉତ୍ପାଦିତ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ କରିଥିଲେ। ପଞ୍ଚାୟତ ପିଇଓ ଓମ ଜଗଦୀଶ ଯାନୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ସୁଶୀଲ କୁମାର ବାଗଙ୍କୁ ଡଙ୍ଗରଗଡ଼ ମହୋତ୍ସବ ଯୁବ ସାମ୍ବାଦିକ ସମ୍ମାନ 

Sunil Chandra Nayak

ଜିଲ୍ଲା ସ୍ତରୀୟ ବିକାଶ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

masiha

ଧର୍ମଗଡ଼ ଦେଇ ହାଇଦ୍ରାବାଦ ଭଲ୍ ବୋ ବସ ସେବା ଆରମ୍ଭ ହେବ

masiha

Leave a Comment

error: Content is protected !!